ସଇଁତଳା,୧୭।୭ (ଆପ୍ର ) :ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା  କେରମେଲି ପଂଚାୟତ ପାଇକସମରା ଗ୍ରାମରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣଙ୍କୁ  ପୁଲିସ ଥାନାରେ ଅଟକ ରଖିଛି । ଅଟକ ବ୍ୟକ୍ତି ଜଣକ ହେଲେ ଲୋତକ ମଲ୍ଲିକ।

ଗତ ୨୯ ତାରିଖରେ ସମରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନିକଟରେ  ବିଭିନ୍ନ ସିରଫ, ଶତାଧିକ ବଟିକା  ଫିଙ୍ଗା ଯାଇଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନେଇ ପ୍ରମେୟରେ ଖବର ପ୍ରକାଶ ପରେ  ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସମରେନ୍ଦ୍ର ମହାପାତ୍ରଙ୍କ ନିର୍ଦେଶ କ୍ରମେ  ତଦନ୍ତ ଆରମ୍ଭ ହୋଇଥିଲା। ସେହି ସମୟରେ ସାମ୍ବାଦିକମାନେ ସେହି ରାସ୍ତାରେ ଆସୁଥିଲେ। ତଦନ୍ତକୁ ଭଣ୍ଡୁର କରିବା ପାଇଁ କେତେ ଜଣ ସାମ୍ବାଦିକ ଶ୍ରୀ ବାଗଙ୍କୁ ଆକ୍ରମଣ କରିଥିଲେ। ଏନେଇ ଥାନାରେ ଲିଖିତ ଅଭିଯୋଗର ୧୬ ଦିନ ବିତିଯାଇଥିବା ବେଳେ ଗୁରୁବାର ପୁଲିସ ଲୋତକ ମଲ୍ଲିକଙ୍କୁ ଥାନାରେ ଅଟକ ରଖିଛି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ସାମ୍ବାଦିକ ତରୁଣ ବେହେରା, ଅଭିନାସ ନନ୍ଦ, ଅଜିତ ସାହୁ, ଗୋକୁଳ ବଗର୍ତ୍ତୀ, ରଞ୍ଜନ ବାଗ, ନାରାୟଣ ସାହୁ, ଆଲୋକ ସାହୁ ପ୍ରଦୀପ ବାଗ ପ୍ରମୁଖ ଦାବୀ କରିଛନ୍ତି।