ବାଲେଶ୍ବର, ୨୩।୩ : ବୋଟ୍‌ରୁ ମାଛ ବାହାର କରିବା ବେଳେ ଅଘଟଣ । ବୋଟରୁ ଗ୍ୟାସ ନିର୍ଗତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିର ଘଟଣା ଘଟିଛି। ବାଲେଶ୍ୱର ଜିଲ୍ଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ି  ନିକଟରେ ବୋଟ ମଧ୍ୟରୁ ମାଛ ବାହାର କରାଯାଉଥିଲା। ଏହି ସମୟରେ ବୋଟରେ  ଥିବା ଚ୍ୟାମ୍ବରରେ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିଲା। ଏଥିରେ ୨ ଜଣ ଶ୍ବାସରୁଦ୍ଧ ହୋଇ ଅଚେତ ହୋଇଥିଲେ। ଉଭୟଙ୍କୁ ତୁରନ୍ତ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ  ମୃତ ଘୋଷଣା କରିଥିଲେ।