ଭୁବନେଶ୍ବର,୭।୧୦: ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଖାତାକୁ ପଠାଯାଇନି ୧ ଟଙ୍କା। ସୋସିଆଲ ମିଡିଆ ଖବରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ସୋସିଆଲ ମିଡିଆ ଖବରରେ ଭ୍ରମିତ ନ ହେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।
ସୂଚନାଯୋଗ୍ୟ ଯେ, ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ସୁଭଦ୍ରା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଯାଇଛି। ଆସନ୍ତା ୯ ତାରିଖ ଦିନ ବାକି ୪୯୯୯ ଟଙ୍କା ଖାତାକୁ ଆସିବ ସୋସିଆଲ ମିଡିଆରେ ଖବର ପ୍ରସାରିତ ହୋଇଥିଲା। ଏହି ଖବରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟରେ ସୁଭଦ୍ରା ଖାତାକୁ ଏକ ଟଙ୍କା ପଠାଯାଇନି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ୯ ତାରିଖରେ ପ୍ରଦାନ କରିବେ। ଏଥିପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।