ପ୍ରମୂଖ ଖବର
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଚିଲିକାଫ୍ରେସ୍‌ ପରେ ଚିକେନ୍‌ଫ୍ରେସ ସ୍ଥିତି ସଙ୍ଗୀନ: ଟ୍ରେଡର୍‌ଙ୍କୁ ମିଳୁନି ଟଙ୍କା, କାଉଣ୍ଟରରେ ତାଲା

Published By : Manoj | August 4, 2025 11:54 AM

ଭୁବନେଶ୍ୱର,୦୪/୦୮: ଚିଲିକାଫ୍ରେସ ଭଳି ଓପୋଲଫେଡ୍‌ ପରିଚାଳିତ ଚିକେନଫ୍ରେସର ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ଆବଶ୍ୟକ ପରିମାଣର କୁକୁଡ଼ା ଆସୁନଥିବାରୁ ରାଜଧାନୀରେ ଥିବା ବିଭିନ୍ନ ଚିକେନ୍‌ଫ୍ରେସ କାଉଣ୍ଟରରେ ତାଲା ପଡ଼ିଛି । ଶିରିପୁର ଓ ଏକାମ୍ରକାନନ ରୋଡ୍‌ରେ ଥିବା କାଉଣ୍ଟର ଦୀର୍ଘଦିନ ହେବ ବନ୍ଦ ଥିବା ବେଳେ ଗ୍ରାହକ ଆସି ଫେରିଯାଉଛନ୍ତି । ଅନ୍ୟ କିଛି କାଉଣ୍ଟର ସକାଳେ ଖୋଲୁଛି, ସଂଧ୍ୟାରେ ବନ୍ଦ ହୋଇଯାଉଛି । କାଉଣ୍ଟରରେ କାର୍ଯ୍ୟରତ  କର୍ମଚାରୀମାନେ ୭ମାସ ହେଲାଣି ଦରମା  ପାଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେଥିପାଇଁ କାମ କରିବାକୁ ଆଗ୍ରହ  ଦେଖାଉନାହାନ୍ତି । ସେହିପରି କୁକୁଡ଼ା ଓ  ଅଣ୍ଡା ଯୋଗାଉଥିବା ଟ୍ରେଡ୍‌ରମାନେ ମଧ୍ୟ  ଟଙ୍କା ପାଉନାହାନ୍ତି । ଏସବୁ ମଧ୍ୟରେ ଓପୋଲଫେଡ୍‌ କର୍ତ୍ତୃପକ୍ଷ ନିଦାବିଷ୍ଣୁ  ପାଲଟିଥିବା ବେଳେ ଆଗକୁ କାଉଣ୍ଟ ପରିଚାଳନା କିପରି ହେବ ତା ଉପରେ  ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାଜଧାନୀବାସୀଙ୍କୁ ଫ୍ରେସ ଓ ସୁଲଭ  ମୂଲ୍ୟରେ କୁକୁଡ଼ା ମାଂସ ମିଳିବ ।  ଚିଲିକାଫ୍ରେସର ପ୍ରାରମ୍ଭିକ ସଫଳତା ପରେ  ରାଜ୍ୟ ସରକାର କୁକୁଡ଼ା ମାଂସ ଯୋଗାଇବା  ପାଇଁ ଯୋଜନା ଆରମ୍ଭ କଲେ । ଏଥିପାଇଁ  ଓଡ଼ିଶା ଷ୍ଟେଟ୍‌ ପୋଲଟ୍ରୀ ପ୍ରଡକ୍ଟସ କୋ- ଅପରେଟିଭ୍‌ ମାର୍କେଟିଂ ଫେଡେରେସନ୍‌  ଲିମିଟେଡ୍‌ (ଓପୋଲଫେଡ୍‌) ପକ୍ଷରୁ  ୨୦୧୫ ମସିହାରେ ଭୁବନେଶ୍ୱରରେ ୫ଟି  ଓ କଟକରେ ଗୋଟିଏ ଚିକେନ୍‌ଫ୍ରେସ ଖୋଲିଥିଲା । ଭୁବନେଶ୍ୱରର ସହିଦନଗର  ସ୍ଥିତ ପ୍ରାଣୀ ଚିକିତ୍ସାଳୟ ନିକଟ, ଆଇଆରସି  ଭିଲେଜ୍‌, ଶିରିପୁର ଓୟୁଏଟି କ୍ୟାମ୍ପସ,  ଚନ୍ଦ୍ରଶେଖରପୁର ଓ ଲକ୍ଷ୍ମୀସାଗରଠାରେ  ୫ଟି କାଉଣ୍ଟର ଖୋଲାଯାଇଥିଲା ।  

ସେହିପରି କଟକର ଖପୁରିଆରେ ମଧ୍ୟ  ଗୋଟିଏ କାଉଣ୍ଟର ରହିଛି । କେବଳ  ସେତିକି ନୁହେଁ, ସାରା ରାଜ୍ୟରେ  ଏହାକୁ ବିସ୍ତାର କରିବା ଉଦ୍ଦେଶ୍ୟରେ  ପରବର୍ତ୍ତୀ ପର୍ଯ୍ୟାୟରେ ଜଗତସିଂହପୁର,  ଫୁଲବାଣୀ, ଖୋର୍ଦ୍ଧା, ଭବାନୀପାଟଣା,  ଜୟପୁର, ବ୍ରହ୍ମପୁର ସହର, ସୁନାବେଡ଼ା,  ଛତାବର, ସୁବର୍ଣ୍ଣପୁର ଆଦି ସ୍ଥାନରେ  ମଧ୍ୟ ଚିକେନଫ୍ରେସ କାଉଣ୍ଟର ରହିଛି ।  ଭୁବନେଶ୍ୱର, କଟକକୁ ଛାଡିଦେଲେ  ଅନ୍ୟ ଜିଲ୍ଲାରେ ଥିବା ଚିକେନଫ୍ରେସ  କାଉଣ୍ଟର ପବ୍ଲିକ-ପ୍ରାଇଭେଟ୍‌  ପାର୍ଟନରସିପ୍‌(ପିପିପି) ମୋଡ୍‌ରେ  ଚାଲୁଛି । ଏହି ଚିକେନଫ୍ରେସରେ ଅଣ୍ଡା,  ପ୍ୟାକେଟ୍‌ ଅଣ୍ଡା ସହ ପ୍ୟାକେଟ୍‌ କୁକୁଡ଼ା  ମାଂସ ମିଳୁଛି । ସେହିପରି ବନରାଜ୍‌,  ଦେଶି, ବ୍ରଏଲର ଭଳି କୁକୁଡ଼ା ଏଠାରେ  ରହିଛି । କରୋନା ପରେ ପରେ ଚିକେନଫ୍ରେସ କ୍ଷତିରେ ଚାଲୁଛି । 

ରାଜ୍ୟ ପୋଲଟ୍ରି ଟ୍ରେଡର୍ସ ପକ୍ଷରୁ ଓପୋଲଫେଡ୍‌କୁ  କୁକୁଡ଼ା ଓ ଅଣ୍ଡା ଯୋଗାଇଦିଆଯାଉଥିବା  ବେଳେ ତାହା ଏହି କାଉଣ୍ଟରକୁ ଆସୁଛି । ଦୈନିକ ୧୦ ଟନ୍‌ରୁ ଅଧିକ ମାଂସ ଓ ୧ଲକ୍ଷ  ଅଣ୍ଡା ଆସିବା କଥା, ହେଲେ ବହୁତ କମ୍‌  ଆସୁଛି । ଏହାର କାରଣ ଓପୋଲଫେଡ୍‌  ନିୟମିତ ଭାବରେ ଟ୍ରେଡର୍ସଙ୍କୁ ଟଙ୍କା  ଦେଉନି । ସପ୍ତାହକରେ ଯେଉଁ ଟଙ୍କା  ମିଳିବା କଥା, ତାହା ପାଇବାକୁ ମାସ ମାସ  ସମୟ ଲାଗୁଛି । ଏହି ଅନିୟମିତତା ନେଇ  ପୋଲଟ୍ରି ମହାସଂଘ ସମ୍ପାଦକ ଜ୍ୟୋତିକାନ୍ତ  ମହାପାତ୍ର କିଛିଦିନ ତଳେ ଓପୋଲଫେଡ୍‌  ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ  କରିଥିଲେ। ହେଲେ ଟଙ୍କା ମିଳିନଥିବା  ସେ ଅଭିଯୋଗ କରିଛନ୍ତି । ଏବେ ଦୁଇଜଣ  ଟ୍ରେଡର୍ସଙ୍କୁ ୧୦ଲକ୍ଷରୁ ଅଧିକ ଟଙ୍କା ବାକି ପଡ଼ିଥିବା ସେ କହିଛନ୍ତି।  

ସେହିପରି ରକ୍ଷଣାବେକ୍ଷଣା ଅଭାବରୁ  ଚିକେନ୍‌ ଫ୍ରେସ କାଉଣ୍ଟର ଜରାଜୀର୍ଣ୍ଣ  ହୋଇଗଲାଣି । ଶିରିପୁରରେ ଥିବା  କାଉଣ୍ଟରର ସମ୍ମୁଖଭାଗ ଭାଙ୍ଗିପଡ଼ିଥିବା  ବେଳେ ସଫେଇ ହେଉନଥିବା ଦେଖିବାକୁ  ମିଳିଛି । ସେହିପରି ଭୁବନେଶ୍ୱରରେ  ଥିବା ସମସ୍ତ କାଉଣ୍ଟରରେ କାର୍ଯ୍ୟରତ ୩୯ଜଣ କର୍ମଚାରୀ ଦରମା ପାଉନାହାନ୍ତି ।  ଯାହାକୁ ନେଇ କିଛିଦିନ ତଳେ ସେମାନେ  ଆନ୍ଦୋଳନ କରିଥିଲେ । ଏସଂକ୍ରାନ୍ତରେ ଓପୋଲଫେଡ୍‌ ନିର୍ଦ୍ଦେଶକ ଭକ୍ତହରି ମଲ୍ଲିକ  କହିଛନ୍ତି, କର୍ମଚାରୀଙ୍କ ଯେଉଁ ଅସୁବିଧା  ଥିଲା ତାହା ଦୂରେଇ ଯାଇଛି । ଏବେ ଦରମା ଦିଆଯାଉଛି । କୋଭିଡ୍‌ ବେଳେ ଦରମା  ପ୍ରଦାନରେ ଅସୁବିଧା ହୋଇଥିଲା । ଆମର  ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ମଧ୍ୟ  ନଥିଲେ । ସେହିପରି ଶିରିପୁର କାଉଣ୍ଟର  ଜୁଲାଇ ୧ରୁ ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ  ଥିଲା । ହେଲେ ଏବେ କେବଳ ସକାଳେ  ଖୋଲୁଛି । ଶ୍ରାବଣ ମାସ ଓ ବାର୍ଡଫ୍ଲୁ ପାଇଁ  ସଂଧ୍ୟା ବେଳେ ବନ୍ଦ ରହୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.