ନୂଆଦିଲ୍ଲୀ,୦୨/୧୨; ଏବେ ସବୁ ନୂଆ ସ୍ମାର୍ଟଫୋନରେ ସାଇବର ସୁରକ୍ଷା ଆପ ‘ସଂଚାର ସାଥୀ’ ପ୍ରି-ଇନଷ୍ଟଲ ମିଳିବ । କେନ୍ଦ୍ର ସରକାର ସ୍ମାର୍ଟଫୋନ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ସ୍ମାର୍ଟଫୋନରେ ସରକାରୀ ସାଇବର ସୁରକ୍ଷା ଆପକୁ ପୂର୍ବରୁ ଇନଷ୍ଟଲ କରି ବିକ୍ରି କରନ୍ତୁ । ଏ ନେଇ କମ୍ପାନୀକୁ ୯୦ଦିନର ସମୟ ମିଳିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ହଙ୍ଗାମା ଆରମ୍ଭ ହୋଇଛି । ବିରୋଧୀ ସରକାରଙ୍କୁ ଟାର୍ଗେଟ କରି ସଞ୍ଚାର ଆପକୁ ପେଗାସସ ସହ ତୁଳନା କରିଛନ୍ତି ।
ଫୋନରେ ସଞ୍ଚାର ସାଥୀ ଆପକୁ ନେଇ କଂଗ୍ରେସ ସାଂସଦ ପ୍ରିୟାଙ୍କା ଗାନ୍ଧୀ କହିଛନ୍ତି, ଏହା ଏକ ଗୁପ୍ତଚର ଆପ୍ । ଅତ୍ୟନ୍ତ ହାସ୍ୟସ୍ପଦ । ନାଗରିକଙ୍କର ଗୋପନୀୟତା ଅଧିକାର ଅଛି । ପ୍ରତ୍ୟେକଙ୍କ ପାଖରେ ପରିବାର, ବନ୍ଧୁମାନଙ୍କୁ ବାର୍ତ୍ତା ପଠାଇବାର ଗୋପନୀୟତାର ଅଧିକାର ରହିବା ଆବଶ୍ୟକ, ସରକାର ସବୁକିଛି ନଦେଖି ଦେଶକୁ ଏକଛତ୍ରବାଦୀରେ ପରିଣତ କରୁଥିବା କହିଛନ୍ତି ପ୍ରିୟାଙ୍କା ଗାନ୍ଧୀ । ସେହିପରି ଶିବସେନା ସାଂସଦ ପ୍ରିୟାଙ୍କା ଚର୍ତୁବେଦୀ କହିଛନ୍ତି, ଏହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ । ଆପ୍ କରି ନଜର ରଖିବାର ଏହା ଆଉ ଏକ ଉପାୟ । ଏହାର ଅର୍ଥ ହେଉଛି ମୋବାଇଲ ଫୋନ ମାଧ୍ୟମରେ କରାଯାଉଥିବା ସମସ୍ତ କାର୍ଯ୍ୟକଳାପକୁ ଟ୍ରାକ କରାଯିବା । ଗୋପନୀୟତା ଆମର ଅଧିକାର । ଏମିତି କରି ସେମାନେ ଆକ୍ରମଣ କରୁଛନ୍ତି ।
ସେହିପରି କଂଗ୍ରେସ ଜେନେରାଲ ସେକ୍ରେଟାରୀ କେସି ବେଣୁଗୋପାଳ ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି କହିଛନ୍ତି । ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି.'' ବିଗ୍ ବ୍ରଦର ଆମକୁ ଦେଖିପାରିବେ ନାହିଁ । ଏହି ଆଦେଶ ସମ୍ପୂର୍ଣ୍ଣ ବେଆଇନ । ଗୋପନୀୟତା ଅଧିକାରୀ ସମ୍ବିଧାନର ଧାରା ୨୧ ଅନୁଯାୟୀ ସୁନିଶ୍ଚିତ ନାଗରିକଙ୍କ ମୌଳିକ ଅଧିକାରର ଅପରିହାର୍ଯ୍ୟ ଅଂଶ । ଏହି ଆପ୍ ଏକ ବିପତ୍ତଜନକ ଉପକରଣ । ଆଦେଶକୁ ପ୍ରତ୍ୟାହାର କରାଯାଉ । ''
#WATCH | Delhi: On DoT's directions to pre-install Sanchar Saathi App on mobile handsets, Congress MP Priyanka Gandhi Vadra says, "It is a snooping app. It's ridiculous. Citizens have the right to privacy. Everyone must have the right to privacy to send messages to family,… pic.twitter.com/k4n0boFPTr
— ANI (@ANI) December 2, 2025
ଅନ୍ୟପଟେ ଫୋନରେ ସଞ୍ଚାର ସାଥୀ ଆପ ଅନଇନଷ୍ଟଲକୁ ନେଇ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଯାହାକୁ ରଖିବାକୁ ଅଛି ରଖିବ ଯାହାକୁ ରଖିବାର ନାହିଁ ଡିଲିଟ କରିଦିଅ । ଏହା ବାଧ୍ୟତାମୂଳକ ନୁହେଁ । ବିରୋଧୀଙ୍କ ପାଖରେ ଯେତେବେଳ କୌଣସି ମୁଦ୍ଦା ନଥାଏ ଆମେ ତାଙ୍କୁ ସାହାଯ୍ୟ କରିପାରିବୁ ନାହିଁ । ଆମର ଦାୟିତ୍ୱ ହେଲେ ଗ୍ରାହକଙ୍କ ସୁରକ୍ଷା । ସଞ୍ଚାର ସାଥୀ ଏକ ଆପ ଯେଉଁଥିରେ ଉପଭୋକ୍ତା ସେମାନଙ୍କ ସୁରକ୍ଷା ନିଜେ କରିପାରିବେ ଏହାକୁ ସ୍ୱାଗତ କରିବା କଥା ।
#WATCH | Delhi | On the debate around Sanchar Saathi app, Union Minister for Communications Jyotiraditya Scindia says, "When the opposition has no issues, and they are trying to find some, we cannot help them. Our duty is to help the consumers and ensure their safety. The Sanchar… https://t.co/Kr3juNrGFq pic.twitter.com/npwm9R1Kf2
— ANI (@ANI) December 2, 2025