କଟକ,୨୨/୦୧: ଜଣେ ପୀଡ଼ିତାଙ୍କ ଗର୍ଭପାତ ଏବଂ ଭ୍ରୂଣର ଡିଏନଏ ପରୀକ୍ଷା ପାଇଁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । କ୍ୟାପିଟାଲ୍ ହସ୍ପିଟାଲରେ ଦୁଇ ସପ୍ତାହ ମଧ୍ୟରେ ପୀଡ଼ିତାଙ୍କ ଗର୍ଭପାତ ପାଇଁ ପଦକ୍ଷେପ ନେବାକୁ ଏ ସଂକ୍ରାନ୍ତ ମାମଲାର ବିଚାର କରି ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀ ପୀଡ଼ିତା ଜଣକ ହାଇକୋର୍ଟରେ ଏକ ପିଟିସନ୍ ଦାଏର କରି ତାଙ୍କ ଗର୍ଭସ୍ଥ ଭ୍ରୂଣର ଡିଏନ୍ଏ ପରୀକ୍ଷା ଏବଂ ଗର୍ଭପାତ ପାଇଁ ଅନୁମତି ମାଗିଥିଲେ । ଗର୍ଭଧାରଣ ଅନିଚ୍ଛାକୃତ ଏବଂ ଦୁଷ୍କର୍ମ ମାମଲା ସହ ଜଡ଼ିତ । ତାଙ୍କର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଗର୍ଭଧାରଣ ସମ୍ଭବ ନୁହେଁ । ତେଣୁ ତତ୍କାଳ ଗର୍ଭପାତ ଅନୁମତି ପାଇଁ ପ୍ରାର୍ଥନା କରିଥିଲେ ପୀଡ଼ିତା । ପୀଡ଼ିତା ପ୍ରଥମେ ରାଉରକେଲା ମହିଳା ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୁଲିସ ଏହାକୁ ଜିରୋ ଏଫଆଇଆର ଭାବେ ରୁଜୁ କରି ବିଞ୍ଝାରପୁର ଥାନାକୁ ହସ୍ତାନ୍ତର କରାଯାଇଥିଲା । ବର୍ତ୍ତମାନ ପୀଡ଼ିତାଙ୍କ ଗର୍ଭାବସ୍ଥା ପ୍ରାୟ ୨୧ ସପ୍ତାହ ୪ ଦିନରେ ପହଞ୍ଚିସାରିଛି । ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କ୍ଷେତ୍ରରେ ସୁରକ୍ଷିତ ଗର୍ଭପାତ ପାଇଁ ସ୍ୱତନ୍ତ୍ର ନିୟମାବଳୀ ରହିଛି । ଅଦାଲତ ଆଜି ପୂର୍ବସଂରକ୍ଷିତ ରାୟ ପ୍ରକାଶ କରି ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତ