ଭୁବନେଶ୍ୱର,୨୨/୦୭: ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ପରିଚାଳିତ ସଂଯୁକ୍ତ ସ୍ନାତକସ୍ତରୀୟ ନିଯୁକ୍ତି ପରୀକ୍ଷା (ସିଜିଏଲ୍‌) ମୁଖ୍ୟ ଲିଖିତ ପରୀକ୍ଷାରେ ପାଠ୍ୟକ୍ରମ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି । ପେପର-୧ (ଓଡ଼ିଆ ଓ ଇଂରାଜୀ)ରେ ପାଠ୍ୟକ୍ରମ ବାହାରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ଏପରିକି ଓଏସ୍‌ଏସ୍‌ସି ପକ୍ଷରୁ ବିଜ୍ଞପ୍ତିରେ ପାଠ୍ୟକ୍ରମ ସଂପର୍କିତ ସୂଚନାରେ ଅନୁବାଦ ନେଇ କୌଣସି ସୂଚନା ନଥିବାବେଳେ ଓଡ଼ିଆରେ ୧୨ ମାର୍କର ଅନୁବାଦ ସଂପର୍କିତ ପ୍ରଶ୍ନ ଆସିଛି ।

ପରୀକ୍ଷାର୍ଥୀଙ୍କ ଅଭିଯୋଗ, ଗତ ୨୦୨୫ ଡିସେମ୍ବର ୧୨ରେ ଓଏସ୍‌ଏସ୍‌ସି ପକ୍ଷରୁ ସିଜିଏଲ୍‌ଆର୍‌-୨୦୨୫ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏପ୍ରିଲ୍‌ରେ ଏହାର ପ୍ରିଲିମ୍‌ନାରୀ ପରୀକ୍ଷା କରାଯାଇଥିଲା । ଏଥିରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ନେଇ ଚଳିତ ମାସ ୭ ଓ ୮ ତାରିଖରେ ମୁଖ୍ୟ ଲିଖିତ ପରୀକ୍ଷା, ଗଣିତ ଟେଷ୍ଟ ଏବଂ କମ୍ପ୍ୟୁଟର ଟେଷ୍ଟ ପରୀକ୍ଷା କରାଯାଇଥିଲା । ପୂର୍ବରୁ ସିଜିଏଲ୍‌ ପରୀକ୍ଷା ପାଇଁ ଓଏସ୍‌ଏସ୍‌ସି ଯେଉଁ ଆଧାରରେ ପ୍ରଶ୍ନପତ୍ର ସିଲାବସ ପ୍ରଦାନ କରିଥାଏ, ସେହି ଆଧାରରେ ପରୀକ୍ଷାରେ ପ୍ରଶ୍ନ ଆସିଥାଏ । ଚଳିତଥର ସିଜିଏଲ୍‌ ପରୀକ୍ଷା ପାଇଁ ଓଏସ୍‌ଏସ୍‌ସି ପେପର-୧ରେ କହିଥିଲା, ଓଡ଼ିଆ କମ୍ଫ୍ରେହେନ୍‌ସନ୍‌ (ଦଶମ ଶ୍ରେଣୀ ଷ୍ଟାଣ୍ଡାର୍ଡ), ଇଂରାଜୀ କମ୍ଫ୍ରେହେନ୍‌ସନ୍‌ (ଯୁକ୍ତ ଦୁଇ ଶ୍ରେଣୀ ଷ୍ଟାଣ୍ଡାର୍ଡ)ର ଆସିବ । ଏଥିସହ ବ୍ୟାକରଣ, ପ୍ରୟୋଗ (ୟୁଜେସ୍‌), ଶବ୍ଦକୋଷ (ଭୋକାବୁଲାରି) ଆଦିରୁ ପ୍ରଶ୍ନ ଆସିବ । କିନ୍ତୁ ୫୦ ମାର୍କର ପ୍ରଶ୍ନରୁ ୧୨ ମାର୍କ ଅନୁବାଦ ପଡ଼ିଛି । ଯାହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି ।...

ଅଧିକ ପଢନ୍ତୁୁ-Bahuda Yatra 2026: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ; ଦକ୍ଷିଣ ମୋଡ଼ ନେଲେ ତିନି ରଥ​​​​​​​