ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

Pahalgam Attack: ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲେ ଓୱେସି; କହିଲେ ରହିଛି ଗୁଇନ୍ଦା ବିଭାଗର ବିଫଳତା

Published By : Bijay Swain | April 23, 2025 6:39 PM

ନୂଆଦିଲ୍ଲୀ: ପହଲଗାମ ଅଞ୍ଚଳରେ ହୋଇଥିବା ଆତଙ୍କୀ ଆକ୍ରମଣ ଉପରେ ପ୍ରଥମ ଥର ପାଇଁ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ନିଜ ମନ୍ତବ୍ୟ ରଖିଛନ୍ତି। ସେ ଏହି ଆକ୍ରମଣକୁ କଡା ନିନ୍ଦା କରିବା ସହ ଏଥିପାଇଁ ଗୁଇନ୍ଦା ବିଭାଗର ବିଫଳତାକୁ ଦାୟି କରିଛନ୍ତି। ଏହା ସହ ଉରି ଓ ପୁଲୱାମାରେ ହୋଇଥିବା ଆକ୍ରମଣଠୁ ଏହା ବହୁତ ଭୟଙ୍କର ଓ ଯନ୍ତ୍ରଣାଦାୟକ ବୋଲି ମଧ୍ୟ ସେ କହିଛନ୍ତି। ଏହି ମାମଲାରେ ମୋଦି ସରକାର ଯେଉଁ ନିଷ୍ପତ୍ତି ଗ୍ରହଣ କରିବେ ତାହା ସହ ଦଳ ରହିବ ବୋଲି ସେ ଘୋଷଣା କରିଛନ୍ତି। 

ହାଇଦ୍ରାବାଦରେ ଏକ ସାମ୍ୱାଦିକ ସମ୍ମିଳନି ଆୟୋଜନ କରି ଓୱେସି ଏପରି ମତ୍ତପ୍ରକାଶ କରିଛନ୍ତି। ଏହା ସହ ଭାରତ ସରକାର ବହୁ ଜଲଦି ଆତଙ୍କବାଦି ମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ସହ ପୀଡିତ ମାନଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ଦେବେ ବୋଲି କହିଛନ୍ତି। ଏନେଇ ଓୱେସି କହିଛନ୍ତି ଯେ “ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ତାଙ୍କ ଜାତି ପଚାରି ନରସଂହାର କରିଛନ୍ତି। ଆମେ ଏହାର କଡା ବିରୋଧ କରୁଛୁ। ମୁଁ ଚାହେଁ, ସରକାର ଏନେଇ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏହାସହ ଏହି ଆକ୍ରମଣ ପଛରେ ଆମ ଦେଶର ଗୁଇନ୍ଦା ବିଭାଗର ବିଫଳତା ମଧ୍ୟ ରହିଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଆଇଏମଆଇଏମ ଦଳ ସମସ୍ତ ପୀଡିତ ଓ ତାଙ୍କ ପରିବାର ସହ ଠିଆ ହୋଇଛି। ଯେଉଁମାନେ ଏହି ଆକ୍ରମଣରେ ଆହତ ହୋଇଛନ୍ତି ସେମାନେ ଜଲଦି ସୁସ୍ଥ ହୋଇ ଯାଆନ୍ତୁ ବୋଲି ଦଳ ଚାହେଁ। ଏହି ନରସଂହାରର ଜବାବ ଭାରତ ସରକାର ଉପଯୁକ୍ତ ଢଙ୍ଗରେ ଦେବେ ବୋଲି ସେ କହିଛନ୍ତି। 

ଆକ୍ରମଣ କରିବାକୁ ଆସିଥିବା ଆତଙ୍କୀ ମାନେ ପଡୋଶୀ ଦେଶ ପାକିସ୍ତାନର ନାଗରିକ। ସେମାନେ ଭାରତକୁ ଆସି ଏଠାରେ ଆତଙ୍କ ସୃଷ୍ଟି କରିବା ସହ ସାଧାରଣ ଲୋକମାନଙ୍କୁ ହତ୍ୟା କରିଛନ୍ତି। ଯାହା ଆଦୌ ଗ୍ରହଣୀୟ ନୁହେଁ। ଭାରତ ଭିତରେ ଭାରତ ବିରୋଧି କାର୍ଯ୍ୟକୁ ଗ୍ରହଣ କରାଯାଇ ପାରିବ ନାହିଁ। ମୋଦି ସରକାର ଏନେଇ ଜଲଦି ଆକ୍ସନ ନେବେ ବୋଲି ମୋର ଆଶା ରହିଛି ବୋଲି ଓୱେସି କହିଛନ୍ତି। 

ଆପଣଙ୍କୁ ଜଣାଇରଖୁ ଯେ, କାଶ୍ମୀରର ଦକ୍ଷୀଣରେ ଥିବା ପହଲଗାମ ଅଞ୍ଚଳରେ ଗତ ମଙ୍ଗଳବାର ଦିନ ଏକ ଭଯଙ୍କର ଆତଙ୍କୀ ଆକ୍ରମଣ ସଂଗଠିତ ହୋଇଥିଲା। ଏହି ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା ଯେଉଁଥିରେ ଦୁଇଜଣ ବିଦେଶୀ ନାଗରିକ ଥିବା ବେଳେ ଦୁଇଜଣ ସ୍ଥାନିୟ ଲୋକ ମଧ୍ୟ ରହିଛନ୍ତି ଓ ଅନେକ ଆହତ ହୋଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.