ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଧାନ କିଣା : ସିଲ ହେବ ପଡୋଶୀ ରାଜ୍ୟ ସୀମା, ମଣ୍ଡି ଦାୟିତ୍ବରେ ରହିବେ ମନ୍ତ୍ରୀ

Published By : Suraj Kumar | October 15, 2024 5:16 PM

ଭୁବନେଶ୍ବର,୧୫।୧୦ : ଧାନ କିଣା ପାଇଁ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଛି।  ଏଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ।  ଭର୍ଚ୍ଚୁଆଲ ମାଧ୍ୟମରେ ୩୦ ଜିଲ୍ଲାରେ ଜିଲ୍ଲାପାଳ ଯୋଗ ଦେଇଥିଲେ। ଏଥି ସହ ଧାନ ସଂଗ୍ରହରେ ନିୟୋଜିତ ହେବାକୁ ଥିବା ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ପଡୋଶୀ ରାଜ୍ୟର ଚାଷୀ ଓଡ଼ିଶାକୁ ଆସି କେମିତି ଧାନ ବିକ୍ରି ନକରିବେ ସେ ନେଇ ଧ୍ୟାନ ଦେଉଛନ୍ତି ରାଜ୍ୟ ସରକାର । ସୀମା ସିଲ କରାଯାଇ ଅନ୍ୟ ରାଜ୍ୟର ଚାଷୀ କେମିତି ଓଡ଼ିଶାକୁ ନଆସିବେ ସେଥିପାଇଁ ଯୋଜନା କରୁଛନ୍ତି ସରକାର । 

ଧାନ ମଣ୍ଡି ଆଧୁନିକୀକରଣ କରିବା ପାଇଁ ସମବାୟ, କୃଷି ଓ ଯୋଜନା ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ । ବର୍ଷାରେ ଓଦା ହୋଇ ଧାନ ନଷ୍ଟ ନହେବା ପାଇଁ ମଣ୍ଡିରେ ବ୍ୟବସ୍ଥା କରାଯିବ । ମଣ୍ଡିରେ ଚାଷୀଙ୍କୁ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ । ଧାନ ଓଜନ ପାଇଁ ଆଧୁନିକ ମେସିନ ବ୍ୟବସ୍ଥା କରାଯାଇଛି । କଟନୀ ଛଟନୀ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଧାନ ମାନ ନିର୍ଦ୍ଧାରଣ ଏବଂ ଧାନରୁ ଅଗାଡି ଅଲଗା କରିବା ପାଇଁ ଆନାଲାଇଜର ମେସିନ ମଣ୍ଡିରେ ଲଗାଯାଇଛି । ଆଗରୁ ଦୁଇଥର ଧାନର କ୍ୱାଲିଟି ଟେଷ୍ଟ  କରାଯାଉଥିଲା। ଏଥର ଥରେ ହିଁ ଧାନର ମାନ ଯାଞ୍ଚ କରାଯିବ । ଯାହାଦ୍ବାରା କଟନୀ ଛଟନୀ ହେବ ନାହିଁ । ଗତ ବର୍ଷ ୫୮ ଲକ୍ଷ କ୍ବିଣ୍ଟାଲ ଧାନ କିଣିଥିଲେ । ଏଥର ୮୦ ଲକ୍ଷ କ୍ବିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ରଖିଛନ୍ତି ସରକାର । 

ପ୍ରତି ମଣ୍ଡିରେ ଜଣେ ଲେଖାଏଁ ପ୍ରାଧିକୃତ ଅଧିକାରୀ ରହିବେ । ଏକାଧିକ ଧାନ ମଣ୍ଡିକୁ ନେଇ ଜୋନ ତିଆରି ହେବ । ପ୍ରତି ଜୋନରେ ଜଣେ ଲେଖାଏଁ ସୁପରଭାଇଜର ଅଧିକାରୀ ରହିବେ । ଯୋଗାଣ, ସମବାୟ, ପୋଲିସ ପ୍ରଶାସନ ଓ ଜିଲ୍ଳା ପ୍ରଶାସନର ଅଧିକାରୀ ମାନେ ଦାୟିତ୍ୱରେ ରହିବେ । ଆବଶ୍ୟକ ପଡିଲେ ପଞ୍ଚାୟତିରାଜ ବିଭାଗର ଅଧିକାରୀ ମାନଙ୍କୁ ମଧ୍ୟ ନିୟୋଜିତ କରାଯିବ । ଟୋକନ ବିଷୟରେ ସମସ୍ତ ନିଷ୍ପତ୍ତି ଜିଲ୍ଲାପାଳ ନେଇ ପାରିବେ । ପ୍ରତି ମନ୍ତ୍ରୀ ଦୁଇରୁ ତିନୋଟି ଜିଲ୍ଲାର ଦାୟିତ୍ୱରେ ରହିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.