PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ରଥଯାତ୍ରାରେ ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର, ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ରାଗଚଣା ଷ୍ଟଲ୍‌

ବରଗଡ଼, ୦୨/୦୭: କେବେଦିନେ ନିଜେ ପ୍ରସ୍ତୁତ କରି ରାଗଚଣା ବା ଘୁଗୁନି ବିକ୍ରୀ କରି ପେଟପାଟଣା କରୁଥିଲେ । ଯାହାକି ପଦ୍ମଶ୍ରୀ ଭଳି ଜାତୀୟ ସମ୍ମାନ ସହ ପ୍ରସିଦ୍ଧି ପାଇଲା ପରେ ବ୍ୟାଘାତ ପାଇଥିଲେବି ସମ୍ପୂର୍ଣ୍ଣ ଭାବେ ବନ୍ଦ କରିନାହାନ୍ତି । ବରଂ ପିଲାମାନେ ଖୁସି ହେବେ ବୋଲି ଦୁଇଗୁଣ ଉତ୍ସାହ ନେଇ ରଥଯାତ୍ରା ଦିନ ରାଗଚଣା ପ୍ରସ୍ତୁତ କରି ବିକ୍ରି କରିଥାନ୍ତି ପଦ୍ମଶ୍ରୀ ହଳଧର ନାଗ ।

ଚଳିତ ବର୍ଷ ମଧ୍ୟ ତାଙ୍କ ରାଗଚଣା ଷ୍ଟଲ୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ପଦ୍ମଶ୍ରୀଙ୍କ ହାତରୁ ରାଗଚଣା ଖାଇବା ପାଇଁ ଠୁଳ ହେଉଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଘେଁସ ରଥଯାତ୍ରାକୁ ଭିନ୍ନ ଏକ ପରିଚୟ ଦେଇଛି । ଗଲା ତିନିବର୍ଷ ଧରି କରୋନା ଯୋଗୁଁ ବିଧି ପାଳନରେ ସୀମିତ ରଥଯାତ୍ରା ଏଥର ଭକ୍ତଙ୍କ ଗହଣରେ ପାଳିତ ହେଉଥିବାରୁ ତିନିବର୍ଷ ପରେ କବିରତ୍ନ ପଦ୍ମଶ୍ରୀ ହଳଧର ପୁଣିଥରେ ଆଜି ତାଙ୍କର ରାଗଚଣା ପସରା ଖୋଲିଥିଲେ । ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ତାଙ୍କର ଷ୍ଟଲରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ବାଟୋଇ ଓ ପଥଚାରୀମାନେ ଦଣ୍ଡେ ଅଟକି ଚଣାର ସ୍ୱାଦ ନେବାକୁ ଭୁଲିନଥିଲେ ।

ବରଗଡ଼ ପାଇଁ ଜାତୀୟ ସମ୍ମାନ ଆଣିଥିବା ପଦ୍ମଶ୍ରୀ ହଳଧର ନାଗଙ୍କୁ ରାଗଚଣା ବିକ୍ରୀ ବିଷୟରେ ପଚରାଯିବା ପରେ ପୂର୍ବର ଜୀବନ ଜୀବିକା ସହିତ ଅତୀତକୁ ମନେ ରଖିବାରେ କି ଲାଜ ବୋଲି “ପ୍ରମେୟ’କୁ ସୂଚନା ଦେଇଥିଲେ । ପୁରୁଣା ସ୍ମୃତି ରୋମନ୍ଥନ ସହିତ କିଛି ପଇସା ରୋଜଗାର ହେଉଥିବାରୁ ଅନାଥ ପିଲାଙ୍କ କାମରେ ଆସିବ ବୋଲି ଦାବି କରିଥିଲେ । ତାଙ୍କର ଚଳଣୀ ପାଇଁ ଓଡ଼ିଶା ସରକାର ତାଙ୍କୁ ମାସିକ ୧୦ ହଜାର ଟଙ୍କା ଦେଉଥିଲେବି ତାକୁ ନିଜେ ଖର୍ଚ୍ଚ ନକରି ନିଜେ ଖୋଲିଥିବା ବନବିଦ୍ୟାଳୟର ଦଳିତ ଅନାଥ ପିଲାଙ୍କ ପଢ଼ା ଏବଂ ବାଗଦେବୀଙ୍କ ମନ୍ଦିର ନିର୍ମାଣରେ ଖର୍ଚ୍ଚ ହେଉଛି ବୋଲି ସ୍ପଷ୍ଟ କରି ପଦ୍ମଶ୍ରୀ ହଳଧର ନାଗ ଅତୀତକୁ ନଭୁଲିବା ପାଇଁ ହିଁ ବର୍ଷକୁ ଦୁଇଦିନ ରଥଯାତ୍ରା ଓ ବାହୁଡ଼ାରେ ଚଣା ବିକ୍ରି କରିଆସୁଛନ୍ତି ଏବଂ ଅନ୍ତିମ ସମୟ ପର୍ଯ୍ୟନ୍ତ ଏହା ଜାରି ରଖିବେ ବୋଲି ପ୍ରତିକ୍ରିୟା ରଖିଥିଲେ ।