ନୂଆଦିଲ୍ଲୀ : ପହଲଗାମ୍‌ରେ ଆତଙ୍କବାଦୀ ହମଲାକୁ ନେଇ ପୂରା ଦେଶ ଦୁଃଖ ଓ ପ୍ରତିଶୋଧ ନିଆଁରେ ଜଳୁଛି। ଚାରିଆଡ଼େ ଆତଙ୍କୀଙ୍କ ଅମାନୁଷିକ କାଣ୍ଡକୁ ନେଇ ଆଲୋଚନା ହେଉଛି। ସୋସିଆଲ ମିଡ଼ିଆରେ ମଧ୍ୟ ଏହା ସହ ଜଡ଼ିତ ଅନେକ ଭିଡ଼ିଓ ଭାଇରାଲ ହେଉଛି। ଏଥିରୁ ଗୋଟିଏ ଏମିତି ମଧ୍ୟ ଭିଡ଼ିଓ ଖୁବ୍‌ ସେୟାର କରାଯାଉଛି ଯେ , ଯେଉଁଥିରେ ଜଣେ ବ୍ୟକ୍ତି ପହଲଗାମ ଭଳି ‘ପହଲଗାମ୍‌ ଭଳି ହମଲାକୁ ଇସଲାମରେ ପୁଣ୍ୟ’ କହୁଛନ୍ତି। ଗୀତକାର ଓ କବି ମନୋଜ ମୁନ୍ତଶିର ମଧ୍ୟ ଏଭି ଭିଡ଼ିଓକୁ ସେୟାର କରିଛନ୍ତି। ଆସନ୍ତୁ ଜାଣିବା ଯେ, ଭିଡ଼ିଓରେ ସେହି ବ୍ୟକ୍ତି କଣ କହୁଛନ୍ତି ଏବଂ ସେ କିଏ, କେଉଁ କାରଣରୁ ଏହିପରି ବିବାଦୀୟ କଥା କହୁଛନ୍ତି। 

ମନୋଜ ମୁନ୍ତଶିର ଭିଡ଼ିଓ ସହ ଏକ୍ସରେ ଲେଖିଛନ୍ତି, ୨ମିନିଟ୍‌ ୨୭ ସେକେଣ୍ଡ ଅଛି ତୁମ ପାଖରେ ? ତ ଏହାକୁ ପୂରା ଶୁଣ ଏବଂ ଯଦି ତୁମର ଧର୍ମ ନିରପେକ୍ଷ ମନ ପକ୍ଷାଘାତଗ୍ରସ୍ତ ହୋଇନାହିଁ ଏବଂ ତୁମର ‘ଗଙ୍ଗା-ଯମୁନି ବୁଦ୍ଧି’ ସଂପୂର୍ଣ୍ଣ ଭାବରେ ପଙ୍ଗୁ ହୋଇ ନାହିଁ ,ତେବେ ନିଶ୍ଚିତ ଭାବରେ ଏହା ବିଷୟରେ ଚିନ୍ତା କର। ମୁନ୍ତଶିରଙ୍କ ପୋଷ୍ଟକୁ ହଜାର ହଜାର ଲୋକ ସେୟାର କରିଛନ୍ତି। ଲୋକେ ଏହାକୁ ଅଲଗା ଅଲଗା କ୍ୟାପସନ ଓ ସନ୍ଦର୍ଭ ସହ ସେୟାର କରୁଛନ୍ତି। ଉସୁକାଇବା ଓ ବିବାଦିତ ଟିପ୍ପଣୀର କାରଣରୁ ସେ ଭିଡ଼ିଓ ଆମେ ଆପଣଙ୍କୁ ଦେଖାଉ ନାହିଁ ।

ଏହି ଭିଡ଼ିଓରେ କଣ ଅଛି ? 

୨ ମିନିଟ୍‌ ୨୭ ସେକେଣ୍ଡର ଭିଡ଼ିଓରେ ହଳଦିଆ ସାର୍ଟ ଓ ଧଳା ଟୋପି ପିନ୍ଧିଥିବା ଜଣେ ବ୍ୟକ୍ତି ଜଣେ ସାମ୍ୱାଦିକଙ୍କ ସହ କଥାବାର୍ତ୍ତା କରିବା ଦେଖାଯାଉଛି। ସାମ୍ୱାଦିକ ଏଥିରେ ପହଲଗାମ ହମଲା ଉପରେ ପ୍ରଶ୍ନ କରୁଛନ୍ତି। ସାମ୍ୱାଦିକ ସେହି ବ୍ୟକ୍ତିଙ୍କ ନାମ ସଲିମ ବୋଲି କହୁଛନ୍ତି। ପହଲଗାମ ହମଲାରେ ପ୍ରତିକ୍ରିୟା ମାଗିବା ଉପରେ ସଲିମ୍‌ କହୁଛନ୍ତି, ଆମେ ନିଜର ଦୃଷ୍ଟିକୋଣରେ କହିବା ତ ଏହା ଭୁଲ୍‌ , ଆତଙ୍କବାଦୀ ହମଲା ,ମାନବିକତାର ବିରୋଧୀ। କିନ୍ତୁ ଇସଲାମର ଦୃଷ୍ଟିକୋଣରେ ଦେଖିବା ତ ସେ ପୁଣ୍ୟର କାମ କରିଛନ୍ତି, ଏହା ଏହ ମହାନ କାର୍ଯ୍ୟ। ଏହାପରେ ସଲିମ୍‌ କିଛି ପଦ ଉଦ୍ଧୃତ କରି ଅନେକ ବିବାଦୀୟ ଟିପ୍ପଣୀ କରୁଛନ୍ତି।

କିଏ ଏମିତି କହୁଥିବା ବ୍ୟକ୍ତି ଏବଂ କାହିଁକି କରୁଛନ୍ତି ଏମିତି କଥା –

ଉଲ୍ଲେଖନୀୟ ଯେ, ଭାଇରାଲ ଭିଡ଼ିଓରେ ବ୍ୟକ୍ତିଙ୍କର ନାମ ସଲିମ୍ ୱାସ୍ତିକ୍‌ ଲେଖା ଥିବା ନଜର ଆସୁଛି। ଆମେ ଯେବେ ଏହି ନାଁକୁ ଗୁଗଲ ଓ ୟୁଟ୍ୟୁବ୍‌ରେ ସର୍ଚ୍ଚ କଲୁ ତ ଜଣାପଡିଲା କି, ସଲିମ୍‌ ୱାସ୍ତିକ୍‌ ଇସଲାମର ସମାଲୋଚକ। ସେ ନିଜକୁ କାଫିର କୁହନ୍ତି। ସଲିମ୍‌ଙ୍କ ପରିଚୟ ଜଣେ ଏକ୍ସ ମୁସଲିମ୍‌ ଭାବେ ମଧ୍ୟ ଦିଆଯାଏ। ହେଲେ ସେ ଏକ ଭିଡ଼ିଓରେ କହୁଛନ୍ତି କି, ସେ ଏକ୍ସ ମୁସଲିମ୍‌ର ପ୍ରକ୍ରିୟା ପୂରା କରି ନାହାନ୍ତି। ସେ ମୁସଲିମ୍ ରହି ଇସଲାମର ସମାଲୋଚକ। ସଲିମ ୱାସ୍ତିକ୍‌ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମଧ୍ୟ ଚଲାଉଛନ୍ତି ଏବଂ ଏଥି ପାଇଁ ଇସଲାମ ଉପରେ ବିବାଦୀୟ ଟିପ୍ପଣୀ କରୁଛନ୍ତି।