ପ୍ରମୂଖ ଖବର
  • ଗଜପତିଙ୍କ ଛେରାପହଁରା ନୀତି ଆରମ୍ଭ, ଆଉ କିଛି ସମୟ ପରେ ରଥ ଟଣା
  • ||
  • ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଘଣ୍ଟଘଣ୍ଟା ହରିବୋଲ ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜୁନ୍‌ ୩୦ ରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ପହଲଗାମରେ ଆତଙ୍କବାଦୀ ଆକ୍ରମଣର ପ୍ରଭାବ, ସର୍ଭେରେ ବୁକିଂ ବାତିଲକୁ ନେଇ ବଡ଼ ଖୁଲାସା

Published By : Anindita Ratha | April 25, 2025 2:14 PM

ନୂଆଦିଲ୍ଲୀ,୨୫/୦୪:ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଜମ୍ମୁ ଏବଂ କାଶ୍ମୀରର ପର୍ଯ୍ୟଟନକୁ ପ୍ରଭାବିତ କରିବାକୁ ଯାଉଛି। ମେ'ରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ। ହେଲେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଟୁର୍ ଓ ଟ୍ରାଭେଲ କମ୍ପାନୀଗୁଡ଼ିକ ଅନେକ ରଦ୍ଦ ହୋଇଥିବା ନେଇ ରିପୋର୍ଟ କରିଛନ୍ତି । ଟୁର୍ ଅପରେଟରମାନେ କେବଳ ଏହାର ତତ୍କାଳୀନ ପ୍ରଭାବ ବିଷୟରେ ନୁହେଁ ବରଂ ପର୍ଯ୍ୟଟନ କ୍ଷେତ୍ର ଉପରେ ଏହାର ଦୀର୍ଘକାଳୀନ ପ୍ରଭାବ ବିଷୟରେ ମଧ୍ୟ ଚିନ୍ତିତ। କିଛି ଟୁର୍ ଅପରେଟର ଆଶା କରୁଛନ୍ତି ଯେ, ସରକାରୀ ହସ୍ତକ୍ଷେପ ଦୀର୍ଘକାଳୀନ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିପାରିବ। ବିଶେଷ କରି ଜୁନ୍ ମାସରେ ଆରମ୍ଭ ହେଉଥିବା ଅମରନାଥ ଯାତ୍ରା ଉପରେ।

ଆତଙ୍କବାଦୀ ଆକ୍ରମଣ ପରେ ଘରୋଇ ବିମାନ କମ୍ପାନୀଗୁଡ଼ିକ ଶ୍ରୀନଗରକୁ ୧୫ ହଜାର ବିମାନ ଟିକେଟ୍ ବାତିଲ କିମ୍ବା ପୁନଃନିର୍ଦ୍ଧାରିତ କରିବା ପାଇଁ ଅନୁରୋଧ ପାଇଛନ୍ତି। ୨୦୨୫ ମସିହାରେ କାଶ୍ମୀରରେ ଛୁଟି କାଟିବାକୁ ଯୋଜନା କରୁଥିବା ଲୋକମାନେ ସେମାନଙ୍କର ବୁକିଂ ଏବଂ ଯୋଜନା ସହିତ କ'ଣ କରିବେ ତାହା ଜାଣିବା ପାଇଁ ଲୋକାଲସର୍କଲ୍ସ ଏକ ସର୍ଭେ କରିଥିଲା । ତେବେ ସର୍ଭେରୁ ଜଣାପଡ଼ିଥିଲା ଯେ, ୨୦୨୫ରେ କାଶ୍ମୀର ପରିଦର୍ଶନ କରିବାକୁ ଯୋଜନା କରୁଥିବା କିମ୍ବା ବୁକିଂ କରୁଥିବା ଯାତ୍ରୀମାନଙ୍କୁ ସେମାନଙ୍କର ଯୋଜନା ବିଷୟରେ ପଚରାଯାଇଥିଲା, "ଆପଣ କିମ୍ବା ଆପଣଙ୍କ ପରିବାର ୨୦୨୫ ମେ-ଡିସେମ୍ବର ମଧ୍ୟରେ ଛୁଟି ପାଇଁ କାଶ୍ମୀର ଯିବାକୁ ଯୋଜନା କରୁଥିଲେ କି?"  ୬ହଜାର ୮୦୭ ଉତ୍ତରଦାତାଙ୍କ ମଧ୍ୟରୁ ୬୨% କହିଛନ୍ତି, "ହଁ, ଆମେ ଯୋଜନା କରୁଥିଲୁ କିନ୍ତୁ ଏବେ ଯୋଜନା ବାତିଲ କରାଯାଇଛି ଏବଂ ବୁକିଂ ମଧ୍ୟ ବାତିଲ କରାଯାଉଛି।" ଯେତେବେଳେ ୩୮% ଲୋକ କହିଥିଲେ,“ହଁ, ଆମେ ଯୋଜନା କରୁଥିଲୁ ଏବଂ ଆମେ ଏବେ ବି ଯାତ୍ରା କରିବାକୁ ଯୋଜନା କରୁଛୁ।

ସେହିପରି ସର୍ଭେରେ ସାମିଲ ୧୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୬ ଜଣ ଯେଉଁମାନେ ଚଳିତ ବର୍ଷ ମେ'ରୁ ଡିସେମ୍ବର ମଧ୍ୟରେ କାଶ୍ମୀର ଗସ୍ତ କରିବାକୁ ଯୋଜନା କରୁଥିଲେ, ସେମାନଙ୍କର ଯୋଜନା ବାତିଲ ହେବାର ସମ୍ଭାବନା ରହିଛି। ଏଥିରେ କୁହାଯାଇଛି ଯେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଅଧିକ ଆତଙ୍କବାଦୀ ଆକ୍ରମଣ ହେବାର ଭୟରେ ଅନେକ ଲୋକ କିଛି ସମୟ ପାଇଁ କାଶ୍ମୀର ପରିଦର୍ଶନରୁ ଦୂରେଇ ରହିପାରନ୍ତି। ଏକ ସର୍ଭେରେ ଯାତ୍ରୀମାନଙ୍କୁ ପଚରାଯାଇଥିଲା, "ଆପଣ କିମ୍ବା ଆପଣଙ୍କ ପରିବାର ଆଗାମୀ ତିନି ବର୍ଷ ମଧ୍ୟରେ କାଶ୍ମୀର ଯାତ୍ରା ଯୋଜନା କରିପାରିବେ କି?" ୩୩% କହିଛନ୍ତି ଯେ ଏହା ସରକାର ସୁରକ୍ଷା ପରିସ୍ଥିତିକୁ କିପରି ପରିଚାଳନା କରନ୍ତି ତାହା ଉପରେ ନିର୍ଭର କରିବ ୮% ସ୍ପଷ୍ଟ ଉତ୍ତର ଦେଇ ନାହାଁନ୍ତି। ତେବେ ସର୍ଭେ ଆଧାରରେ, ଏହା ଅନୁମାନ କରାଯାଇପାରେ ଯେ, ଆଗାମୀ ତିନି ବର୍ଷ ମଧ୍ୟରେ କାଶ୍ମୀର ଲୋକଙ୍କ ପ୍ରଥମ ପସନ୍ଦ ହେବ ନାହିଁ। ସମସ୍ତଙ୍କ ମନରେ ଏକ ଭୟ ଅଛି  ଏବଂ ଲୋକମାନେ କାଶ୍ମୀର ଯିବା ଅପେକ୍ଷା ଅନ୍ୟ କୌଣସି ସ୍ଥାନକୁ ଯିବାକୁ ପସନ୍ଦ କରିବେ ବୋଲି ରିପୋର୍ଟରୁ ଜଣାପଡ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.