ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପାକ୍‌ରେ ଦେଖିବାକୁ ମିଳିଲା ପହଲଗାମ୍ ହମଲାର ମାଷ୍ଟରମାଇଣ୍ଡ, ହାଫିଜର ପୁଅ ସହ ଥିଲା ଭାରତ ବିରୋଧି ରାଲିରେ

Published By : Harapriya Biswal | May 29, 2025 7:46 PM

ନୂଆଦିଲ୍ଲୀ,୨୯।୫: ପହଲଗାମ୍ ଆତଙ୍କୀ ହମଲାର ଏକ ମାସ ପରେ ଆକ୍ରମଣର ମାଷ୍ଟର ମାଇଣ୍ଡ ସୈଫୁଲ୍ଲା କସୁରୀ ସାର୍ବଜନିକ ରୂପରେ ନଜର ଆସିଛି। ସୈଫୁଲା ଲସ୍କର-ଇ-ତୋଇବାର କମାଣ୍ଡର। ସେ ନିକଟରେ ପାକିସ୍ତାନରେ ଭାରତ ବିରୋଧି ରାଲିରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସୈଫୁଲ୍ଲା ସହ ହାଫିଜ ସଇଦର ପୁଅ ମଧ୍ୟ ନଜର ଆସିଥିଲା। ଯାହାକୁ ଲସ୍କରର ଆଗାମୀ ଉତ୍ତରାଧିକାରୀ ବୋଲି କୁହାଯାଉଛି। ଏହି ରାଲିରେ ବହୁ ପାକିସ୍ତାନୀ ନେତା ମଧ୍ୟ ନଜର ଆସିଛନ୍ତି। ଯେଉଁମାନେ ଖୋଲାଖୋଲି ଆତଙ୍କୀଙ୍କ ସହ ମଞ୍ଚ ସେୟାର କରିଛନ୍ତି।

ଉଲ୍ଳେଖନୀୟ ଯେ, ପାକିସ୍ତାନରେ ନ୍ୟୁକ୍ଲିଅର ଟେଷ୍ଟିଂ ସଫଳତାକୁ ପ୍ରତି ବର୍ଷ ୟୋମ-ଇ-ତକବୀର ରୂପରେ ପାଳନ କରାଯାଏ। ଏହି ରାଲି ମଧ୍ୟ ସେହି ପର୍ବର ଏକ ଅଂଶ ଥିଲା। ଏହି ଅବସରରେ ପାକିସ୍ତାନ ମରକଜି ମୁସଲିମ୍ ଲିଗ୍ ଦ୍ବାରା ଆୟୋଜିତ ଆତଙ୍କୀ ଭାରତ ବିରୋଧରେ ଜହର ଓଗାଳିଥିଲେ। କଥିତ ଭାବରେ ରାଲିରେ ଥିବା ତଲ୍ଲହା ସଇଦ ପହଲଗାମ୍‌ର ବୈସରନ୍‌ରେ ହୋଇଥିବା ହମଲାର ନେତୃତ୍ବ ନେଉଥିଲା। 

ଉଲ୍ଳେଖନୀୟ ଯେ, ଗତ ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ଆତଙ୍କୀମାନେ ୨୬ ଲୋକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଲୋକଙ୍କୁ ଧର୍ମ ପଚାରି ଗୁଳିମାଡ କରିଥିଲେ। ଏହି ଆକ୍ରମଣ ପାଇଁ ‘ଦ ରେଜିଷ୍ଟନ୍ସ ଫ୍ରଣ୍ଟ ନାମକ ଗୋଷ୍ଠୀ’ ନିଜକୁ ଦାୟୀ କରିଥିଲା। ଯାହାକି ଲସ୍କରର ଏକ ପ୍ରକ୍ସି। ଏହାପରେ ଭାରତ-ପାକ୍‌ ଓ ପାକ୍ ଅଧିକୃତ କାଶ୍ମୀରରେ ଅପରେସନ୍ ସିନ୍ଦୂର ଅନୁସାରେ, ବହୁ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରାଯାଇଥିଲା। ଭାରତୀୟ ସଶସ୍ତ୍ର ବଳ ଏହି କାର୍ଯ୍ୟାନୁଷ୍ଠାନ ବେଳେ ପ୍ରାୟ ୧୫୦ରୁ ଅଧିକ ଆତଙ୍କୀଙ୍କୁ ମାରିଦେଇଥିଲା। ପାକିସ୍ତାନରେ ଆୟୋଜିତ ଏହି ଭାରତ ବିରୋଧି ରାଲିରେ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କୀଙ୍କ ଲିଷ୍ଟରେ  ତଲହା ସଇଦ ଜୋରଦାର ଜିହାଦି ନାରାବାଜି କରିଥିଲା। ତଲହା ପାକିସ୍ତାନରେ ନିର୍ବାଚନ ମଧ୍ୟ ଲଢିସାରିଛି। ସେ ପିଏମ୍ଏମ୍ଏଲ ପାର୍ଟି ସହ ଜଡିତ, ଯିଏକି ଗତ କିଛି ସପ୍ତାହରେ ଭାରତ ବିରୋଧି ବୟାନବାଜି ଆରମ୍ଭ କରିଦେଇଛି। ସେ ଗତ କିଛି ଦିନରେ ପାକିସ୍ତାନର ପ୍ରମୁଖ ସହରରେ ଭାରତ ବିରୋଧି ରାଲି କହିଛି। ଏହି ସମୟରେ ହାଫିଜ୍‌ର ମୁକ୍ତି ନେଇ ଦାବି କରାଯାଇଥିଲା। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.