ପ୍ରମୂଖ ଖବର
  • ଦିଲ୍ଲୀ ଯିବେ ମୋହନ-ମନମୋହନ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିପାରେ ବଡ଼ ଖବର
  • ||
  • ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍, ଅଗଷ୍ଟ ୧୫ରେ ପାଳିବେ ଜନ୍ମଦିନ
  • ||
  • ଖଲ୍ଲିକୋଟ :ମାଟିଆ ସାହି ଛକ ନିକଟରେ ୨ ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି
  • ||
  • ବଳପୂର୍ବକ କ୍ଷମତା କବଜା ଅଭିଯୋଗରେ ବ୍ରାଜିଲ୍ ପୂର୍ବତନ ରାଷ୍ଟ୍ରପତି ବୋଲୋସୋନାରୋ ଗୃହବନ୍ଦୀ
  • ||
  • କଟକ: ବିଳମ୍ବିତ ରାତିରେ କଟକ ନୂଆ ବଜାରରେ ଗୁଳିମାଡ଼, ଯୁବକ ଗୁରୁତର
  • ||
  • ୧୩ରେ ଘୂର୍ଣ୍ଣିବଳୟ, ୧୪ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ: ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ
  • ||

ଆଇଡ଼ି, ଚକୋଲେଟ୍, ବାୟୋମେଟ୍ରିକ୍ ଡାଟା...ପାକିସ୍ତାନୀ ଥିଲେ ପହଲଗାମ ଆକ୍ରମଣକାରୀ, ମିଳିଲା ପ୍ରମାଣ

Published By : Ankita S | August 5, 2025 10:15 AM

ନୂଆଦିଲ୍ଲୀ,୦୫/୦୮: ଭୟଙ୍କର ପହଲଗାମ ହମଲାରେ ସାମିଲ ଆତଙ୍କୀ ପାକିସ୍ତାନୀ ନାଗରିକ ଥିଲେ । ଆକ୍ରମଣକାରୀଙ୍କ ପରିଚୟକୁ ନେଇ ଭାରତୀୟ ସୁରକ୍ଷା ଏଜେନ୍ସିଂ ପାକିସ୍ତାନ ସରକାର ଦ୍ୱାରା ଜାରି ଦସ୍ତାବିଜ ଏବଂ ବାୟୋମେଟ୍ରିକ ଡାଟା ସହିତ ସବୁ ପ୍ରମାଣ ଏକାଠି କରିଛି । ଯେଉଁଥିରେ ପହଲଗାମ ୩ ଆକ୍ରମଣକାରୀ ପାକିସ୍ତାନ ନାଗରିକ ବୋଲି ଜଣାପଡିଛି ।

ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଇବା (LeT)ର ଆତଙ୍କବାଦୀ ଭାବରେ ଚିହ୍ନଟ ହୋଇଥିବା ୩ ଆତଙ୍କବାଦୀ ଜୁଲାଇ ୨୮ ତାରିଖରେ ଅପରେସନ୍ ମହାଦେବ ସମୟରେ ଶ୍ରୀନଗର ଉପକଣ୍ଠରେ ଥିବା ଦାଚିଗାମ ଜଙ୍ଗଲରେ ସୁରକ୍ଷା ବାହିନୀ ସହିତ ଏକ ଏନକାଉଣ୍ଟରରେ ନିହତ ହୋଇଥିଲେ । ସେମାନେ ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସରନ ଘାଟିରେ ହୋଇଥିବା ଆକ୍ରମଣ ପରଠାରୁ ଦାଚିଗାମ-ହରୱାନ ଜଙ୍ଗଲ ଅଞ୍ଚଳରେ ଲୁଚି ରହିଥିଲେ । ସେମାନେ ପାକିସ୍ତାନ ନାଗରିକ ହୋଇଥିବା ଭାରତୀୟ ଅଧିକାରୀମାନେ ଆତଙ୍କବାଦୀଙ୍କ ସହ ଜଡ଼ିତ ପ୍ରମାଣ ସଂଗ୍ରହ କରିଛନ୍ତି ।

ଅଧିକାରୀମାନେ କହିଛନ୍ତି ଯେ, ସଂଗୃହିତ ପ୍ରମାଣ ଦର୍ଶାଉଛି ଯେ ଏହି ଆତଙ୍କବାଦୀଙ୍କ ମଧ୍ୟରୁ କେହି ସ୍ଥାନୀୟ ଲୋକ ନଥିଲେ । ପାକିସ୍ତାନର ଜାତୀୟ ଡାଟାବେସ୍ ଏବଂ ପଞ୍ଜୀକରଣ କର୍ତ୍ତୃପକ୍ଷର ବାୟୋମେଟ୍ରିକ୍ ରେକର୍ଡ, ଭୋଟର ପରିଚୟପତ୍ର ସ୍ଲିପ୍ ଏବଂ ଡିଜିଟାଲ୍ ସାଟେଲାଇଟ୍ ଫୋନ୍ ଡାଟା ଭଳି ଠୋସ୍‌ ପ୍ରମାଣ ସଂଗ୍ରହ କରିଛନ୍ତି । ଯାହା ନିଶ୍ଚିତ କରୁଛି ଯେ, ସମସ୍ତ ତିନି ଆତଙ୍କବାଦୀ ପାକିସ୍ତାନର ନାଗରିକ ଥିଲେ ।

ଏନକାଉଣ୍ଟର ପରେ ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ରର ତଦନ୍ତ ଏବଂ ଅଟକ ଦୁଇ କାଶ୍ମୀର ଯୁବକଙ୍କୁ ପଚରାଉଚରା ଆଧାରରେ, ଏହା ଜଣାପଡ଼ିଥିଲା ଯେ ଏହି ଆତଙ୍କବାଦୀମାନେ ପହଲଗାମ ଆକ୍ରମଣରେ ସାମିଲ ଥିଲେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ପ୍ରଥମ ଥର ପାଇଁ ଆମେ ପାକିସ୍ତାନ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଦସ୍ତାବିଜ ପାଇଛୁ, ଯାହା ପହଲଗାମ ଆକ୍ରମଣକାରୀଙ୍କ ନାଗରିକତାର ପ୍ରମାଣ ହୋଇଛି ।''

'ଅପରେସନ୍ ମହାଦେବ' ସମୟରେ ସଂଗୃହୀତ ଫରେନସିକ୍, ଡକ୍ୟୁମେଣ୍ଟ ଏବଂ ପ୍ରମାଣ ସ୍ପଷ୍ଟ ଭାବରେ ଦର୍ଶାଇଛି ଯେ ସମସ୍ତ ତିନି ଜଣ ଆକ୍ରମଣକାରୀ ପାକିସ୍ତାନୀ ନାଗରିକ ଏବଂ ଲସ୍କର-ଏ-ତଇବାର ବରିଷ୍ଠ ସଦସ୍ୟ ଥିଲେ । ଆକ୍ରମଣପରଠୁ ୩ ଜଣ ଦାଚିଗାମ-ହରୱାନ ଜଙ୍ଗଲ ଅଞ୍ଚଳରେ ଲୁଚି ରହିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.