ନୂଆଦିଲ୍ଲୀ, ୨୭/୯ : ଭାରତର ସିନ୍ଦୂର ମାଡ଼ରେ ଦୋହଲି ଯାଇଛି ଆତଙ୍କୀସ୍ତାନ। ପାକ୍ ନେତା, ମନ୍ତ୍ରୀଙ୍କୁ ଲାଗିଛି ଶକ୍ତ ଧକ୍କା। ମିଳିତ ଜାତିସଙ୍ଘ ସୁରକ୍ଷା ପରିଷଦରେ ଆୟୋଜିତ ଏଆଇ ଇନୋଭେସନ ଡାଇଲଗ୍ କାର୍ଯ୍ୟକ୍ରମରେ ବିଳିବିଳେଇଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ଵାଜା ଆସିଫ୍। ସମ୍ବୋଧନ ବେଳେ ୬ ରୁ ୭ ଥର ଭୁଲ୍ ଶବ୍ଦ ଉଚ୍ଚାରଣ କଲେ ଆସିଫ୍। ବକ୍ତବ୍ୟ ଦେବା ବେଳେ ଫମ୍ବଲିଙ୍ଗ କରିବାରୁ ଟ୍ରୋଲ୍ ହେଲେ ଆସିଫ୍। ସୋସିଆଲ୍ ମିଡିଆରେ ମଜାକ୍ ଉଡ଼ାଇଲେ ୟୁଜର୍, କହିଲେ 'ଅପରେସନ ସିନ୍ଦୂର ମାଡ଼ରେ ଦୋହଲି ଯାଇଛି ପାକ୍ ମନ୍ତ୍ରୀଙ୍କ ମୁଣ୍ଡ।'
UN ମହାସଚିବ ଏଣ୍ଟୋନିୟୋ ଗୁଟେରେସ୍ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସିଫ୍ ଏଆଇ ଓ ଭାରତ-ପାକ୍ ତିକ୍ତତା ପ୍ରସଙ୍ଗରେ ଆଲୋଚନା କରିଥିଲେ। ହେଲେ ସବୁଥର ଭଳି ଏଥର ବି ଭୁଲ୍ ଉଚ୍ଚାରଣ ପାଇଁ ଆସିଫ୍ଙ୍କୁ ଟ୍ରୋଲ୍ ହେବାକୁ ପଡ଼ିଛି। ସେ breathtaking pace ବଦଳରେ breathtaking space କହିଥିଲେ। ଏହାପରେ risk କୁ riks, development କୁ developend ଓ first time କୁ sirts time କହିଥିଲେ। ଖାଲି ସେତିକି ନୁହେଁ Six pillars କହିବା ବେଳେ six pip-pillars କହିଥିଲେ। instability ଓ technoligical disparities ଭଳି ଶବ୍ଦ କହିବା ବେଳେ ଫମ୍ବଲିଙ୍ଗ କରିଥିଲେ।
ଆସିଫ୍ଙ୍କ ଭାଷଣ ବେଳର ଏକ କମ୍ପାଇଲେସନ ଭିଡିଓ ଏଏନଆଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି। ଏହି ଭିଡିଓ ଦେଖି ୟୁଜରମାନେ ତାଙ୍କୁ ଟ୍ରୋଲ୍ କରିଛନ୍ତି। ଖାଲି ଭୁଲ୍ ଉଚ୍ଚାରଣ ନୁହେଁ ଓଲଟପାଲଟ ବୟାନବାଜି ପାଇଁ ମଧ୍ୟ ଖ୍ଵାଜା ଆସିଫ୍ ଚର୍ଚ୍ଚାକୁ ଆସନ୍ତି। ପାକିସ୍ତାନ ବନ୍ୟା ସମୟରେ ସେ ଲୋକମାନଙ୍କୁ କଣ୍ଟେନର ଓ ଟବ୍ରେ ପାଣି ସଂଗୃହୀତ କରି ରଖିବା ପାଇଁ ଅପିଲ୍ କରିଥିଲେ। କିଛି ମାସ ତଳେ ପାକ୍ ସଂସଦରେ ଏକ ବିତଣ୍ଡା ଯୁକ୍ତି ବାଢିଥିଲେ। ସେ କହିଥିଲେ ଯେ, ପାକିସ୍ତାନର ସାଇବର ୱାରିଅର୍ସମାନେ ସାଇବର୍ ଆଟାକ୍ କରି ଭାରତରେ ଆଇପିଏଲ୍ ମ୍ୟାଚ୍ ବେଳେ ଷ୍ଟାଡିୟମର ଫ୍ଲଡଲାଇଟ୍ ବନ୍ଦ କରିଦେଇଥିଲେ। ଏହି ବୟାନ ପରେ ସୋସିଆଲ ମିଡିଆରେ ୟୁଜରମାନେ ତାଙ୍କ ମଜାକ୍ ଉଡାଇଥିଲେ। ଜଣେ ୟୁଜର ଲେଖିଥିଲେ ଯେ, ଆଇପିଏଲର ଫ୍ଲଡଲାଇଟ୍ ୱାଇ-ଫାଇରେ ନୁହେଁ ସିକ୍ୟୋର ଇଲେକ୍ଟ୍ରିକାଲ ସିଷ୍ଟରେ ଚାଲେ। ହୋମ୍ ରାଉଟର୍ ଭଳି ଏହାକୁ ହ୍ୟାକ୍ କରିବା ସହଜ କଥା ନୁହେଁ।