ନୂଆଦିଲ୍ଲୀ, ୨୮/୨ : ଶ୍ରୀଲଙ୍କା ବିପକ୍ଷରେ ସୁପର-୮ ମୁକାବିଲା ଖେଳୁଛି ପାକିସ୍ତାନ । ସେମିଫାଇନାଲ ପାଇଁ ସଂଘର୍ଷ କରୁଥିବା ଦଳ ପାଇଁ ଫରହାନ ବଡ଼ ପାଳି ଖେଳିଛନ୍ତି । ସେ ୬୦ ବଲରୁ ୧୦୦ ରନ୍ କରିଛନ୍ତି । ଏହି ୧୦୦ ରନ୍ ଦଳ ପାଇଁ ଯେତିକି ମୂଲ୍ୟବାନ ହୋଇଛି ବ୍ୟକ୍ତିଗତ ଭାବେ ଏକ ରେକର୍ଡ ମଧ୍ୟ ଅର୍ଜନ କରିବାରେ ସମର୍ଥ ହୋଇଛନ୍ତି ଫରହାନ । ସେ ବିରାଟ କୋହଲିଙ୍କ ୧୨ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଗୋଟିଏ ଟି-୨୦ ବିଶ୍ବକପରେ ଗୋଟିଏ ସିଜିନରେ ସର୍ବାଧିକ ସ୍କୋର କରିବାର ରେକର୍ଡ ନିଜ ନାମରେ କରିଛନ୍ତି ।
ବିରାଟ କୋହଲି ୨୦୧୪ ଟି-୨୦ ବିଶ୍ବକପରେ ୩୧୯ ରନ୍ କରିଥିଲେ । ଗୋଟିଏ ସିଜିନରେ ସର୍ବାଧିକ ସ୍କୋର କରିବାର ରେକର୍ଡ ତାଙ୍କ ନାମରେ ରହିଥିଲା । ମାତ୍ର ଏବେ ଏହି ରେକର୍ଡକୁ ନିଜ ନାମରେ କରି ଇତିହାସ ରଚିଛନ୍ତି ଫରହାନ । ସେ ଏହି ୧୦୦ ରନ୍ ବଳରେ ୩୨୦ ରନ୍ କରିଛନ୍ତି । ପାକିସ୍ତାନ ଯଦି ସେମିକୁ ଯାଏ ତାହେଲେ ସେ ଏହାକୁ ମଧ୍ୟ ଅତିକ୍ରମ କରିପାରିବେ ।
𝐀 𝐡𝐢𝐬𝐭𝐨𝐫𝐢𝐜 𝐦𝐢𝐥𝐞𝐬𝐭𝐨𝐧𝐞 🔓
— ICC (@ICC) February 28, 2026
Sahibzada Farhan surpasses Virat Kohli for most runs at a #T20WorldCup 🙌
Tune in to watch him LIVE, tournament broadcast details ➡️ https://t.co/NPykWM7qqY pic.twitter.com/SAeBWpLgaR
ଫରହାନ ୮ ପାଳିରେ ୩୨୦ ରନ୍ କରିବାର ରେକର୍ଡ କରିଛନ୍ତି । ୧୨ ବର୍ଷ ଧରି ବିରାଟଙ୍କ ନାମରେ ଏହି ରେକର୍ଡ ରହିଥିଲା । ମାତ୍ର ଏବେ ଫରହାନ ଏହି ରେକର୍ଡ ଭାଙ୍ଗିଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି, ଗୋଟିଏ ସିଜିନରେ ସର୍ବାଧିକ ୫ ଜଣ ଯାକ ବ୍ୟାଟ୍ସମ୍ୟାନ୍ ଏସୀୟ ମହାଦେଶର ।
ସେପଟେ ଆଜିର ମ୍ୟାଚ୍ ସମ୍ପର୍କରେ ଯଦି କହିବା ତାହେଲେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୧୨ ରନ କରିଛି । ଦଳ ପକ୍ଷରୁ ଦୁଇ ଓପନର ବ୍ୟାଟ୍ସମ୍ୟାନ ବଡ଼ ପାଳି ଖେଳିଛନ୍ତି । ଫରହାନ ୬୦ ବଲରୁ ୧୦୦ ରନ କରିଛନ୍ତି । ଏହି ଶତକୀୟ ପାଳିରେ ୯ ଚୌକା ଏବଂ ୫ ଛକା ରହିଛି । ଏହାସହ ସାଥୀ ଓପନର ଫକର ଜମାନ ୮୪ ରନ୍ କରିଛନ୍ତି । ସେ ୯ ଚୌକା ଏବଂ ୪ ଛକା ମାରି ଶ୍ରୀଲଙ୍କାର ବୋଲରଙ୍କୁ ଧରାଶାୟୀ କରିଛନ୍ତି ।
ଏହାସହ ପଢ଼ନ୍ତୁ : ଫରହାନଙ୍କ ଶତକୀୟ ପାଳି ବଳରେ ଶ୍ରୀଲଙ୍କାକୁ ୨୧୩ ରନର ଲକ୍ଷ୍ୟ ଦେଲା ପାକିସ୍ତାନ