ନୂଆଦିଲ୍ଲୀ, ୨୮/୨ : ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ଦମଦାର ପ୍ରଦର୍ଶନ । ସୁପର-୮ ମୁକାବିଲାର ଅନ୍ତିମ ୮ ମ୍ୟାଚରେ ଓ୍ବିକେଟ୍ ବିନିମୟରେ ପାକିସ୍ତାନ କଲା ୨୧୨ ରନ୍ । ଦଳ ପକ୍ଷରୁ ଦୁଇ ଓପନର ବ୍ୟାଟ୍ସମ୍ୟାନ ବଡ଼ ପାଳି ଖେଳିଛନ୍ତି । ଫରହାନ ୬୦ ବଲରୁ ୧୦୦ ରନ କରିଛନ୍ତି । ଏହି ଶତକୀୟ ପାଳିରେ ୯ ଚୌକା ଏବଂ ୫ ଛକା ରହିଛି । ଏହାସହ ସାଥୀ ଓପନର ଫକର ଜମାନ ୮୪ ରନ୍ କରିଛନ୍ତି । ସେ ୯ ଚୌକା ଏବଂ ୪ ଛକା ମାରି ଶ୍ରୀଲଙ୍କାର ବୋଲରଙ୍କୁ ଧରାଶାୟୀ କରିଛନ୍ତି ।
ଦଳର ଦୁଇ ଓପନର ବ୍ୟାଟ୍ସମ୍ୟାନ ବଡ଼ ପାଳି ଖେଳିଥିବାବେଳେ ଶେଷ ଓଭର ଗୁଡ଼ିକରେ ଓ୍ବିକେଟ୍ ହରାଇଥିଲା ପାକିସ୍ତାନ । କମ ରନରେ ଓ୍ବିକେଟ୍ ହରାଇ ବଡ଼ ସ୍କୋର ପୂର୍ବରୁ ୨୧୨ ରନରେ ସୀମିତ ରହିଛି । ନିର୍ଦ୍ଧାରିତ ଓଭର ମଧ୍ୟରେ ଶ୍ରୀଲଙ୍କାକୁ ୨୧୩ ରନ କରିବାକୁ ପଡ଼ିବ । ପାକିସ୍ତାନ କେବଳ ବିଜୟ ନୁହେଁ ବଡ଼ ରନ ବ୍ୟବଧାନରେ ଜିତିଲେ ସେମିରେ ସ୍ଥାନ ପକ୍କା କରିବ । ଶ୍ରୀଲଙ୍କା ଯଦି ୧୭୦ ଉପରେ ସ୍କୋର କରେ ତାହେଲେ ପାକିସ୍ତାନ ଜିତିଲେ ମଧ୍ୟ ସେମିରେ ପହଞ୍ଚି ପାରିବ ନାହିଁ । ଏଣୁ ପାକିସ୍ତାନର ବୋଲରମାନେ ଏବେ ଦମଦାର ଫର୍ମରେ ରହିଥିବାବେଳେ ବଡ଼ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ହାତଖୋଲି ଖେଳିବାକୁ ସୁଯୋଗ ନଦେବାକୁ ପ୍ରୟାସ କରିବେ। ଘରୋଇ ମାଟିରେ ଶ୍ରୀଲଙ୍କା ଯଦି ହାରେ ତାହେଲେ ସୁପର-୮ର ସମସ୍ତ ମ୍ୟାଚ୍ ହାରିବ ।
ପାକିସ୍ତାନର ଦୁଇ ଓପନର ବ୍ୟାଟ୍ସମ୍ୟାନଙ୍କୁ ଛାଡ଼ିଦେଲେ ଦଳର ବାକି ୮ ଜଣ ଖେଳାଳି ଦୁଇଅଙ୍କ ମଧ୍ୟ ଛୁଇଁ ପାରିନଥିଲେ । ଯାହାକି ଦଳକୁ ଏକ ବିଶାଳ ସ୍କୋର ପୂର୍ବରୁ ମଧ୍ୟ ଅଟକାଇଥିବା କୁହାଯାଇପାରେ । ପାକିସ୍ତାନ ପ୍ରଥମରୁ ଯେଭଳି ବ୍ୟାଟିଂ କରୁଥିଲା ଲାଗୁଥିଲା ୨୫୦ ପା୍ କରିବ । କିନ୍ତୁ ବାକି ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ୨୧୨ ରନ୍ ମଧ୍ୟରେ ରଖିଥିଲା ।
ଏହାସହ ପଢ଼ନ୍ତୁ : କେମିତି ପହଞ୍ଚିବ ସେମିରେ ? ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ବିଜୟ ମନ୍ତ୍ର ଦେଲେ ଆକାଶ ଚୋପ୍ରା