ପ୍ରମୂଖ ଖବର
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ଡେନମାର୍କରେ ଭାରତର ପ୍ରତିନିଧି ମଣ୍ଡଳୀ ପହଁଞ୍ଚିବା ମାତ୍ରେ ଛାନିଆ ହେଲା ପାକିସ୍ତାନ, କାର୍ଯ୍ୟକ୍ରମ ସ୍ଥଳ ବାହାରେ କଲେ ନାରାବାଜି

Published By : Harapriya Biswal | May 31, 2025 8:19 PM

ନୂଆଦିଲ୍ଲୀ,୩୧।୫: ପହଲଗାମରେ ବର୍ବର ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ଉପରେ ଭାରତ ରାଗନୈତିକ ଚାପ ବୃଦ୍ଧି କରିଛି। 'ଅପରେସନ୍ ସିନ୍ଦୂର'ର ସଫଳତା ଏବଂ ଆତଙ୍କବାଦ ବିରୁଦ୍ଧରେ ଭାରତ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ସାତଟି ସର୍ବଦଳୀୟ ପ୍ରତିନିଧି ଦଳ ବିଭିନ୍ନ ଦେଶ ଗସ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ବରିଷ୍ଠ ବିଜେପି ନେତା ଏବଂ ଲୋକସଭା ସାଂସଦ ରବି ଶଙ୍କର ପ୍ରସାଦଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶୁକ୍ରବାର ଡେନମାର୍କର ରାଜଧାନୀ କୋପେନହେଗେନରେ ପହଞ୍ଚିଛନ୍ତି।

ଭାରତୀୟ ପ୍ରତିନିଧିମଣ୍ଡଳୀ କୋପେନହେଗେନ୍‌ରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରୁଥିଲେ, ଏହି ସମୟରେ କିଛି ପାକିସ୍ତାନୀ ନାଗରିକ କାର୍ଯ୍ୟକ୍ରମ ସ୍ଥଳରେ ଜମା ହୋଇ ନାରାବାଜି କରିବାରେ ଲାଗିଥିଲେ। ତେବେ ଭାରତୀୟ ସାଂସଦ ଓ ଅଧିକାରୀ ଏହି ବିରୋଧକୁ ‘ଧ୍ୟାନ ହଟାଇବାର ଅସଫଳ ଚେଷ୍ଟା’ ବୋଲି କହିଛନ୍ତି।

ରବି ଶଙ୍କର ପ୍ରସାଦ କଡା ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ଯେ, ପାକିସ୍ତାନୀଙ୍କୁ ଏଠାରେ ନାରାବାଜି କରିବା ପାଇଁ ପଠାଯାଇଛି। ଆମର କାର୍ଯ୍ୟକ୍ରମ ଖୁବ୍ ସଫଳ ଥିଲା। ପାକିସ୍ତାନ ଏକ ହତାଶ ଦେଶ, ଯିଏକି ହତାଶରେ ବଞ୍ଚିଥାଏ। ଏହି ଲୋକଙ୍କୁ ଅଣଦେଖା କରିବା ହିଁ ଭଲ।’ ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ ମଧ୍ୟ ମଞ୍ଚରୁ ପାକିସ୍ତାନୀ ପ୍ରଦର୍ଶନକାରୀଙ୍କୁ କଟାକ୍ଷ କରିଥିଲେ। ସେ କହିଥିଲେ ଆମେ ଯେତେବେଳେ ଏଠାରେ ପହଁଞ୍ଚିଥିଲୁ କିଛି ଲୋକ ପତାକା ନେଇ ହଲାଉଥିଲେ। ମୋତେ ଲାଗିଲା ଆଇଏମ୍‌ଏଫ୍‌ରୁ ମିଳିଥିବା ଋଣର ଏଠାରେ ବ୍ୟବହାର ହେଉଛି। ଦୁଇ ମିନିଟ ପୂର୍ବରୁ ମୁଁ ବାହାରକୁ ଯାଇ ଦେଖିଲି, ସେତେବେଳେ କୁହାଗଲା ସେମାନେ ଯାଇ ସାରିଛନ୍ତି। ଏପଟେ ଆମେ  ମାତୃଭୂମି ସହ ମଜବୁତିର ସହ ଠିଆ ହୋଇଛୁ।’  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.