ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଛବି ମଳିନ ପଡ଼ିଯିବା ଆଶଙ୍କାରେ ଏହି ସବୁ ଭାରତୀୟ ଫିଲ୍ମକୁ ବ୍ୟାନ୍ କରିଛନ୍ତି ପାକିସ୍ତାନ ସରକାର

Published By : Rasmita Pradhan | April 30, 2025 2:31 PM

ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅଧିକରୁ ଅଧିକ ତିକ୍ତ ହେବାରେ ଲାଗିଛି । ୟା’ ମଧ୍ୟରେ ପାକିସ୍ତାନୀ ନାଗରିକ ଭାରତ ଛାଡ଼ୁଛନ୍ତି । ଭାରତୀୟ ସିନେମାରୁ ପାକିସ୍ତାନୀ କଳାକାରଙ୍କୁ ହଟାଇ ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଭାରତୀୟ ଚଳଚ୍ଚିତ୍ରକୁ ପାକିସ୍ତାନରେ ନିଷିଦ୍ଧ ଘୋଷଣା କରିଛନ୍ତି ପାକିସ୍ତାନ ସରକାର ।

ଦେଶପ୍ରେମ ଆଧାରିତ ଅନେକ ଚଳଚ୍ଚିତ୍ର ତିଆରି ହୋଇଛି ହିନ୍ଦୀ ସିନେମା ଜଗତରେ । ନିଶାଗ୍ରସ୍ତ ଯୁବପିଢ଼ି କିଭଳି ସମାଜ ପାଇଁ ସଙ୍କଟ ତାହା ମଧ୍ୟ ଦେଖିବାକୁ ମିଳିଛି କିଛି ଫିଲ୍ମରେ । ଏସବୁ ଚଳଚ୍ଚିତ୍ରରେ ମୁଖ୍ୟତଃ ପାକିସ୍ତାନକୁ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶା ଯାଇଛି, ଯାହାକୁ ବେଶ୍‌ ପସନ୍ଦ କରିଆସିଛନ୍ତି ଭାରତୀୟ ଦର୍ଶକ । ଅନ୍ୟପକ୍ଷରେ ନିଜ ଦେଶର ଛବି ମଳିନ ପଡ଼ିଯିବା ଆଶଙ୍କାରେ ଏହି ସବୁ ଫିଲ୍ମ ପାକିସ୍ତାନରେ ପ୍ରଦର୍ଶନ କରିବାକୁ ଅନୁମତି ଦେଇନାହାନ୍ତି ସେଠାକାର ସରକାର । ପାକିସ୍ତାନୀ ଦର୍ଶକ ଏସବୁ ଫିଲ୍ମ ଦେଖିବାକୁ ଡରିଛନ୍ତି । କ୍ରୋଧରେ ସେମାନଙ୍କ ରକ୍ତ ଗରମ ହୋଇଉଠିଛି । ଫଳତଃ ପାକିସ୍ତାନ ସରକାର ଅନେକ ବଲିଉଡ ଫିଲ୍ମକୁ ସେ ଦେଶରେ ବ୍ୟାନ୍‌ କରିଛନ୍ତି । 

ଏକ୍‌ ଥା ଟାଇଗର

ସଲ୍‌ମାନ ଖାନ ଓ କ୍ୟାଟ୍ରିନା କୈଫ ଅଭିନୀତ ‘ଏକ୍‌ ଥା ଟାଇଗର’ ରିଲିଜ ହୋଇଥିଲା ୨୦୧୨ ଅଗଷ୍ଟ ୧୫ରେ । ଏହି ଆକ୍‌ସନ ଥ୍ରୀଲର୍‌ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ କବୀର ବେଦୀ । ର ଓ ଆଇଏସ୍‌ଆଇ ଏଜେଣ୍ଟଙ୍କ ମଧ୍ୟରେ ପ୍ରେମ କାହାଣୀ ଥିଲା ଏ ଫିଲ୍ମର ମୁଖ୍ୟ କଥାବସ୍ତୁ । ତେବେ ଏଭଳି ଏକ ବିଷୟ ଆଧାରିତ ଫିଲ୍ମ ନିଜ ଦେଶର ଦର୍ଶକଙ୍କୁ ଦେଖାଇ ପାରିବେ ନାହିଁ କହି ଆପତ୍ତି ଉଠାଇଥିଲେ ପାକିସ୍ତାନ ସେନ୍ସର ବୋର୍ଡ । ଏହି କାରଣରୁ ସରକାର ପାକିସ୍ତାନରେ ‘ଏକ୍‌ ଥା ଟାଇଗର’ର ପ୍ରଦର୍ଶନକୁ ନିଷିଦ୍ଧ କରିଥିଲେ । 

ଦଙ୍ଗଲ

୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା ଆମିର ଖାନ ଷ୍ଟାରର୍‌ ବହୁ ଚର୍ଚ୍ଚିତ କୁସ୍ତିଯୋଦ୍ଧାଙ୍କ କାହାଣୀ ସମ୍ବଳିତ ସିନେମା ‘ଦଙ୍ଗଲ’ । ଭାରତୀୟ ଦର୍ଶକଙ୍କ ମନ ଜିଣିବା ସହିତ ବକ୍ସ ଅଫିସ୍‌ରେ ଖୁବ୍‌ ଭଲ ବ୍ୟବସାୟ କରିଥିଲା ଏହି ଚଳଚ୍ଚିତ୍ର । ପାକିସ୍ତାନରେ ମଧ୍ୟ ଏ ଫିଲ୍ମ ରିଲିଜ ହେବାର ଥିଲା । କିନ୍ତୁ ଫିଲ୍ମରେ ଏଭଳି କିଛି ଦୃଶ୍ୟ ଥିଲା, ଯାହା ପାକିସ୍ତାନୀ ଦର୍ଶକ ଦେଖିବା ଉଚିତ ନୁହେଁ ବୋଲି କହି ସରକାର ଏ ଫିଲ୍ମକୁ ବ୍ୟାନ୍‌ କରିଦେଇଥିଲେ । ଅସଲ କଥା ହେଉଛି, ଏ ଫିଲ୍ମର ଏକ ଦୃଶ୍ୟରେ ତ୍ରିରଙ୍ଗା ଉଡ଼ିବାର ଦେଖିବାକୁ ମିଳିଥିଲା । ଏହା ସହିତ ଆଉ ଏକ ଦୃଶ୍ୟରେ ଭାରତୀୟ ଜାତୀୟ ସଙ୍ଗୀତ ମଧ୍ୟ ଶୁଣା ଯାଇଥିଲା । ଏହି ଦୁଇ ଦୃଶ୍ୟ ଫିଲ୍ମରୁ ହଟାଇ ଦେବା ପାଇଁ ପାକିସ୍ତାନ ସେନ୍‌ସର ବୋର୍ଡ ଦାବି କରିଥିଲେ । ଆମିର ଏଥିରେ ରାଜି ନ ହେବାରୁ ସେ ଦେଶରେ ‘ଦଙ୍ଗଲ’ ମୁକ୍ତିଲାଭ କରିନଥିଲା । 

ରାଜି

ଆଲିଆ ଭଟ୍ଟ ଅଭିନୀତ ‘ରାଜି’ ମଧ୍ୟ ଏହି ତାଲିକାରେ ଉଲ୍ଲେଖ ଦାବି କରେ । ୨୦୧୮ରେ ‘ରାଜି’ ଆସିଥିଲା ପ୍ରେକ୍ଷାଳୟକୁ । ମେଘନା ଗୁଲ୍‌ଜାର ନିର୍ଦ୍ଦେଶିତ ଏହି ଫିଲ୍ମ ଭାରତୀୟ ଦର୍ଶକଙ୍କ ମନକୁ ବେଶ୍‌ ପାଇଥିଲା । କିନ୍ତୁ ପାକିସ୍ତାନରେ ଏହାର ପ୍ରଦର୍ଶନକୁ ନିଷିଦ୍ଧ କରିଥିଲେ ସେଠାକାର ସରକାର । 

ଗଦର : ଏକ ପ୍ରେମ କଥା

ସନ୍ନି ଦେଓଲ ଓ ଅମୀଷା ପଟେଲଙ୍କ ‘ଗଦର : ଏକ ପ୍ରେମ କଥା’କୁ ଯିଏ ଦେଖିଛି, ସେ ପ୍ରଶଂସା ନ କରି ରହିପାରି ନାହିଁ । ୨୦୦୧ରେ ଏହି ଫିଲ୍ମଟି ସିନେମାଘରକୁ ଆସିଥିଲା । ଦେଶ ବିଭାଜନ ପରର କରୁଣ ଦୃଶ୍ୟ ଥିଲା ଏ ଫିଲ୍ମର କଥାବସ୍ତୁ । ଫିଲ୍ମରେ ସନ୍ନି ଭାରତୀୟ ଯୁବକ ଚରିତ୍ରରେ ଥିବାବେଳେ ଅମୀଷା ଅଭିନୟ କରିଥିଲେ ପାକିସ୍ତାନୀ ଯୁବତୀ ଚରିତ୍ରରେ । ଏଥିରେ ଏଭଳି ଅନେକ ଦୃଶ୍ୟ ଓ ସଂଳାପ ଥିଲା, ଯାହା ପାକିସ୍ତାନୀ ଦର୍ଶକଙ୍କ ପାଇଁ ଥିଲା ଅସହନୀୟ । ତେଣୁ ସେଠାକାର ସରକାର ଏ ଫିଲ୍ମ ରିଲିଜ ପାଇଁ ଅନୁମତି ଦେଇନଥିଲେ । 

ରାଞ୍ଝଣା

ସୋନମ କପୁର, ଧନୁଷ ଓ ଅଭୟ ଦେଓଲ ଅଭିନୀତ ଫିଲ୍ମ ‘ରାଞ୍ଝଣା’ । ବଲିଉଡର ଖୁବ୍‌ ସୁନ୍ଦର ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଏହା ଗୋଟିଏ । ଏହି ଫିଲ୍ମକୁ ମଧ୍ୟ ବ୍ୟାନ କରିଦେଇଥିଲେ ପାକିସ୍ତାନ ସରକାର । ୨୦୧୩ ଜୁନ୍‌ ୨୧ରେ ଭାରତରେ ରିଲିଜ ହୋଇଥିଲା ଏ ଫିଲ୍ମ ଓ ଏହାର ନିର୍ଦ୍ଦେଶକ ଥିଲେ ଆନନ୍ଦ ଏଲ୍‌ ରୟ । 

ନୀରଜା

ସୋନମ କପୁର ଅଭିନୟ କରିଥିବା ଆଉ ଏକ ଫିଲ୍ମ ଥିଲା ‘ନୀରଜା’ । ୨୦୧୬ରେ ରିଲିଜ ହୋଇଥିଲା ଏହି ସିନେମା । ଏ ଫିଲ୍ମକୁ ମଧ୍ୟ ପାକିସ୍ତାନ ସରକାରଙ୍କ ପକ୍ଷରୁ ବ୍ୟାନ କରିଦିଆଯାଇଥିଲା । ଫିଲ୍ମର କାହାଣୀକୁ ଉପଯୁକ୍ତ ଢଙ୍ଗରେ ଉପସ୍ଥାପନ କରାଯାଇ ନାହିଁ ବୋଲି ପାକିସ୍ତାନ ସେନ୍‌ସର ବୋର୍ଡ ପକ୍ଷରୁ ଅଭିଯୋଗ ହେବା ପରେ ଏ ଫିଲ୍ମର ପ୍ରଦର୍ଶନ ପାଇଁ ସରକାର ମନା କରିଦେଇଥିଲେ । 

ପ୍ୟାଡମ୍ୟାନ

ଆର୍‌ ବାଲ୍‌କିଙ୍କ ଫିଲ୍ମ ‘ପ୍ୟାଡମ୍ୟାନ’, ଯେଉଁଥିରେ ଅଭିନୟ କରିଥିଲେ ଅକ୍ଷୟ କୁମାର, ରାଧିକା ଆପ୍‌ତେ ଓ ସୋନମ କପୁର । ଫିଲ୍ମର କଥାବସ୍ତୁରେ ଥିଲା ସମାଜ ପାଇଁ ବଳିଷ୍ଠ ବାର୍ତ୍ତା । ତେବେ ଏଭଳି କାହାଣୀ ପାକିସ୍ତାନ ସଂସ୍କୃତିର ବିରୋଧାଚରଣ କରୁଛି କହି ପାକିସ୍ତାନରେ ଏ ଫିଲ୍ମକୁ ବ୍ୟାନ୍‌ କରିଦିଆଯାଇଥିଲା । 

ଫାଣ୍ଟମ୍‌

କବୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫାଣ୍ଟମ୍‌’ ପ୍ରେକ୍ଷାଳୟକୁ ଆସିଥିଲା ୨୦୧୫ରେ । ଏ ଫିଲ୍ମରେ କ୍ୟାଟ୍ରିନା କୈଫ୍‌ ଓ ସୈଫ ଅଲି ଖାନ ମୁଖ୍ୟ ଚରିତ୍ରାରେ ଅଭିନୟ କରିଥିଲେ । ଅନ୍ୟ ଅନେକ ଚଳଚ୍ଚିତ୍ର ଭଳି ଏ ଫିଲ୍ମକୁ ମଧ୍ୟ ପାକିସ୍ତାନ ସରକାର ସେଠାରେ ନିଷିଦ୍ଧ ଘୋଷଣା କରିଥିଲେ । ଉଲ୍ଲିଖିତ ଫିଲ୍ମଗୁଡ଼ିକ ବ୍ୟତୀତ ଆହୁରି ଏଭଳି ଅନେକ ହିନ୍ଦୀ ଚଳଚ୍ଚିତ୍ର ରହିଛି, ଯାହାକୁ ବିଭିନ୍ନ ଆଳରେ ପାକିସ୍ତାନ ସରକାର ବ୍ୟାନ ଘୋଷଣା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.