ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆଇଏମଏଫ୍‌ ଠାରୁ ଋଣ ଆଣିବା ପରେ ବି ସମସ୍ୟାରେ ପାକିସ୍ତାନ , ଏବେ ପୁଣି ଚୀନ୍‌କୁ ମାଗିଲା ଅତିରିକ୍ତ ଲୋନ୍‌

Published By : Prameya | October 27, 2024 8:53 PM

ଇସଲାମାବାଦ : ପାକିସ୍ତାନର ଆର୍ଥିକ ସ୍ଥିତି ଲଗାତାର ଖରାପ ହେବାରେ ଲାଗିଛି। ନଗଦ ଅର୍ଥ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ଚୀନ ଠାରୁ ଅତିରିକ୍ତ ୧୦ ବିଲିୟନ ୟୁଆନ ପାଖାପାଖି ୧.୪ ବିଲିୟନ ଡଲାରର କରଜ ଦେବାକୁ ଅନୁରୋଧ କରିଛି। ନଗଦ ଅର୍ଥ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏଥିରେ ପୂର୍ବରୁ ମଧ୍ୟ ଚୀନ୍‌ ଠାରୁ ୩୦ ବିଲିୟନ ୟୁଆନ ଚାଇନାର ବାଣିଜ୍ୟ ସୁବିଧାର ଉପଯୋଗ କରି ସାରିଛି।

ପାକିସ୍ତାନୀ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଶନିବାର ବିଳମ୍ୱିତ ରାତିରେ ଜାରି ବୟାନରେ କୁହାଯାଇଛି ଯେ, ଅର୍ଥ ମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ ୱାଶିଂଟନରେ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ) ଓ ବିଶ୍ୱ ବ୍ୟାଙ୍କର ବାର୍ଷିକ ବୈଠକ ବେଳେ ଚୀନର ଅର୍ଥ ଉପ ମନ୍ତ୍ରୀ ଲିୟାଓ ମିନ୍‌ଙ୍କୁ ସାକ୍ଷାତ କରିଛନ୍ତି ଏବଂ ତାଙ୍କୁ ମୁଦ୍ରା ଅଦଳବଦଳ ଅନୁସାରେ ସୀମାକୁ ବଢାଇ ୪୦ ବିଲିୟନ ୟୁଆନ କରିବାକୁ ଅନୁରୋଧ କରିଛନ୍ତି।

ପାକିସ୍ତାନୀ ନ୍ୟୁଜ୍‌ ଏଜେନ୍ସି ଗୁଡ଼ିକର ରିପୋର୍ଟ ଅନୁସାରେ , ଯଦି ଚୀନ ପାକିସ୍ତାନର ଏହି ଦାବିକୁ ସ୍ୱୀକାର କରି ନିଏ ତ ଏହା ପାକିସ୍ତାନକୁ ଦିଆଯାଇ ଥିବା ମୋଟ ବାଣିଜ୍ୟ ସୁବିଧା ୫.୭ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚି ଯିବ।

ପାକିସ୍ତାନ ପୂର୍ବରୁ ମଧ୍ୟ ଚୀନ୍‌ ଠାରୁ କରଜକୁ ବଢାଇବା ପାଇଁ ଚୀନ ସାମ୍ନାରେ ନିଜର ପ୍ରସ୍ତାବ ରଖି ସାରିଛି, କିନ୍ତୁ ଚୀନ୍‌ ସ୍ୱୀକାର କରି ନଥିଲା। ପାକିସ୍ତାନ ଦ୍ୱାରା ଏହି ନୂଆ ପ୍ରସ୍ତାବ ଚୀନ ଦ୍ୱାରା ବର୍ତ୍ତମାନର ୪.୩  ବିଲିୟନ ଡଲାର ( ୩୦ ବିଲିୟନ ୟୁଆନ)ର ସୁବିଧାକୁ ଆଗାମୀ ୩ବର୍ଷ ଯାଏ ବୃଦ୍ଧି କରାଯିବାର , ଦୁଇ ସପ୍ତାହରୁ ମଧ୍ୟ କମ୍‌ ସମୟ ପରେ ଆସିଛି। 

ଏହା ପୂର୍ବରୁ ଆଇଏମଏଫ୍‌ ପାକିସ୍ତାନକୁ ବେଲଆଉଟ୍‌ ପ୍ୟାକେଜ୍‌ ଦେବା ପୂର୍ବରୁ ତାକୁ ନିଜର ଋଣଦାତାଙ୍କ ଠାରୁ ନିଆ ଯାଇଥିବା ଋଣର ସମୟ ସୀମା ବୃଦ୍ଧି କରିବାକୁ ସର୍ତ୍ତ ରଖିଥିଲା, ଏହାପରେ ପାକିସ୍ତାନ ଚୀନ ଓ ସାଉଦୀ ଆରବକୁ ନିଜର ସମସ୍ୟା ଦର୍ଶାଇ ସମୟ ସୀମା ବୃଦ୍ଧି କରିବାକୁ ଅନୁରୋଧ କରିଥିଲା। ପରେ ଚୀନ ସରକାର ପାକିସ୍ତାନର ଋଣ ସମୟସୀମା ବୃଦ୍ଧି କରିଥିଲେ, ଯାହାପରେ ଏହା ଆଇଏମଏଫ ପକ୍ଷରୁ ଏକ ବେଲଆଉଟ୍‌ ପ୍ୟାକେଜ୍‌ ମିଳି ଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.