ନୂଆଦିଲ୍ଲୀ,୨୧/୦୨; ଧୀରେ ଧୀରେ କାଙ୍ଗାଳ ହେବା ସ୍ଥିତିରେ ପାକିସ୍ତାନ । ଅନ୍ଧାରକୁ ଠେଲି ହୋଇ ଚାଲିଛି ମୁନୀର-ଶେହବାଜଙ୍କ ଦେଶ ।  ପାକିସ୍ତାନ ବିଶ୍ୱର ସେହି କିଛି ଦେଶ ମଧ୍ୟରେ ସାମିଲ, ଯେଉଁମାନେ ବିକାଶ ପାଇଁ ନୁହେଁ ବରଂ ଯୁଦ୍ଧ ପାଇଁ ନୀତି ପ୍ରସ୍ତୁତ କରନ୍ତି । ଏହାର ପ୍ରଭାବ ଏହାର ଅର୍ଥନୀତି ଉପରେ ଦୃଶ୍ୟମାନ ହୋଇଛି । ଦକ୍ଷିଣ ଏସିଆ ଦେଶ ଦାରିଦ୍ର୍ୟ ବିରୋଧରେ ଦୃଢ ମୁକାବିଲା କରି ସେଥିରୁ ମୁକୁଳିଛନ୍ତି । ହେଲେ ପାକିସ୍ତାନରେ ଏହାର ଓଲଟା ସ୍ଥିତି ଦେଖିବାକୁ ମିଳିଛି । ପାକିସ୍ତାନରେ ଦାରିଦ୍ର୍ୟ ବୃଦ୍ଧି ପାଇଛି । ୨୦୨୪-୨୫ରେ ୨୮.୮ ପ୍ରତିଶତ ପାକିସ୍ତାନୀ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିଲା । ଉଚ୍ଚ ମୁଦ୍ରସ୍ଫୀତି ଦେଶର ଲୋକଙ୍କ ଶକ୍ତିକୁ ଦୁର୍ବଳ କରିଛି । ଗତ ୬ ବର୍ଷରେ ଦାରିଦ୍ର୍ୟ ୬.୯ ପ୍ରତିଶତ ବୃଦ୍ଧି ହୋଇଛି । ପାକିସ୍ତାନର ସମସ୍ତ ପ୍ରଦେଶ ବିଶେଷ କରି ପଞ୍ଜାବ ଏବଂ ସିନ୍ଧରେ ଦାରିଦ୍ର୍ୟ ବଢିଛି ।

ଦକ୍ଷିଣ ଏସିଆରେ ସମୃଦ୍ଧି କିନ୍ତୁ ପାକିସ୍ତାନ ଗରିବ ହେବାରେ ଲାଗିଛି- ପାକିସ୍ତାନରେ ଦାରିଦ୍ରତା ନୂଆ ନୁହେଁ । ଯିଏକି ଯୁଦ୍ଧ ପାଇଁ ପ୍ରଚୁର ଖର୍ଚ୍ଚ କରୁଛି । ୨୦୦୫-୦୬ ମସିହାରେ ଜନସଂଖ୍ୟାରେ ଅଧା ଦାରିଦ୍ର୍ୟ ସୀମାରେଖା ତଳେ ଥିଲା । ୨୦୧୮-୧୯ ମସିହାରେ ଏହି ସଂଖ୍ୟା ୨୧.୯%ରୁ ୨୦୨୪-୨୫ରେ ୨୮.୮%କୁ ବୃଦ୍ଧି ପାଇଥିବା ଆକଳନ କରାଯାଇଥିଲା । ଏହି ସମୟରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଦାରିଦ୍ରତା କମିଛି । ଦାରିଦ୍ୟତା ହ୍ରାସ ପାଇବା ଆରମ୍ଭ କରିଥିଲା । କିନ୍ତୁ ୨୦୨୪-୨୫ରେ ଏହି ଧାରା ଓଲଟି ଯାଇଥିଲା । ୬ ବର୍ଷ ମଧ୍ୟରେ ଦାରିଦ୍ର୍ୟ ୬.୯% ଅର୍ଥାତ ପ୍ରାୟ ୭ ପ୍ରତିଶତ ବୃଦ୍ଧି ହୋଇଛି । ପାକିସ୍ତାନରେ ଦାରିଦ୍ର୍ୟ ସୀମାରେଖା ମୌଳିକ ଆବଶ୍ୟକତା ମୂଲ୍ୟ ଉପରେ ଆଧାରିତ । ଯଦି ପ୍ରତି ଯୁବକଙ୍କ ପାଇଁ ଏକ ପରିବାରର ମାସିକ ବ୍ୟବହାର ୩,୭୫୮ ପାକିସ୍ତାନୀ ଟଙ୍କାରେ କମ୍ ହୁଏ ତେବେ ପରିବାରକୁ ଦାରିଦ୍ର୍ୟ ସୀମାରେଖା ତଳେ ବିବେଚନା କରାଯାଏ । ପ୍ରଶ୍ନ ହେଉଛି ଯେବେ ଦକ୍ଷିଣ ଏସିଆର ପ୍ରମୁଖ ଦେଶ ଦାରିଦ୍ର୍ୟ ଚକ୍ରରୁ ବାହାରି ଆସୁଛନ୍ତି କିନ୍ତୁ ପାକିସ୍ତାନ ତାର ନୀତି ଯୋଗୁଁ ଦାରିଦ୍ର୍ୟ ଆଡ଼କୁ ଗତି କରୁଛି । ଗତ ୬ ବର୍ଷରେ ଦକ୍ଷିଣ ଏସିଆର ପ୍ରମୁଖ ଦେଶ ଯେପରିକି ଭାରତ, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଏବଂ ପାକିସ୍ତାନ ଇତ୍ୟାଦିରେ ଦାରିଦ୍ର୍ୟ ହ୍ରାସ ପାଇଛି । ଭାରତ ଗତ ୧୦ ବର୍ଷରେ ୧୭୧ ନିୟୁତ ଲୋକଙ୍କୁ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ କରିଛି । ଭାରତର ପଡୋଶୀ ଏକଦା ପାକିସ୍ତାନର ଅଂଶ ଥିବା ବାଂଲାଦେଶରେ ମଧ୍ୟ ଦାରିଦ୍ରତା ହ୍ରାସ ପାଇଛି । ନେପାଳରେ ଧୀରେ ଧୀରେ ଦାରିଦ୍ର୍ୟ ହାର କମୁଛି । ସେହିପରି ୨୦୧୯ରେ ଶ୍ରୀଲଙ୍କାର ଦାରିଦ୍ର୍ୟ ହାର ୧୪.୩ ପ୍ରତିଶତ ଥିଲା । ଆର୍ଥିକ ସଙ୍କଟ ପରଠାରୁ ଏହା ବଢିଛି ।

ଏହା ବି ପଢନ୍ତୁ...ବଡ଼ ବିସ୍ଫୋରଣ କରିବାକୁ ଲସ୍କର-ଏ-ତୋଏବାର ଯୋଜନା, ଟାର୍ଗେଟ୍ରେ ଚାନ୍ଦିନୀ ଚୌକ ମନ୍ଦିର

ପାକିସ୍ତାନରେ କାହିଁକି ବଢୁଛି ଦାରିଦ୍ରତା- ଦୁର୍ନୀତି ଏବଂ ଋଣରେ ବୁଡି ରହିଥିବା ପାକିସ୍ତାନ ତାର ଲୋକଙ୍କୁ ଧ୍ୟାନରେ ରଖି ତାର ନୀତି ପ୍ରସ୍ତୁତ କରିନାହିଁ । ସେ ସବୁବେଳେ ଭାରତକୁ ଧ୍ୟାନରେ ରଖି ତାର ଖର୍ଚ୍ଚ ସ୍ଥିର କରିଥାଏ । ଆମେରିକା ଡଲାରର ଆବଣ୍ଟନ କରିଛି । ପାକିସ୍ତାନରେ ଦାରିଦ୍ରତା ହଟାଇବାକୁ ଦୀର୍ଘକାଳୀନ ନୀତିର ଅଭାବ ରହିଛି । ଆଇଏମଏଫରୁ ଲୋନ୍ କରିଥିବାରୁ ପାକିସ୍ତାନକୁ ଟ୍ୟାକ୍ସ ବଢ଼ାଇବାକୁ ଓ ସବସିଡି କମ କରିବାକୁ ପଡିଛି । ଏହାଛଡା କୋଭିଡ-୧୯ ମହାମାରୀର ପ୍ରଭାବ (ବିଶେଷ କରି ରୋଜଗାର), ବୈଶ୍ୱିକ ସାମଗ୍ରୀ ଉପରେ ଉତ୍ଥାନ-ପତନ, ନିରନ୍ତର ଉଚ୍ଚ ମୁଦ୍ରାସ୍ଫୀତି, ନିମ୍ନ ଜିଡିପି ଅଭିବୃଦ୍ଧି ଏବଂ ୨୦୨୨ର ବିନାଶକାରୀ ବନ୍ୟା ପାକିସ୍ତାନକୁ ଗୁରୁତର ଭାବେ ପ୍ରଭାବିତ କରିଛି । ଗରିବ ଲୋକଙ୍କୁ ଆହୁରି କ୍ଷତି ପହଞ୍ଚାଇଛି । ଗରିବଙ୍କୁ ଆହୁରି ଗରିବ କରିଛି ।