ନୂଆଦିଲ୍ଲୀ, ୨୨/୨ : ଚାଲିଛି ସୁପର-୮ ମୁକାବିଲା । ସୁପର ସଣ୍ଡେରେ ଖେଳାଯିବ ସୁପର ମୁକାବିଲା । ଦକ୍ଷିଣଆଫ୍ରିକାକୁ ପ୍ରଥମ ସୁପର-୮ ମୁକାବିଲାରେ ଭେଟିବ ଭାରତ । ପାକିସ୍ତାନ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଥିଲା । ବର୍ଷ ପାଇଁ ଏହି ମ୍ୟାଚଟି ବାତିଲ ହୋଇଥିଲା । ଯେଉଁ କାରଣ ମ୍ୟାଚ ନଖେଳି ଗୋଟିଏ ପଏଣ୍ଟ ହାସଲ କରିଥିଲା ପାକିସ୍ତାନ । ଆଜି ଭାରତ ଦକ୍ଷିଣଆଫ୍ରିକାକୁ ଭେଟିବାକୁ ଥିବାବେଳେ ଏହି ମାମଲାରେ ପାକିସ୍ତାନଠାରୁ ପଛରେ ପଡ଼ିଛି ଭାରତ ।
ସ୍ପିନ୍ ବୋଲିଂରେ ପାକିସ୍ତାନଠାରୁ ଭାରତ ପଡ଼ିଛି ପଛରେ । ଚଳିତଟି-୨୦ ବିଶ୍ବକପରେ ଭାରତର ସ୍ବିନରମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ତଥପି ଯଦି ରେକର୍ଡ ହିସାବରେ ଦେଖିବା ତାହେଲେ ପାକିସ୍ତାନଠାରୁ ପଛରେ ପନିଛନ୍ତି । ପାକିସ୍ତାନୀ ସ୍ପିନର ଲିଗ୍ ପର୍ଯ୍ୟାୟରେ ସର୍ବାଧିକ ୨୬ ଓ୍ବିକେଯ୍ ଅକ୍ତିଆର କରିଛନ୍ତି । ପାକିସ୍ତାନୀ ସ୍ପିନର ଉସମାନ ତାରିକ, ମହମ୍ମଦ ନଓ୍ବାଜ, ସାମ ଆୟୁବ, ସଲମାନ ଅଲ୍ଲୀ ଆଗା ଏବଂ ଶଦାବ ଖାନଙ୍କ ଭଳି ସ୍ପିନରମାନେ ଦମଦାର ପ୍ରଦର୍ଶନ କରି ରେକର୍ଡ କରିଛନ୍ତି । ଭାରତ ବ୍ୟତିତ ବାକି ମ୍ୟାଚରେ ସ୍ପିନରଙ୍କ ଦବଦବା ଦେଖିବାକୁ ମିଳିଥିଲା ।
ତେବେ ସ୍ପିନର ମାମଲାରେ ଶ୍ରୀଲଙ୍କାର ବୋଲରମାନେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେମାନେ ୨୧ ଓ୍ବିକେଟ ଅକ୍ତିଆର କରିଥିବାବେଳେ ଭାରତୀୟ ସ୍ପିନରମାନେ ୧୭ ଓ୍ବିକେଟ୍ ନେଇ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଇକୋନୋମି ଯଦି ହିସାବ କରିବା ତାହେଲେ ଭାରତୀୟ ବୋରଲରମାନେ ଆଗରେ ରହିଛନ୍ତି । ଭାରତୀୟ ସ୍ପିନରମାନେ ୬.୩ ହାରରେ ରନ୍ ଦେଇଛନ୍ତି । ସେପଟେ ବାକି ଦଳର ସ୍ବିନରଙ୍କ କଥା ଯଦି ବିଚାରକୁ ନେବା ତାହେଲେ ଇଂଲଣ୍ଡର ସ୍ବିନରମାନେ ୧୨ ଓ୍ବିକେଟ ଅକ୍ତିଆର କରିଥିବାବେଳେ ଓ୍ବେଷ୍ଟଇଣ୍ଡିଜର ସ୍ପିନରମାନେ ମଧ୍ୟ ୧୨ ଓ୍ବିକେଟ ଅକ୍ତିଆର କରିଛନ୍ତି । ବାକି ଦଳର ସ୍ପିନରମାନେ ୧୦ରୁ କମ୍ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଆଜି ଭାରତର ମ୍ୟାଚ ରହିଥିବାବେଳେ ସ୍ପିନରଙ୍କ ଦବଦବା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।