ନୂଆଦିଲ୍ଲୀ,୧୭/୩ : ପାକିସ୍ତାନ ଦ୍ବାରା ଆଫଗାନିସ୍ତାରେ କରାଯାଇଥିବା ଏୟାର-ଷ୍ଟ୍ରାଇକରେ ୪୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଯେଉଁଥିରେ ପାକିସ୍ତାନ ସୁପର ଲିଗ୍ ଉପରେ ବିପଦ ଦେଖାଦେଇଛି । PSL ଆରମ୍ଭ ହୋଇଯାଏ ତ ଖେଳାଳୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ଼ ନିଜ ଖେଳାଳୀଙ୍କୁ ପ୍ରଥମରୁ ସତର୍କ ରହିବାକୁ କହିଛି । ପ୍ରକାଶ ଯେ, ପାକିସ୍ତାନ ସୁପର ଲିଗର ଆଗାମୀ ସିଜନରେ ସ୍ଟିଭ ସ୍ମିଥ, ଡେଭିଡ ଓ୍ବାର୍ଣ୍ଣର, ମାର୍ନସ ଲାବୁଶେନ ଏବଂ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ଭଳି ନାମୀ ଅଷ୍ଟ୍ରେଲିଆ ଖେଳାଳୀ ଖେଳିବାରେ ଅଛନ୍ତି ।
ପିଏସଏଲ ୧୧ର ଆରମ୍ଭ ୨୬ମାର୍ଚ୍ଚରୁ ହେବାକୁ ଯାଉଛି । ଅଷ୍ଟ୍ରେଲିଆ କୋଚ୍ ଟିମ ପେନ ଏବଂ ଜେସନ ଗିଲେସ୍ପି ବି ଏହି ଲିଗର ଭାଗିଦାରୀ ଅଛନ୍ତି । ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଖରାପ ଅବସ୍ଥା ପରେ ବି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ଼ ନିଜ ଖେଳାଳୀ ଏବଂ କୋଚଙ୍କୁ ପାକିସ୍ତାନ ଯିବାକୁ ମଞ୍ଜୁରୀ ଦେଇଛନ୍ତି । ଏହାସହ ପେଶଓ୍ବାର ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି ।
ଅଷ୍ଟ୍ରେଲିଆ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ ଅଷ୍ଟ୍ରେଲିଆ ଖେଳାଳୀ ପିଏସଏଲ ଖେଳିବା ଲାଗି ପାକିସ୍ତାନ ଯାଇପାରନ୍ତି। କିନ୍ତୁ ତାଙ୍କୁ ପେଶଓ୍ବାରରୁ ଦୂରେଇ ରହିବାକୁ ପରାମର୍ଶ ମିଳିଛି । ପେଶଓ୍ବାରରେ ପିଏସଏଲର ମ୍ୟାଚ୍ ଖେଳାଯିବାରେ ଅଛି । କିନ୍ତୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ଼ ପେଶଓ୍ବାରକୁ ‘ନୋ ଟ୍ରାଭେଲ ଜୋନ୍’ କହିଛି । ଏଥରୁ ୨୮ମାର୍ଚ୍ଚରେ ହେବାରେ ଥିବା ପେଶଓବାର ଜାଲ୍ମୀ ଏବଂ ରାଓ୍ବଲପିଣ୍ଡି ପିଣ୍ଡିଜର ମ୍ୟାଚ ଉପରେ ବିପଦ ଦେଖାଦେଇଛି । ଉଭୟ ଟିମରେ ଅଷ୍ଟ୍ରେଲିଆ ଖେଳାଳୀ ଅଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ଼ ଦ୍ବାରା ଜାରି ଆଡ଼ଭାଇଜରୀ ଦେଖିବାକୁ ଯାଇ ଜ୍ୟାକ ଫ୍ରେଜର ମ୍ୟାକଗର୍କ ଏବଂ ଆରୋନ ହାର୍ଡି ଏହି ମ୍ୟାଚକୁ ମିସ୍ କରିପାରନ୍ତି । ଏହି ରିପୋର୍ଟରେ ଅଷ୍ଟ୍ରେଲିଆ ଖେଳାଳୀଙ୍କୁ ଏହା ବି ଆଶ୍ବସନା ଦିଆଯାଇଛି କି ଜରୁରୀ ହେବା କ୍ଷଣି ତାଙ୍କ ଲାଗି ପ୍ରାଇଭେଟ୍ ଫ୍ଲାଇଟର ବ୍ୟବସ୍ଥା କରାଯିବ ।