ଇସଲାମାବାଦ : ଆତଙ୍କବାଦ ପ୍ରସାର କରୁଥିବା ପାକିସ୍ତାନ ଏବେ ଜ୍ଞାନ ଦେବାରେ ଲାଗିଛି। ସେଠାର ଡେପୁଟି ପିଏମ୍ ଇଶାକ୍ ଡାର , ଶାନ୍ତି ଓ ସ୍ଥିରତା କଥା କହୁଛନ୍ତି। ଇରାନ-ଆମେରିକା ଆଲୋଚନାରେ ସହଯୋଗ ପରେ , ଯେମିତି ପାକିସ୍ତାନର ସ୍ୱର ବଦଳି ଯାଇଛି। ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇଶାକ ଡାର ଶନିବାର କହିଛନ୍ତି ଯେ,  ଇରାନ –ଆମେରିକା ଆଲୋଚନାରେ ପାକିସ୍ତାନ ସହଯୋଗ କରୁଛି ଏବଂ କ୍ଷେତ୍ରରେ ଶାନ୍ତି ତଥା ସ୍ଥିରତାର ମାହୋଲ ବଜାୟ ରଖିବା ପାଇଁ ପ୍ରୟାସ କରି ଚାଲିଛି।

କହି ରଖୁଛୁ କି, ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟକୁ ନେଇ ଅନିଶ୍ଚିତତା ଜାରି ରହିଛି। ବୈଦେଶିକ କାର୍ଯ୍ୟାଳୟ (ଏଫଓ) ଦ୍ୱାରା ଜାରି ଏକ ବିବୃତ୍ତି ଅନୁସାରେ , ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଡାର କ୍ଷେତ୍ରରେ ନବୀନତମ ଘଟଣାକ୍ରମର ସମୀକ୍ଷା କରିବା ପାଇଁ ବିଦେଶ ମନ୍ତ୍ରଣାଳୟରେ ଏକ ବୈଠକ କରିଛନ୍ତି।

ଡାର ଏହି କଥାକୁ ଦୋହରାଇଛନ୍ତି ଯେ, ପାକିସ୍ତାନ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତାର ମାହୋଲ ଜାରି କରିବା ପାଇଁ ଇରାନ-ଆମେରିକା ଆଲୋଚନାରେ ସହଯୋଗ କରୁଛି ଏବଂ ପାକିସ୍ତାନ ଏହି ସମ୍ୱନ୍ଧରେ ନିଜର ପ୍ରୟାସ ଜାରି ରଖିବ। ଡାର୍ ଏହି କଥା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ, ଇରାନ-ଆମେରକା ମଧ୍ୟସ୍ଥତା ପ୍ରକ୍ରିୟାରେ ପାକିସ୍ତାନର ଅଫିସିଆଲି ନୀତିଗତ ବିବୃତ୍ତି କେବଳ ସରକାରୀ ଉତ୍ସ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତି। ସେ କହିଛନ୍ତି , ବିବୃତ୍ତି ପ୍ରିଣ୍ଟ ମିଡ଼ିଆରେ ଉଦ୍ଧୃତ କରାଯାଇ ଥାଉ କି ସୋସିଆଲ ମିଡ଼ିଆରେ, ଅଜଣା ପାକସ୍ତାନୀ ଅଧିକାରୀମାନେ କିମ୍ୱା ସୂତ୍ରର ବିବୃତ୍ତି ପାକିସ୍ତାନର ଅଫିସିଆଲି ଆଭିମୁଖ୍ୟକୁ ଦର୍ଶାଇବ ନାହିଁ। ଡାର ପ୍ରିଣ୍ଟ ଓ ଇଲେକ୍ଟ୍ରିନିକ ମିଡ଼ିଆକୁ କଳ୍ପନାବାଜି ରିପୋର୍ଟିଂରୁ ଦୂରେଇ ରହିବା ଏବଂ କେବଳ ଅଫିସିଆଲି ବିବୃତ୍ତି ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।

ଏହି ମଧ୍ୟରେ ଡାର ତୁର୍କୀର ବୈଦେଶିକ ମନ୍ତ୍ରୀ ହକାନ ଫିଦାନଙ୍କ ସହ ମଧ୍ୟ କଥା ହୋଇଥିଲେ ଏବଂ ପାକିସ୍ତାନ ଦ୍ୱାରା କରାଯାଉ ଥିବା କୂଟନୀତିକ ପ୍ରୟାସ ଗୁଡ଼ିକର ସମ୍ୱନ୍ଧରେ ତାଙ୍କୁ ନୂତନ ସୂଚନା ସେୟାର କରିଥିଲେ।ବୈଦେଶକ କାର୍ଯ୍ୟାଳୟ ଅନୁସାରେ, ସେ ଏହି କଥା ଉପରେ ଜୋର ଦେଇଛନ୍ତି ଯେ, କଥାବାର୍ତ୍ତା ଓ କୂଟନୀତି ମାଧ୍ୟମରେ ନିରନ୍ତର ଯୋଡ଼ି ହେବା , ଏହି କ୍ଷେତ୍ରରେ ଶାନ୍ତି ଓ ସ୍ଥିରତାକୁ ବୃଦ୍ଧି କରିବାର ଏକମାତ୍ର ବ୍ୟବହାର୍ଯ୍ୟ ଉପାୟ।