ନୂଆଦିଲ୍ଲୀ, ୩୧।୧୦: ପହଲଗାମରେ ଆତଙ୍କବାଦୀ ହମଲା ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୁର ଜରିଆରେ ପାଲଟା ଆକ୍ରମଣ କରିଥିଲା । ଯେଉଁଥିରେ ଭାରତକୁ ବଡ଼ ସଫଳତା ମିଳିଥିଲା । ଏହି ବିଜୟରେ ଭାରତୀୟ ବାୟୁସେନା ନିଜ ଶକ୍ତିକୁ ଆହୁରି ମଜବୁତ କରିବାକୁ ଯାଉଛି । ଖୁବ୍ଶୀଘ୍ର ବହୁଳ ସଂଖ୍ୟାରେ ମେଟେଓର ଏୟାର-ଟୁ-ଏୟାର ମିସାଇଲ କିଣିବାକୁ ଯୋଜନା କରୁଛି । ଏହି ମିସାଇଲ ଭାରତର ବିୟଣ୍ଡ-ଭିଜୁଆଲ-ରେଞ୍ଜ କ୍ଷମତାକୁ ନୂଆ ସ୍ତରକୁ ନେବ । ଏହି ୟୁରୋପୀୟ ନିର୍ମିତ ମିସାଇଲରେ ରେମଜେଟ୍ ପ୍ରଣାଳୀ ରହିଛି । ଯାହା ଏହାର ଗତିକୁ ତୀବ୍ର କରିବା ସହ ଖୁବ୍ ଦୂରତାରୁ ଲକ୍ଷ୍ୟଭେଦ କରିବା ସହ ପ୍ରଥମ ପ୍ରହାରରେ ଚିତ୍ପଟ୍ଟାଙ୍ଗ ହେବ ଶତ୍ରୁ ।
ଅପରେସନ ସିନ୍ଦୂରରେ ସଫଳତା:
ମେ ରେ ହୋଇଥିବା ଅପରେସନ ସିନ୍ଦୂରରେ ଭାରତୀୟ ନୌସେନା ପାକିସ୍ତାନର ଅନେକ ସୈନିକ ଠିକଣା ଓ ଆତଙ୍କୀ ଆଡ୍ଡାକୁ ଆକ୍ରମଣରେ ଧ୍ୱଂସ କରିଥିଲା । ଭାରତୀୟ ଯୁଦ୍ଧ ବିମାନ ବହୁ ଦୂରରୁ ଶତ୍ରୁର ଠିକଣାକୁ ଟାର୍ଗେଟ୍ କରିଥିଲା । ଯାହା ପରେ ପାକିସ୍ତାନ ବାୟୁସେନା ଚାଇନା ନିର୍ମିତ ପିଏଲ୍-୧୫ ମିସାଇଲ ଜରିଆରେ ଆକ୍ରମଣ କରିଥିଲା । କିନ୍ତୁ, ପାକିସ୍ତାନର ଏହି ମିସାଇଲ ଭାରତୀୟ ଯୁଦ୍ଧ ବିମାନକୁ ଆକ୍ରମଣ କରିବାରେ ବିଫଳ ହୋଇଥିଲା ।
ଭାରତ ବିଦେଶୀ ମିସାଇଲ ସମେତ ନିଜ ସ୍ୱଦେଶୀ ମିସାଇଲ ପ୍ରଣାଳୀ ମଧ୍ୟ ସଶକ୍ତ କରିବା ଦିଗରେ ଆଗକୁ ବଢ଼ିୁଛି । ଡିଆରଡିଓ ବର୍ତ୍ତମାନ ୭୦୦ରୁ ଅଧିକ ଅସ୍ତ୍ର ମାର୍କ-୨ ମିସାଇଲ ବିକଶିତ କରୁଛି, ଯାହାର କ୍ଷମତା ୨୦୦ କିମିରୁ ଅଧିକ ହେବ । ଏଗୁଡ଼ିକୁ ସୁଖୋଇ-୩୦ ଓ ତେଜସ ବିମାନରେ ଲଗାଯିବ । ଅନ୍ୟପଟେ ରାଫେଲ ନୈବାହିନୀକୁ ମେଟେଓର ମିସାଇଲ ସମେତ ଭବିଷ୍ୟତରେ ସ୍ୱଦେଶୀ ଆଣ୍ଟି-ରାଡିଏସନ୍ ମିସାଇଲ ଦେବା ଲାଗି ଯୋଜନା ଚାଲିଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ଭାରତୀୟ ବାୟୁସେନାରେ ମେଟେଓର ମିସାଇଲ ସାମିଲ ହେବା ପରେ ଭାରତର ବାୟୁ ସୀମା ସୁରକ୍ଷା ବୃଦ୍ଧି ହେବ । କହିରଖୁଛୁ ଯେ, ଭାରତୀୟ ବାୟୁସେନା ପାଖରେ ୨୦୧୬ରେ ଫ୍ରାନ୍ସଠୁ କିଣିଥିବା ୩୬ଟି ରାଫେଲ ଯୁଦ୍ଧ ବିମାନରେ ମେଟେଓର ମିସାଇଲ ରହିଛି । ଆଗାମୀ ବର୍ଷଗୁଡ଼ିକରେ ଭାରତୀୟ ନୌସେନା ପାଇଁ ପ୍ରସ୍ତୁତ ହେଉଥିବା ୨୬ଟି ରାଫେଲ ମରିନ୍ ଜେଟ୍ସରେ ଏହି ମିସାଇଲକୁ ସାମିଲ କରାଯିବ ।