ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କୋଟପାଡ଼ ଥାନା ଅଞ୍ଚଳରେ ପାକିସ୍ତାନୀ ମହିଳା, ଦେଶ ଛାଡ଼ିବାକୁ ନୋଟିସ୍‌

Published By : Prameya | April 27, 2025 10:00 AM

ଜୟପୁର,୨୭/୦୪: କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅଞ୍ଚଳରେ  ରହୁଛନ୍ତି ଜଣେ ପାକିସ୍ତାନୀ ମହିଳା। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ  ତାଙ୍କୁ ଦେଶ ଛାଡ଼ିବାକୁ ନୋଟିସ୍‌ ଦେଇଛି ଜିଲ୍ଲା ପୁଲିସ ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ମହିଳାଙ୍କ ପରିଚୟ ଦେବାକୁ ମନା କରାଯାଇଛି ।  

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କୋଟପାଡ଼ ଥାନା ଅଞ୍ଚଳର ଜଣେ  ବ୍ୟବସାୟୀଙ୍କ ସହ ଜଣେ ପାକିସ୍ତାନୀ ମହିଳାଙ୍କ ବିବାହ ହୋଇଥିଲା । ବିବାହ ପରେ  ମହିଳାଜଣଙ୍କ କୋଟପାଡ଼ ଅଞ୍ଚଳରେ ରହି ଆସୁଛନ୍ତି । ଇତିମଧ୍ୟରେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇସାରିଛି । ଜାମ୍ମୁ କାଶ୍ମୀର ପହଲଗାମରେ ପାକିସ୍ତାନ ପ୍ରୟୋଜିତ  ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିବା ପରେ ଏକ୍ସନ ମୁଡରେ କେନ୍ଦ୍ର ସରକାର ରହିଛି । ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଅମିତ ଶାହା । ରାଜ୍ୟରେ ରହୁଥିବା ପାକିସ୍ତାନୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ  ଦିଆଯାଇଛି । ରାଜ୍ୟରେ ମୋଟ ୧୨ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ କୋରାପୁଟ  ଜିଲ୍ଲା କୋଟପାଡ ଥାନା ଅଞ୍ଚଳରେ ଜଣେ ପାକିସ୍ତାନୀ ମହିଳାଙ୍କୁ ଚିହ୍ନଟ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.