ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଏଣିକି କୁକୁର, ବିଲେଇଙ୍କ ପରି ଘରେ ରଖିପାରିବେ ବାଘ-ସିଂହ , ସରକାରଙ୍କ ପକ୍ଷରୁ ମିଳିଲା ଅନୁମତି

Published By : Prameya | January 17, 2025 6:26 PM

ଇସଲାମାବାଦ, ୧୭।୧: ସାଧାରଣତଃ ବିଲେଇ, କୁକୁର, ମାଙ୍କଡ଼ ଆଦି ପୋଷା ଜୀବଜନ୍ତୁ ଭାବେ ଘରେ ପାଳୁଥିବାର ଆମେ ଦେଖିଛେ । କିନ୍ତୁ, ଏକ ଏଭଳି ଦେଶ ରହିଛି, ଯେଉଁଠାରେ ବନ୍ୟପ୍ରାଣୀଙ୍କୁ ଘରେ ପୋଷା ଭାବେ ପାଳିବାକୁ ଅନୁମତି ଦେଇଛି । ଏଭଳି ଅଜବ ନିୟମ ଜାରି କରିଛି ପଡ଼ୋଶୀ ଦେଶ ପାକିସ୍ତାନ । ଏବେ ସିଂହ, ଚିତାବାଘ, ବାଘ ସମେତ ୫ଟି ବନ୍ୟଜନ୍ତୁଙ୍କୁ ଘରେ ରଖିବାକୁ ମିଳିଲା ଆଇନଗତ ସ୍ୱୀକୃତି । ନୂଆ ଆଇନ ଅନୁଯାୟୀ, ଘରେ ବନ୍ୟପ୍ରାଣୀ ରଖିବାକୁ ହେଲେ ପ୍ରଥମେ ଲାଇସେନ୍ସ ତିଆରି କରିବାକୁ ହେବ । ଏଥିପାଇଁ ଦେବାକୁ ପଡ଼ିବ ୫୦ ହଜାର ଟଙ୍କା । କେଉଁ ଦେଶରେ ଏହି ନିୟମ ଲାଗୁ ହୋଇଛି ଆସନ୍ତୁ ଜାଣିବା । 

ନୂଆ ନିୟମ ଅନୁଯାୟୀ, ପାକିସ୍ତାନ ଲୋକ ଏବେ ଘରେ ବାଘ, ଚିତାବାଘ ଓ ସିଂହ ଆଦି ବନ୍ୟ ଜୀବଜନ୍ତୁକୁ ପୋଷା ଭାବେ ରଖିପାରିବେ । ଏହି ନିୟମ ପାକିସ୍ତାନର ପଞ୍ଜାବରେ ଲାଗୁ ହୋଇଛି । କ୍ୟାବିନେଟ୍‌ରେ ବନ୍ୟଜୀବ ଅଧିନିୟମ ୧୯୭୪ରେ ସଂଶୋଧନ ପରେ ଏହି ନିୟମ ଜାରି ହୋଇଛି । ଏହି ୫ଟି ବନ୍ୟଜନ୍ତୁଙ୍କ ମଧ୍ୟରେ ବାଘ, ଚିତାବାଘ, ସିଂହ, ପ୍ୟୁମା, ଜାଗୁଆର ଆଦି ପଶୁଙ୍କୁ ଘରେ ପୋଷା ଭାବେ ରଖିପାରିବେ । ପଞ୍ଜାବ ପ୍ରାନ୍ତର ବରିଷ୍ଠ ମନ୍ତ୍ରୀ ମରିୟମ୍ ଔରଙ୍ଗଜେବଙ୍କ କହିବାନୁସାରେ, ଗତ ୭୦ ବର୍ଷରେ ଏହି ବନ୍ୟଜନ୍ତୁଙ୍କୁ ପୋଷା ଭାବେ ରଖିବାକୁ କୌଣସି ଆଇନ ନଥିଲା । ଲୋକେ ବେଆଇନ ଭାବେ ରଖୁଥିଲେ । ସରକାର ଟିକଟକ୍ ଓ ଅନ୍ୟ ସୋସିଆଲ ମିଡିଆରେ ପ୍ଲାର୍ଟଫର୍ମ ଏହି ବନ୍ୟଜନ୍ତୁଙ୍କର ଫଟୋ ଓ ଭିଡିଓ ଦେଖାଇବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଥିଲା । ନିୟମ ଉଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଥିଲା । 

ବର୍ତ୍ତମାନ ପାକିସ୍ତାନ ବନ୍ୟପ୍ରାଣୀ ବିଭାଗ ଏହି ପ୍ରାଣୀମାନଙ୍କୁ ଘରେ ରଖିବା ପାଇଁ ଲାଇସେନ୍ସ ଦେବ । ତେବେ ପ୍ରତି ବନ୍ୟଜନ୍ତୁଙ୍କ ପାଇଁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ । ଏପରି ପ୍ରାଣୀମାନଙ୍କୁ ଘରେ ରଖିବା ପାଇଁ କିଛି ନିୟମ ମଧ୍ୟ ସ୍ଥିର କରାଯାଇଛି । ନୂତନ ଆଇନ ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଚେକ୍‌ପୋଷ୍ଟ ସ୍ଥାପନ କରାଯିବ ଏବଂ ରାତିରେ ଏହି ପ୍ରାଣୀମାନଙ୍କୁ ବୁଲାଇବା ସମ୍ପୂର୍ଣ୍ଣ ନିଷେଧ କରାଯିବ । ସିଂହ ପାଳନ କ୍ଷେତ୍ରରେ ପାକିସ୍ତାନକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ରାଜନେତାଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟକ୍ତିବିଶେଷ ସିଂହ ସହ ସେମାନଙ୍କ ଫଟୋ ପୋଷ୍ଟ କରୁଛନ୍ତି । ତେବେ ବର୍ତ୍ତମାନ ଏମାନଙ୍କୁ ପୋଷା ଭାବେ ରଖିବାକୁ ହେଲେ ଟଙ୍କା ଦେବାକୁ ପଡ଼ିବ  । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.