- ଖୁବ୍ ଚର୍ଚ୍ଚାରେ ଆସିମ୍ ମୁନିରଙ୍କ ବିବୃତ୍ତି
- କହିଲେ ପାକ୍ ଗଠନର ଉଦ୍ଦେଶ୍ୟ କଥା
- ପାକିସ୍ତାନୀଙ୍କୁ ଦେଖାଇଲେ ଅନେକ ସ୍ୱପ୍ନ
- ଇସଲାମିକ ନାଟୋ ଗଠନ ନେଇ ପାକିସ୍ତାନର ଯୋଜନା
ନୂଆଦିଲ୍ଲୀ : ପାକିସ୍ତାନର ଚିଫ୍ ଡିଫେନ୍ସ ତଥା ଫିଲ୍ଡ ମାର୍ଶଲ ଆସିମ୍ ମୁନିରଙ୍କର ଏକ ବିବୃତ୍ତି ଖୁବ୍ ଚର୍ଚ୍ଚାରେ। ଏହି ବିବୃତ୍ତିରେ ଆସିମ୍ ମୁନିର କହିଛନ୍ତି , ପାକିସ୍ତାନ ଇସଲାମର ନାମରେ ଅସ୍ତିତ୍ୱକୁ ଆସି ଥିଲା। ଏବେ ସେ ଏହି ମୋଡରେ ଅଛି, ଯେଉଁଠି ସେ ନିଜର ଏହି ଲକ୍ଷ୍ୟକୁ ହାସଲ କରି ପାରେ। ବିଶେଷ କଥା ଏହା ଯେ, ଯେବେ ମୁନିର ଏହି କଥା କହି ଥିଲେ , ସେତେବେଳେ ସେଠାରେ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ , ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍ , ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ସମେତ ଆହୁରି ଅନେକ ବରିଷ୍ଠ ସିଭିଲ ଓ ମିଲିଟାରୀ ଅଧିକାରୀ ଉପସ୍ଥିତ ଥିଲେ। ଏହା ବ୍ୟତୀତ କ୍ୟାବିନେଟ୍ ମନ୍ତ୍ରୀ , ପଲିଟିକାଲ ଲିଡର୍ସ ଓ ଶରିଫ ପରିବାରର ସଦସ୍ୟ ଉପସ୍ଥିତ ଥିଲେ। ଅବସର ଥିଲା , ନୱାଜ ଶରିଫଙ୍କ ନାତି ତଥା ମରିୟମ ନୱାଜଙ୍କ ପୁଅ ଜୁନୈଦ ସଫଦରଙ୍କ ବାହାଘର ରିସେପ୍ସନର।
ଏହାସହ ମଧ୍ୟ ପଢନ୍ତୁ : ମୋତେ ନୋବେଲ୍ ଦେଲନି , ଏବେ ଶାନ୍ତିର ଦାୟିତ୍ୱ ମୋର ନୁହେଁ ; ନରୱେ ପିଏମଙ୍କୁ ଟ୍ରମ୍ପଙ୍କ ଚିଠି ହୋଇଗଲା ଲିକ୍
ଏହି ସମୟରେ ସାମ୍ୱାଦିକଙ୍କ ସହ କଥା ହୋଇ ଆସିମ ମୁନିର କହିଥିଲେ ଯେ, ପାକିସ୍ତାନ ଖୁବ୍ ଜୋରରେ ନିଜର ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଇଣ୍ଡିଆ ଟୁଡେ ମୁତାବିକ ମୁନିର କହିଥିଲେ – ପାକିସ୍ତାନକୁ ଇସଲାମ ନାମରେ ଗଠନ କରାଯାଇ ଥିଲା। ଆଜି ଏହି ଇସଲାମିକ ଦେଶରେ ଅଲଗା ବିଶେଷତ୍ୱ ରଖିଥାଏ। ସେ ଆହୁରି କହି ଥିଲେ ଆଲ୍ଲାଙ୍କ ରାସ୍ତାରେ ଆଗକୁ ବଢିବା ସ୍ୱନ୍ତ୍ରତ ନିୟମ।
ପାକିସ୍ତାନ ନିକଟବର୍ତ୍ତୀ ଦିନରେ ମୁସଲିମ୍ ଏକତା ନାମରେ କିଛି ଦେଶରୁ ଡିଫେନ୍ସ ଓ ଫାଇନେନ୍ସର ଡିଲ୍ କରିଛି। ଏହି ସବୁ ଦେଶ ମଧ୍ୟରେ ସାଉଦୀ ଆରବ ଓ ତୁର୍କୀର ନାମ ପ୍ରମୁଖ ଭାବେ ରହିଛି। ଏହା ବ୍ୟତୀତ ପାକିସ୍ତାନ ଇସଲାମିକ ନାଟୋ ଗଠନ କରିବାକୁ ମଧ୍ୟ ଯୋଜନା ପ୍ରସ୍ତୁତ କରୁଛି।
କେବଳେ ଏତିକି ନୁହେଁ , ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ପ୍ରାଧ୍ୟାନ୍ୟ ବୃଦ୍ଧି କରାଇବା କଥା ମଧ୍ୟ ମୁନିର କହିଥିଲେ। ବୋଧହୁଏ ସେ ହ୍ୱାଇଟ୍ ହାଉସ୍ରେ ଟ୍ରମ୍ପଙ୍କ ସହ ମିଟିଂ ଓ ଡିନର ଆଡ଼କୁ ଇଙ୍ଗିତ କରୁଥିଲେ। ଏହା ବ୍ୟତୀତ ପାକିସ୍ତାନର ଗାଜା ପିସ୍ରେ ସାମିଲ ହେବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ। କେବଳ ଏତିକି ନୁହେଁ, ମୁନିର ଏହା ମଧ୍ୟ କହିବାକୁ ଚେଷ୍ଟା କରିଥିଲେ ଯେ, ମେ ୨୦୨୫ରେ ଭାରତ ସହ ଯୁଦ୍ଧରେ ପାକିସ୍ତାନ ଭାରି ପଡ଼ିଥିଲା।