ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲାଣ୍ଡର ଦାଭୋସ୍‌ରେ ଆୟୋଜିତ ବିଶ୍ୱ ଆର୍ଥିକ ମଞ୍ଚର ବୈଠକ ବେଳେ ତାଙ୍କର ବହୁ ପ୍ରତୀକ୍ଷିତ ‘ବୋର୍ଡ ଅଫ୍ ପିସ୍’ (ଶାନ୍ତି ବୋର୍ଡ)କୁ ଆନୁଷ୍ଠାନିକ ଭାବେ କରିଛନ୍ତି ଲଞ୍ଚ। ଏହାକୁ ଜାତିସଂଘର ସ୍ଥାନ ନେବାର ଚାର୍ଟର ଭାବେ କୁହାଯାଉଛି। ହେଲେ ଏହି ଅନ୍ତର୍ଜାତୀୟ ୟୁନିଟ୍‌ର ଚାର୍ଟର ଦସ୍ତଖତ ଉତ୍ସବ ବେଳେ ଟ୍ରମ୍ପ ସ୍ପଷ୍ଟ କରିଥିଲେ ଯେ, ସେ ଯଦିଓ ଅତୀତରେ ଜାତିସଂଘର ସମାଲୋଚନା କରିଥିଲେ , ହେଲେ ସେ ଚାହାନ୍ତି ତାଙ୍କର ଏହି ନୂଆ ବୋର୍ଡ ଜାତିସଂଘର ସହ ମିଶି କାର୍ଯ୍ୟ କରୁ। 

ସମଗ୍ର ବିଶ୍ୱର ଝଗଡ଼ାର ସମାଧାନ କରିବ ଟ୍ରମ୍ପଙ୍କ ଶାନ୍ତି ବୋର୍ଡ , ପାକିସ୍ତାନ ମଧ୍ୟ ସଦସ୍ୟ

ସେ ଆହୁରି କହିଥିଲେ - " ଥରେ ଯେବେ ଏହି ବୋର୍ଡ ସମ୍ପୂର୍ଣ୍ଣ ଗଠନ ହୋଇଯିବ, ତ ଆମେ ଯାହା ଚାହିଁବା ତାହା କରି ପାରିବା, ଏବଂ ଆମେ ଏହାକୁ ଜାତିସଂଘ ସହ ସମନ୍ୱୟ ରଖି କରିବା।" ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ ଗଠିତ ଟ୍ରମ୍ପଙ୍କ 'ଶାନ୍ତି ବୋର୍ଡ'ରେ ପାକିସ୍ତାନ ସମେତ ଅନେକ ଦେଶ ସାମିଲ ହୋଇଛନ୍ତି, ଯେତେବେଳେ କି ୟୁରୋପୀୟ ଦେଶ ସମେତ କିଛି ଦେଶ ଏହାର ସଦସ୍ୟ ନେଇ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ।

‘ସନ୍ଦେଶେ ଆତେ ହୈଁ’ ଗୀତ ପାଇଁ ସୋନୁ ନିଗମ ରିଜେକ୍ଟ କରିଦେଇ ଥିଲେ ଫିଲ୍ମଫେୟାର , କହି ଥିଲେ ଏହାର କାରଣ

ଅନ୍ୟପଟେ , ଏହାକୁ ନେଇ ପାକିସ୍ତାନରେ ଉତ୍ତେଜନା ସୃଷ୍ଟି ହୋଇଛି। ଲୋକେ ଏଥିପାଇଁ ଶହବାଜ ସରିଫ ସରକାରର ସମାଲୋଚନା କରୁଛନ୍ତି ଏବେ ତାଙ୍କୁ ଟ୍ରମ୍ପଙ୍କ ଚାଟୁକାର ବୋଲି କହୁଛନ୍ତି। ଶହବାଜ ସରିଫ ସରକାରର ଏହି ପଦକ୍ଷେପର ସମାଲୋଚକଙ୍କ ମଧ୍ୟରେ ପୂର୍ବତନ ରାଷ୍ଟ୍ରଦୂତଙ୍କ ଠାରୁ ନେଇ ଅନେକ କୂଟନୀତିଜ୍ଞ, ବିଶେଷଜ୍ଞ ଏବଂ ବୁଦ୍ଧିଜୀବୀ ସାମିଲ ଅଛନ୍ତି। ଜାତିସଂଘରେ ପାକିସ୍ତାନର ରାଷ୍ଟ୍ରଦୂତ ରହି ସାରିଥିବା ମଲିହା ଲୋଧି ଏହି ଶାନ୍ତି ବୋର୍ଡର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି ଯେ , ଏହା ଅଧିକ ଦିନ ଧରି ଚାଲିବ ନାହିଁ ।

ସେ ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରି ସୋସିଆଲ ମିଡ଼ିଆରେ ଲେଖିଛନ୍ତି – ପାକିସ୍ତାନ ଏକ ଏମିତି ସଙ୍ଗଠନ (ବୋର୍ଡ ଅଫ୍ ପିସ୍)ରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି , ଯାହାକୁ ଟ୍ରମ୍ପ ଜାତିସଂଘର ବିକଳ୍ପ ପରି ଉପସ୍ଥାପନ କରୁଛନ୍ତି। ଏହା ସିଧାସଳଖ ଭାବେ ଟ୍ରମ୍ପଙ୍କ ସହ ଜଡ଼ିତ ଏବଂ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ,ଏହାର ସ୍ଥାୟିତ୍ୱର ସମ୍ଭାବନା ଦେଖାଯାଉ ନାହିଁ।