ମୁମ୍ୱାଇ : ‘ସନ୍ଦେଶେ ଆତେ ହୈଁ’ ବଲିଉଡର ସବୁଠୁ ଲୋକପ୍ରିୟ ଦେଶଭକ୍ତି ଗୀତ ମଧ୍ୟରେ ଗୋଟିଏ। ଏହି ଗୀତ ୧୯୯୭ ମସିହାରେ ଆସି ଥିବା ୱାର ଡ୍ରାମା ଫିଲ୍ମ ବର୍ଡରର ଥିଲା। ଏତେ ବର୍ଷ ପରେ ମଧ୍ୟ ଏହି ଗୀତ ଲୋକଙ୍କ ମନରେ ରହିଛି। ଆମେ ଆପଣଙ୍କୁ ଏହି ଗୀତ ସହ ଜଡ଼ିତ ଏକ କଥା କହୁଛୁ। ‘ସନ୍ଦେଶେ ଆତେ ହୈଁ’କୁ ସୋନୁ ନିଗମ ଓ ରୂପ କୁମାର ରାଠୋର ନିଜର ଭଏସ୍ ଦେଇଥିଲେ। ଏହି ଗୀତ ପାଇଁ ସୋନୁ ନିଗମଙ୍କୁ ପୁରସ୍କାର ମିଳିବାର ଥିଲା, କିନ୍ତୁ ସେ ପୁରସ୍କାର ଗ୍ରହଣ କରିବାକୁ ମନା କରି ଦେଇ ଥିଲେ। ଏହାର କାରଣ ମଧ୍ୟ ସୋନି ନିଗମ କହିଥିଲେ।
ସୋନୁ ନିଗମଙ୍କୁ ଯେତେବେଳେ କୁହାଯାଇ ଥିଲା ଯେ, ତାଙ୍କୁ ‘ସନ୍ଦେଶେ ଆତେ ହୈଁ’ ପାଇଁ ପୁରସ୍କାର ମିଳୁଛି , ତ ସେ ପଚାରି ଥିଲେ ରୂପ କୁମାର ରାଠୋରଙ୍କୁ କଣ ଏଥିରେ ନୋମିନେଟ୍ କରାଯାଉଛି କି ? ସୋନୁ ନିଗମ ଯେବେ ଜାଣିଲେ ରୂପ କୁମାର ରାଠୋରଙ୍କୁ ନୋମିନେଟ୍ କରାଯାଇ ନାହିଁ, ତ ସେ ପୁରସ୍କାର ନେବାକୁ ମନା କରି ଦେଲେ।
ସୋନୁ ନିଗମ କହି ଥିଲେ , ୧୯୯୭ରେ ‘ ସନ୍ଦେଶେ ଆତେ ହୈଁ ’ ଗୀତ ଆସି ଥିଲା। ଏହି ସମୟରେ ୧୯୯୮ରେ ଆମେ ସୁଟିଂ କରୁ ଥିଲୁ ମୋର ପ୍ରଥମ ପପ୍ ଗୀତର – ‘ତୁ କବ୍ ଜାନେଗି’। ମୁଁ ମଡ୍ ଆଇଲାଣ୍ଡରେ ସୁଟିଂ କରୁ ଥିଲି। ତ ମୋ ପାଖକୁ କଲ୍ ଆସିଲା ମୋ ବନ୍ଧୁର ,ତ ସେ କହିଲା ଯେ, ତୋତେ ‘ସନ୍ଦେଶେ ଆତେ ହୈଁ’ ପାଇଁ ପୁରସ୍କାର ମିଳୁଛି। ତତେ ନିଶ୍ଚୟ ଯିବା ଉଚିତ୍। ମୁଁ କହିଲି ମୁଁ ସୁଟିଂ ମଧ୍ୟ କରୁଛି ଏବଂ ଦ୍ୱିତୀୟ କଥା ରୂପ କୁମାର ରାଠୋର ମୋ ସହ ଏହି ଗୀତ ଗାଇଛନ୍ତି , ତାଙ୍କୁ ତୁମେ ନୋମିନେଟ୍ କଲ ? ଏ ପୁରସ୍କାର ନେବି ହିଁ ନାହିଁ। ଗୋଟିଏ ଗୀତ ଦୁଇ ଜଣ ଗାଇଥିଲେ , ସୋନୁ ନିଗମ ଗାଇଥିଲେ , ରୂପ ଜୀ ଗାଇଥିଲେ। ସୋନୁ ନିଗମଙ୍କୁ ନୋମିନେଟ୍ କରାଗଲା , ରୂପ ଜୀଙ୍କୁ କାହିଁକି କରାଗଲାନି ? ମୁଁ ଚାହିଁ ଥିଲେ ଆସିବି ପାରି ଥାନ୍ତି । ହେଲେ ଆସିଲି ନାହିଁ।
ସୋନୁ ନିଗମ ଆହୁରି କହିଥିଲେ , ଏହି କଥାରେ ସେମାନେ ବହୁତ ନିରାଶ ହୋଇଥିଲେ। ସେମାନେ କହିଥିଲେ , ଏବେ ଏବେ ଆସିଲି , ପ୍ରଥମ ଗୀତ ହିଟ୍ ହୋଇଛି ,ଏତେ କଣ୍ଡିସନ ଦେଉଛି। ଏତେ ଆଦର୍ଶବାଦୀ।
‘ସନ୍ଦେଶେ ଆତେ ହୈଁ’ ଗୀତକୁ ଜାଭେଦ ଅଖତର ଲେଖି ଥିଲେ । ଏଥିପାଇଁ ତାଙ୍କୁ ନ୍ୟାସନାଲ ଆୱାର୍ଡ ମଧ୍ୟ ମିଳି ଥିଲା। ଉକ୍ତ ଗୀତକୁ କମ୍ପୋଜ କରି ଥିଲେ ଅନୁ ମଲିକ୍ ।