ନୂଆଦିଲ୍ଲୀ,୩୦/୦୬: ସରକାର ପାନ୍‌ କାର୍ଡ ନିୟମରେ ସଂଶୋଧନ କରିଛନ୍ତି । ଜୁଲାଇ ପହିଲାରୁ ପାନ୍‌ କାର୍ଡ ଲାଗି  ଆବେଦନ କରିବାକୁ ହେଲେ ଆଧାର କାର୍ଡ ଅନିବାର୍ଯ୍ୟ । ଯଦି ବ୍ୟକ୍ତି  ବିଶେଷଙ୍କ ନିକଟରେ ଆଧାର କାର୍ଡ ନାହିଁ ତେବେ ପାନ୍‌ ବନାଇ  ପାରିବେ ନାହିଁ । 

ଏହା ଦ୍ୱାରା ଟିକସ ଚୋରୀ ରୋକିବା ଦିଗରେ  ସହାୟକ ହେବ ।  ଯେଉଁ ମାନଙ୍କ  ନିକଟରେ ପୂର୍ବରୁ  ପାନ୍‌ କାର୍ଡ ରହିଛି  ସେମାନେ ଚଳିତ  ବର୍ଷ ଡିସେମ୍ବର  ୩୧ ସୁଦ୍ଧା ନିଜ  ପାନ୍‌ କାର୍ଡକୁ ଆଧାର ସହ ଲିଙ୍କ୍‌ କରାଇବାକୁ ହେବ । ଏହା  ନକଲେ ୨୦୨୬ ଜାନୁଆରି ପହିଲାରୁ ପାନ୍‌ କାର୍ଡ ଅଚଳ  ହୋଇଯିବ । 

ଆୟକର ରିଟର୍ଣ୍ଣ ଭରିବା, ବ୍ୟାଙ୍କ ଖାତା ଖୋଲିବା  ଏବଂ ଶେୟାର ବଜାରରେ ନିବେଶ ଭଳି ଆର୍ôଥକ କାର୍ଯ୍ୟକଳାପ ଲାଗି ପାନ୍‌କାର୍ଡ ଜରୁରି । ଆୟକର ବିଭାଗର ଇ-ପାନ୍‌ ସେବା  ଦ୍ୱାରା ମାତ୍ର କିଛି ମିନିଟରେ ପାନ୍‌ ହାସଲ କରିପାରିବ ।