ନୂଆଦିଲ୍ଲୀ,୩୦/୦୬: ସରକାର ପାନ୍ କାର୍ଡ ନିୟମରେ ସଂଶୋଧନ କରିଛନ୍ତି । ଜୁଲାଇ ପହିଲାରୁ ପାନ୍ କାର୍ଡ ଲାଗି ଆବେଦନ କରିବାକୁ ହେଲେ ଆଧାର କାର୍ଡ ଅନିବାର୍ଯ୍ୟ । ଯଦି ବ୍ୟକ୍ତି ବିଶେଷଙ୍କ ନିକଟରେ ଆଧାର କାର୍ଡ ନାହିଁ ତେବେ ପାନ୍ ବନାଇ ପାରିବେ ନାହିଁ ।
ଏହା ଦ୍ୱାରା ଟିକସ ଚୋରୀ ରୋକିବା ଦିଗରେ ସହାୟକ ହେବ । ଯେଉଁ ମାନଙ୍କ ନିକଟରେ ପୂର୍ବରୁ ପାନ୍ କାର୍ଡ ରହିଛି ସେମାନେ ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ନିଜ ପାନ୍ କାର୍ଡକୁ ଆଧାର ସହ ଲିଙ୍କ୍ କରାଇବାକୁ ହେବ । ଏହା ନକଲେ ୨୦୨୬ ଜାନୁଆରି ପହିଲାରୁ ପାନ୍ କାର୍ଡ ଅଚଳ ହୋଇଯିବ ।
ଆୟକର ରିଟର୍ଣ୍ଣ ଭରିବା, ବ୍ୟାଙ୍କ ଖାତା ଖୋଲିବା ଏବଂ ଶେୟାର ବଜାରରେ ନିବେଶ ଭଳି ଆର୍ôଥକ କାର୍ଯ୍ୟକଳାପ ଲାଗି ପାନ୍କାର୍ଡ ଜରୁରି । ଆୟକର ବିଭାଗର ଇ-ପାନ୍ ସେବା ଦ୍ୱାରା ମାତ୍ର କିଛି ମିନିଟରେ ପାନ୍ ହାସଲ କରିପାରିବ ।