ସାହାଜପାଲ,୦୫/୧୨: ବୌଦ୍ଧ ସଦର ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୌଦ୍ଧ ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ସାହାଜପାଲ ଛକର ଦୁଇ ପାର୍ଶ୍ୱରେ ଜବରଦଖଲ କରି କିଛି ଲୋକ ଦୀର୍ଘବର୍ଷ ହେଲା ରହିଆସୁଥିଲେ। ଏହି ଜାଗାରୁ ହଟିବା ପାଇଁ ପ୍ରଶାସନ ପକ୍ଷରୁ ନଟିସ କରାଯାଇଥିଲା। ନୋଟିସ ଅନୁସାରେ ପ୍ରଶାସନ ଜବରଦଖଲକାରୀମାନଙ୍କ ଜାଗାକୁ ଦୁଇଦିନ ଧରି ବୁଲଡଜର ସାହାଯ୍ୟରେ ଭଙ୍ଗାଯାଇଥିଲା।

ସାହାଜପାଲ ଛକରେ ଥିବା ପଣ୍ଡା ଇଲୋକ୍ଟ୍ରନିକ୍ସ ଦୋକାନ ଜାଗାରୁ ହଟିନଥିବା ବେଳେ ନୋଟିସ ଜାରି କରାଯାଇଥିଲା। ଆଜି ପ୍ରଶାସନ ପକ୍ଷରୁ ସୁଧୀର ପଣ୍ଡାଙ୍କ ଇଲୋକ୍ଟ୍ରୋନିକ୍ସ ଦୋକାନକୁ ଭାଙ୍ଗିଥିଲା। ଏହି ଦୋକାନକୁ ପ୍ରଶାସନ ଓ ରାଜସ୍ବ ନିରୀକ୍ଷକ, ଜାତୀୟ ରାଜପଥ ବିଭାଗ, ବିଦ୍ୟୁତ ବିଭାଗ, ଦମକଳ ବାହିନୀ ଉପସ୍ଥିତିରେ ଦୋକାନକୁ ସିଲ କରାଯାଇଥିଲା।

ମାଜିଷ୍ଟେଟ୍ଙ୍କ ଦାୟିତ୍ୱରେ ଥିବା ମହମ୍ମଦ ରୋଜା ରଶୁଲ, ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା, ରାଜସ୍ୱ ନିରୀକ୍ଷକ ଇନ୍ଦ୍ରାଣୀ ଦଣ୍ଡସେନା, ଓ ସମସ୍ତ ରାଜସ୍ୱ କର୍ମଚାରୀ, ବାଉଁଶୁଣୀ ପୋଲିସ ବିଭାଗ, ଦମକଳ ବାହିନୀ, ବିଦ୍ୟୁତ ବିଭାଗ, ଏନ. ଏଚ ବିଭାଗ ଓ ୱାର୍ଡ ସଭ୍ୟ ଉପସ୍ଥିତିରେ ଜାତୀୟ ରାଜପଥ ପାର୍ଶ୍ୱରେ ଇଲୋକ୍ଟ୍ରନିକ୍ସ ଦୋକାନ ସିଲ କରାଯାଇଛି।