ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଇବ୍ରାହିମଙ୍କ ପରେ ଡ଼େବ୍ୟୁ କରିଲେ ଆଶୀ ତ୍ରିପାଠୀ , ଭାବପ୍ରବଣ ହେଲେ ପଙ୍କଜ

Published By : Anindita Ratha | March 18, 2025 2:26 PM

ମୁମ୍ବାଇ,୧୮/୦୩:ନିକଟରେ  ଅଭିନେତା ସୈଫ ଅଲ୍ଲୀ ଖାନଙ୍କ  ପୁଅ ଇବ୍ରାହିମ ଅଲ୍ଲୀ ଖାନ ବଲିଉଡ଼ରେ ଡ଼େବ୍ୟୁ କରିଥିଲେ । ବର୍ତ୍ତମାନ ଏବେ ଆଉ ଜଣେ ମହାନ ଅଭିନେତାଙ୍କ ଝିଅ ଅଭିନୟରେ ଡେବ୍ୟୁ କରିଛନ୍ତି । ସେ ଆଉ କେହି ନୁହଁନ୍ତି ପଙ୍କଜ  ତ୍ରିପାଠୀଙ୍କ ଝିଅ ଆଶୀ ତ୍ରିପାଠୀ । ତାଙ୍କୁ ନିକଟରେ ଏକ ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିଥିଲା। ତାଙ୍କର ମ୍ୟୁଜିକ୍ ଭିଡିଓ 'ରଙ୍ଗ ଡାରୋ' ୧୩ ମାର୍ଚ୍ଚରେ ହୋଲି ଅବସରରେ ମୁକ୍ତିଲାଭ କରିଥିଲା। ଯାହା ଏବେ ବେଶ୍ ଦୃଷ୍ଟି ଆକର୍ଷଣ କରୁଛି। ପଙ୍କଜ ତ୍ରିପାଠୀ ତାଙ୍କ ଝିଅ ଆଶୀଙ୍କୁ ପରଦାରେ ଦେଖିବା ପରେ ଭାବପ୍ରବଣ ହୋଇଛନ୍ତି । 

ଏହା ମଧ୍ୟ ପଢନ୍ତୁ-  AR Rahman: ଡାକ୍ତରଖାନାରେ ଏଆର ରେହମାନ, ଚିନ୍ତାବ୍ୟକ୍ତ କଲେ ସାଇରା ରେହମାନ

ପଙ୍କଜ ତ୍ରିପାଠୀ ତାଙ୍କର ଏକ  ସାକ୍ଷାତକାରରେ  ଝିଅ ଆଶୀ ତ୍ରିପାଠୀଙ୍କ ଡେବ୍ୟୁ ବିଷୟରେ କହିଥିଲେ। ସେ କହିଥିଲେ ଯେ 'ଆଶିଙ୍କୁ ପରଦାରେ ଦେଖିବା ମୋ ପାଇଁ ଓ  ମୋ ପତ୍ନୀ ମୃଦୁଲାଙ୍କ ପାଇଁ ଏବହୁତ ଭାବପ୍ରବଣ ଏବଂ ଗର୍ବର ମୁହୂର୍ତ୍ତ ଥିଲା।' ଆଶୀ ସବୁବେଳେ ନିଜର କଳା ପ୍ରଦର୍ଶନ କରିବାରେ ଆଗ୍ରହୀ । ତାଙ୍କର ପ୍ରଥମ ପ୍ରୋଜେକ୍ଟରେ ଏଭଳି ଅଭିନୟ ପ୍ରକୃତରେ ବିଶେଷ ଥିଲା ।  ଯଦି ତାଙ୍କର ପ୍ରଥମ ଆରମ୍ଭ ଏହିପରି ହୁଏ, ତେବେ ମୁଁ ତାଙ୍କର ପରବର୍ତ୍ତୀ ଯାତ୍ରା ପାଇଁ ଉତ୍ସାହର ସହିତ ଅପେକ୍ଷା କରିବି।

 


ପ୍ରକାଶ ଥାଉକି,  ଆଶୀ ତ୍ରିପାଠୀ ତାଙ୍କର ପ୍ରଥମ ମ୍ୟୁଜିକ୍ ଭିଡିଓ 'ରଙ୍ଗ ଡାରୋ'ରେ ଚମତ୍କାର ଅଭିନୟ କରିଛନ୍ତି। ତାଙ୍କ ବିପକ୍ଷରେ ପ୍ରଭାକର ସ୍ୱାମୀଙ୍କୁ ଦେଖିବାକୁ ମିଳିଛି। ଏହି ଗୀତଟିକୁ ମୈନାକ ଭଟ୍ଟାଚାର୍ଯ୍ୟ ଏବଂ ସଞ୍ଜନା ରାମନାରାୟଣ କଣ୍ଠଦାନ କରିଛନ୍ତି। ଅଭିନବ ଆର କୌଶିକ ଗୀତଟି ରଚନା କରିଛନ୍ତି। ୧୩ ମାର୍ଚ୍ଚରେ ରିଲିଜ୍ ହୋଇଥିବା ଏହି ଗୀତଟି ୟୁଟ୍ୟୁବରେ ୬ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ପ୍ରକାଶ ଥାଉକି,ପଙ୍କଜ ତ୍ରିପାଠୀଙ୍କ ଝିଅ ଆଶୀ ତ୍ରିପାଠୀ ମୁମ୍ବାଇର ଏକ କଲେଜରେ ପଢ଼ୁଛନ୍ତି। ସେ ତାଙ୍କ ବାପାଙ୍କ ପରି ଅଭିନୟରେ କ୍ୟାରିଅର କରିବାକୁ ଚାହାଁନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.