ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଶିକ୍ଷକଙ୍କ ଅନ୍ୟତ୍ର ବଦଳି ବାତିଲ ସହ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକଙ୍କ ବିକ୍ଷୋଭ

Published By : Suraj Kumar | October 1, 2024 8:18 PM

ଫିରିଙ୍ଗିଆ,୧।୧୦ : ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା   ଭୁଶୁଡିବାରେ ଲାଗିଛି I କେଉଁଠି ଶିକ୍ଷକ ଅଭାବ ପାଇଁ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ପାଇଁ ପାଠପଢିବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I ଏଭଳି ଏକ ଅବହେଳିତ ବିଦ୍ୟାଳୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ରତଙ୍ଗ ପଂଚାୟତର ସେସ୍କାଯୋଡି ଗାଁରେ I 

ସୂଚନା ଅନୁସାରେ ଏହି ସେସ୍କାଯୋଡି ଗାଁରେ ରହିଛି ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଏକ ଶହ ଶଯ୍ୟା ବିଶିଷ୍ଟ ଆବାସିକ ଆଶ୍ରମ ବିଦ୍ୟାଳୟ I ବିଦ୍ୟାଳୟଟି ବହୁ ପୁରାତନ ହୋଇଥିବା ବେଳେ ବର୍ତ୍ତମାନ ଏହି ବିଦ୍ୟାଳୟ ପାଇଁ ଶିକ୍ଷକ ଅଭାବ ଏକ ପ୍ରମୁଖ କାରଣ ସାଜିଛି I ବିଦ୍ୟାଳୟରେ ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ମିଶାଇ ପ୍ରାୟ ଶହେ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ରହିଛି । ଏହି ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢେଇବା ପାଇଁ ପ୍ରଧାନ ଶିକ୍ଷକଙ୍କ ସହ ତିନିଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି I 

କିଛିଦିନ ହେଲା ଏହି ଦୁଇ ଶିକ୍ଷକ ଙ୍କ ମଧ୍ୟରୁ ଅନୁପ ବେହେରା ନାମକ ଜଣେ ସହକାରୀ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ବର୍ତମାନ ଜଣେ ମାତ୍ର ଶିକ୍ଷୟିତ୍ରୀ ବିଦ୍ୟାଳୟରେ ପାଠ ପଢ଼ାଇବା ସହ ହଷ୍ଟେଲ ପରିଚାଳନା ଦାୟିତ୍ୱରେ ମଧ୍ୟ୍ୟ ରହିଛନ୍ତି I ବର୍ତ୍ତମାନ ବିଦ୍ୟାଳୟରେ ପାଠପଢା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏହାକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ମାନଙ୍କ ମାଧ୍ୟ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି I ଜଣେ ଭଲ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି କରିବା ଘଟଣାକୁ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ମାନେ ଘୋର ବିରୋଧ  କରିଛନ୍ତି। ଶିକ୍ଷକ ଙ୍କ ବଦଳି ବାତିଲ ସହ ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି ପାଇଁ ବିଦ୍ୟାଳୟ ଫାଟକ ରେ ବିକ୍ଷୋଭ କରିବା ସହ ପ୍ରତିବାଦ କରିଥିଲେ I ପରେ ଫିରିଙ୍ଗିଆ ବ୍ଲକ ଦାୟିତ୍ୱ ରେ ଥିବା ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ଇପ୍ସିତା ଜେନା ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ବିପିନ ଭୁକ୍ତା ଙ୍କ ଆଲୋଚନା ପରେ ଅଭିଭାବକ ମାନେ ଭିକ୍ଷୋଭ ସ୍ଥଗିତ କରିଥିଲେ I

 ସେପଟେ ଆଗାମୀ କିଛିଦିନ ମଧ୍ୟରେ ଏହି ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି କିମ୍ବା ବଦଳି ହୋଇଥିବା ଶିକ୍ଷକ ଙ୍କୁ ପୁନଃ ଅବସ୍ଥାପିତ କରାନଗଲେ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ପରିଚାଳନା କମିଟି ସଭାପତି ବିପିନ ଭୁକ୍ତା, କମିଟି ର ସଦଶ୍ୟ ପ୍ରଦୀପ ସାହାଣୀ, ପ୍ରଭାତ କୁମାର ଭୁକ୍ତା ସାଇନ୍ଦ୍ରି ସାହାଣୀ, ସଚ୍ଚିତାନନ୍ଦ ଭୁକ୍ତା, ଗୋଲାପୀ ମଳିକ,ଗାଁ ର ୱାର୍ଡ ସଭ୍ୟ ଅନାମ ଚନ୍ଦ୍ର ମଳିକ, ପୂର୍ବତନ ସମିତି ସଭ୍ୟ ପ୍ରକାଶ ନାଏକ ଙ୍କ ସହ ସମସ୍ତ ଅଭିଭାବକ, ଅନ୍ୟ କମିଟି ସଦସ୍ୟ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି I ଫିରିଙ୍ଗିଆ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ଇପ୍ସିତା ଜେନା ଙ୍କୁ ପଚାରିବାରୁ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ସହ ଯୋଗାଯୋଗ ହୋଇଛି ଓ ଖୁବଶୀଘ୍ର ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି କହିଛନ୍ତି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.