ଭଦ୍ରକ, ୧୮/୧୦: ହାଇସ୍କୁଲ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଆନ୍ଦୋଳନ । ମିଛ ଅଭିଯୋଗରେ ସତ ବଦଳି ନେଇ ତାତିଲେ ଅଭିଭାବକ । ଫଳରେ ଭଦ୍ରକ ବ୍ଲକ ବହୁଦରାଡ଼ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଶନିବାର ସ୍କୁଲ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ଶିକ୍ଷୟିତ୍ରୀ ଲିଳିରାଣୀ ନାୟକଙ୍କ ବଦଳି ବାତିଲ ଦାବି ହୋଇଛି ।

TJUYJU​​​​​​​

ବହୁଦରଡ଼ାର ସମାଜସେବୀ ଧର୍ମେନ୍ଦ୍ର ମଲ୍ଲିକ କହିଛନ୍ତି, ସ୍କୁଲ ଆଲୁମିନି ବସିଥଲା । ଦିଦିଙ୍କ ନାଁରେ ମିଥ୍ୟା ଅଭିଯୋଗ ହୋଇଥିବା ନେଇ ଜଣା ପଡିଥିଲା । ଯେଉଁ ଦସ୍ତଖତରେ ଅଭିଯୋଗ ହୋଇଥିଲା, ତାହା ସେ କରି ନଥିବା ପ୍ରମାଣିତ ହୋଇଥିଲା । ମଧ୍ୟାହ୍ନଭୋଜନ ହେରଫେର ଓ ପୂଜା ଚାନ୍ଦା ଅର୍ଥ ବାବଦରେ ଯାହା ସବୁ ଥିଲା, ତାହା ପ୍ରାୟୋଜିତ ବୋଲି ଜଣାପଡିଥିଲା । ଏହା ସତ୍ତ୍ୱେ ବିଇଓ ତଦନ୍ତ କଲେ । ଉଦ୍ଦେଶ୍ୟ ମୂଳକ ଭାବେ ବଦଳି ହୋଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଛାତ୍ରୀମାନେ କହିଛନ୍ତି ଯେ, ବିଇଓ ସାର, ଆସି ଆମକୁ ଯାହା କହିଲେ, ତାହା ଲେଖିଲୁ । କିନ୍ତୁ ଆମ ଦିଦି ସେମିତି ନୁହନ୍ତି, ଭଲ ପଢ଼ାନ୍ତି । ଅଭିଭାବକ ସ୍ୱପ୍ନା ରାଣୀ କହିଛନ୍ତି, ମାଟ୍ରିକ ପରୀକ୍ଷା ଆଉ ୩ ମାସ । ଏଭଳି ସମୟରେ ଶିକ୍ଷୟିତ୍ରୀ ବଦଳି ହେଲେ ପାଠ ପଢା ପ୍ରଭାବିତ ହେବ । ଏଣୁ ବଦଳିକୁ ଶିକ୍ଷାଧିକାରୀ ବାତିଲ କରନ୍ତୁ । ​​​​​​​