ଝରିଗାଁ, ୨୫।୧୨: ନବରଙ୍ଗପୁର ଝରୀଗାଁ ବ୍ଲକ ସଦର ମହକୁମାସ୍ଥିତ ମିନି ଷ୍ଟାଡିୟମଠାରେ ସାଂସଦୀୟ ଖେଳ ମହୋତ୍ସବ ଉଦଯାପିତ । ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ନରସିଂହ ଭତରା ଯୋଗଦେଇଥିଲେ । ଅନ୍ୟ ପ୍ରମୁଖ ମଧ୍ୟରେ ଅର୍ଜୁନ ତ୍ରିପାଠୀ ରାଜ୍ୟ ଉପସଭାପତି, କ୍ରିକେଟ୍ ଆସୋସିଏସନ, ବିଜେପି  ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ, ବିଡିଓ ମଧୁସୂଦନ ମାଝୀ, ତହସିଲଦାର ସୁମନ୍ତ ପାତ୍ର, ସାଂସଦୀୟ ଖେଳ କର୍ଡିନେଟର ରାମେଶ୍ୱର ଜେନା, ରାଜ୍ୟ ଉପସଭାପତି ରମେଶ ସାହୁ, ଉମରକୋଟ ସାଂସଦ ପ୍ରତିନିଧି ରାମ ନାୟକ, ତେନ୍ତୁଳି ଖୁଣ୍ଟି ସାଂସଦ ପ୍ରତିନିଧି ସନ୍ତୋଷ ପାତ୍ର, ପାପଡ଼ାହାଣ୍ଡି ସାଂସଦ ପ୍ରତିନିଧି ସମୋନାଥ ପୂଜାରୀ, ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶୁଭ୍ରଜିତ୍ ପାଣିଗ୍ରାହୀ, ସାଂସଦୀୟ କ୍ଷେତ୍ରର ସହ ସଂଯୋଜକ ତଥା ବ୍ଲକ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ କାହ୍ନୁ ଦାସ, ସାଂସଦୀୟ ବିକାଶ ପରିଯୋଜନା ସଂଯୋଜକ ପୁରୁସତୋମା ଗଣ୍ଡ, ଜିଲ୍ଲା ସମ୍ପାଦକ ବୁଲୁ ଷଡ଼ଙ୍ଗୀ, ବରିଷ୍ଠ ଦଳୀୟ କର୍ମକର୍ତ୍ତା ମଧ୍ୟରେ ଚିତ୍ରସେନ ତିୱାରୀ ପ୍ରଫୁଲ୍ଲ ପ୍ରଧାନି, ସନ୍ତୋଷ ରାଓ ଗଣପତି ସାହୁ, ଗିରି ପାଣ୍ଡେ, ସୁଦାମ ତିୱାରୀ ପିଣ୍ଟୁ ତିୱାରୀ, ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଭାରତ ଯୁବ ବିକାଶ କ୍ରୀଡ଼ା ମହୋତ୍ସବ ଉଦଯାପିତ ଅବସରରେ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ୍ ଝରିଗାଁ ଏବଂ ପାପଡ଼ାଯାଣ୍ଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପାପଡ଼ାହାଣ୍ଡି ବିଜୟ ଲାଭ କରିଥିଲା । ୧୫ ଓଭର୍ ବିଶିଷ୍ଟ ମ୍ୟାଚ୍‌ ରେ ପ୍ରଥମେ ଝରିଗାଁ ବ୍ୟାଟିଂ କରି ୧୫୩ ରନ କରି ଅଲଆଉଟ୍ ହୋଇଥିବା ବେଳେ ପାପଡ଼ାହାଣ୍ଡି ୧୫୪ ରନ୍ କରି ବିଜୟୀ ହୋଇଥିଲା । ବିଜେତା ଦଳକୁ ମୁଖ୍ୟ ଅତିଥି ଟ୍ରଫି ସହ ୧୦ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଥିବା ବେଳେ ଉପବିଜେତା ଦଳକୁ ସମ୍ମାନିତ ଅତିଥି ବିଧାୟକ ନରସିଂହ ଭତରା ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟ ସମସ୍ତ ଖେଳାଳିଙ୍କୁ ମଞ୍ଚାସିନ ଅତିଥିବୃନ୍ଦ ପୁରସ୍କାର ବିତରଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମାଝୀ କ୍ରୀଡ଼ା ବ୍ୟକ୍ତିର ପ୍ରତିଭା, ଦକ୍ଷତା ଓ ସୁସ୍ଥ ସ୍ୱାସ୍ଥ୍ୟ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ରାଜ୍ୟ ଓ ରାଷ୍ଟ୍ର ପାଇଁ ଗୌରବ ଆଣିଥାଏ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ନିଜ ଅଭିଭାଷଣରେ ସେ କହିଥିଲେ ।

​​​​​​​

ସେହିପରି ସାଂସଦୀୟ କ୍ଷେତ୍ର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିଛି ବୋଲି ବିଧାୟକ ନରସିଂହ ଭତରା ନିଜ ଭାଷଣରେ କହିଥିଲେ । ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭା ଅନେଷ୍ୱଣ କରି ଜିଲ୍ଲା, ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରି ଖେଳାଳି ଦେଶ ପାଇଁ ଗୌରବ ଆଣିବେ ବୋଲି ରାଜ୍ୟ କ୍ରିକେଟ ଆସୋସିଏସନ୍ ଉପସଭାପତି ଅର୍ଜୁନ ତ୍ରିପାଠୀ ନିଜ ଅଭିଭାଷଣ ରଖିଥିଲେ । ଝରିଗାଁ ବିଜେପି ଯୁବ ପରିଷଦ ଦ୍ୱାରା ଆୟୋଜିତ ସାଂସଦୀୟ ଖେଳ ମହୋତ୍ସବ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା । ଖେଳ ଉପଭୋଗ କରିବାକୁ ପାରମ୍ପାରିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଶତାଧିକ ଦର୍ଶକ ଏହି କ୍ରୀଡ଼ା ମହୋତ୍ସବକୁ ଆନନ୍ଦର ସହ ଉପଭୋଗ କରିଥିଲେ ।