ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ପରିତ୍ରାଣ ସାକ୍ଷ୍ୟ ରଖିଲେ ପୁଞ୍ଜିଲାଲ୍‌

Published By : Prameya | April 4, 2025 12:05 PM

ପାଟଣାଗଡ଼, ୦୪/୦୪: ବହୁଚର୍ଚ୍ଚିତ  ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ  ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ  ମେହେର ଗୁରୁବାର ଅତିରିକ୍ତ ଜିଲ୍ଲା  ଦୌରାଜଜ୍‌ଙ୍କ କୋର୍ଟରେ ନିଜ ପକ୍ଷ ରଖିଛନ୍ତି । ପାର୍ସଲବୋମା ବିସ୍ଫୋରଣ ମାମଲାରେ ତାଙ୍କର କୌଣସି  ସମ୍ପୃକ୍ତି ନାହିଁ ବୋଲି ସେ ପକ୍ଷ ରଖି  କହିଛନ୍ତି । ପାର୍ସଲବୋମା ବିସ୍ଫୋରଣ ମାମଲାକୁ ନେଇ ପୁଞ୍ଜିଲାଲଙ୍କ ନାମରେ  ଯାହାସବୁ ଅଭିଯୋଗ ରହିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । ଏ ସମ୍ପର୍କିତ ସମସ୍ତ  ତଥ୍ୟ ଓ ପ୍ରମାଣ ପୁଞ୍ଜିଲାଲ କୋର୍ଟଙ୍କୁ ଜଣାଇଥିବା ତାଙ୍କ ଓକିଲ ପ୍ରମୋଦ  ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ପୁଞ୍ଜିଲାଲ ନିଜର ପରିତ୍ରାଣ ସାକ୍ଷ୍ୟ ଦେଇଥିବାବେଳେ ପ୍ରାୟ ଅଢ଼େଇ ଘଣ୍ଟା ଧରି ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ସମୟରେ  ମାମଲାରେ କୌଣସି ସମ୍ପୃକ୍ତି ନ ଥିବା ନେଇ ପୁଞ୍ଜିଲାଲ୍‌ କୋର୍ଟକୁ ଜଣାଇଥିଲେ ବୋଲି ସରକାରୀ ଓକିଲ ଆଶିଷ ଚନ୍ଦନ ପ୍ରକାଶ କରିଛନ୍ତି । ଉକ୍ତ ମାମଲାରେ ଗତ ମାର୍ଚ୍ଚ ୪ରେ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ  କୋର୍ଟରେ ପୁଞ୍ଜିଲାଲଙ୍କ ବୟାନ  ରେକର୍ଡ କରାଯାଇଥିଲା । ସେହିଦିନ  କୋର୍ଟ ତାଙ୍କୁ ପରିତ୍ରାଣ ସାକ୍ଷୀ ଦେବାକୁ ଇଚ୍ଛୁକ କି ବୋଲି ପଚାରିଥିଲେ । ସେ ସହମତି ଜଣାଇବା ପରେ କୋର୍ଟ ପକ୍ଷରୁ ଏଥିଲାଗି ଏପ୍ରିଲ ୩ ତାରିଖ ଧାର୍ଯ୍ୟ କରାଯାଇଥିଲା । ଏନେଇ ପୁଞ୍ଜିଲାଲଙ୍କ ଓକିଲ କୋର୍ଟକୁ ଏକ ପିଟିସନ ମଧ୍ୟ ଦେଇଥିଲେ । ସେହି ଆଧାରରେ ପରିତ୍ରାଣ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । 

ଏଥିପାଇଁ ପୁଞ୍ଜିଲାଲକୁ ବଲାଙ୍ଗିର ମୁଖ୍ୟ କାରାଗାରରୁ କଡ଼ା ସୁରକ୍ଷା ବଳୟରେ ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା । ଆସନ୍ତା ୧୬ ତାରିଖରେ ପୁଞ୍ଜିଲାଲ  ପୁଣି ପରିତ୍ରାଣ ସାକ୍ଷ୍ୟ ଦେବେ  ବୋଲି କୋର୍ଟ ପକ୍ଷରୁ ତାରିଖ ଧାର୍ଯ୍ୟ  କରାଯାଇଛି । 

ସୂଚନାଯୋଗ୍ୟ, ୨୦୧୮  ଫେବ୍ରୁଆରୀ ୨୩ରେ ପାଟଣାଗଡ଼  ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ  ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ  ମୃତ୍ୟୁ ଘଟିଥିଲା । ସୌମ୍ୟଶେଖରଙ୍କ  ସ୍ତ୍ରୀ ରିମାରାଣୀ ଗୁରୁତର ହୋଇ  ଦୀର୍ଘଦିନ ଧରି ଡାକ୍ତରଖାନାରେ  ଚିକିତ୍ସିତ ହୋଇଥିଲେ ।କ୍ରାଇମବ୍ରାଞ୍ଚ  ତଦନ୍ତ କରି ଭଇଁଷା କଲେଜର  ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ  ମେହେରଙ୍କୁ ମୁଖ୍ୟ ଏବଂ ଏକମାତ୍ର  ଅଭିଯୁକ୍ତ ଭାବେ ଗିରଫ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.