ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ମେଣ୍ଡାକୁ ନୂତନ ବ୍ଲକ ଘୋଷଣା ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ, ଆନ୍ଦୋଳନରେ ସବୁ ବର୍ଗର ଲୋକ ସାମିଲ

Published By : Harapriya Sethi | April 16, 2025 3:10 PM

ସୁବର୍ଣ୍ଣପୁର,୧୬/୦୪: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡାକୁ ନୂତନ ବ୍ଲକ ଘୋଷଣା ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଅଞ୍ଚଳବାସୀ । ସହର ବ୍ଲକ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୬ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସାମାଜିକ ଓ ଭୌଗଳିକ ସ୍ଥିତିକୁ ବିଚାର କଲେ ମେଣ୍ଡାର ବ୍ଲକ ପାଇଁ ସମସ୍ତ ଯୋଗ୍ୟତା ରହିଛି । ବର୍ତ୍ତମାନ ସ୍ଥିତିରେ ମେଣ୍ଡା ଅବହେଳିତ ଅବସ୍ଥାରେ ଅଛି। ଏହି ଅଞ୍ଚଳର ଆର୍ଥିକ ବିକାଶରେ ପ୍ରଶାସନିକ କାର୍ଯ୍ୟାଳୟ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏହାକୁ ଦେଖି ଦୀର୍ଘ ୩୦ ବର୍ଷ ହେବ ମେଣ୍ତାକୁ ବ୍ଲକ ଘୋଷଣା ଦାବି ହୋଇ ଆସୁଛି । ହେଲେ ପୂର୍ବ ସରକାର ଏହାକୁ ଗୁରୁତ୍ୱ ଦେଇ ନାହାଁନ୍ତି । ଏବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥିବାବେଳେ ପ୍ରଶାସନକୁ ତୃଣ ମୂଳ ସ୍ତରରେ ପହଞ୍ଚାଇବାକୁ ବ୍ଲକ ଗଠନ ପାଇଁ ବିଚାର କରିବେ ବୋଲି ଅନୁରୋଧ କରିଛନ୍ତି ଅଞ୍ଚଳବାସୀ । ଦଳମତ ନିର୍ବିଶେଷରେ ସବୁ ବର୍ଗର ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେବେ ସରକାର ଏହାକୁ ଗୁରୁତର ସହ ବିଚାର କରି ପଦକ୍ଷେପ ନନେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.