ନୂଆଦିଲ୍ଲୀ,୦୪/୦୫; ଦେଶରେ ଇନ୍ଧନ ମୂଲ୍ୟ ସିଧାସଳଖ ସାଧାରଣ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଏ । ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ, ଘରୋଇ ଟିକସ ଗଠନ ଏବଂ ମୁଦ୍ରା ବିନିମୟ ହାରର ମିଶ୍ରଣ ଦ୍ୱାରା ନିର୍ଣ୍ଣୟ କରାଯାଏ । ବିଶେଷକରି, ଅଧିକ ଟିକସ ସ୍ଲାବ୍ ପଡ଼ୋଶୀ ଦେଶ ତୁଳନାରେ ଭାରତରେ ପେଟ୍ରୋଲ ମୂଲ୍ୟ ଯଥେଷ୍ଟ ଅଧିକ କରିଛି । ଆସନ୍ତୁ ଜାଣିବା ଆଜି ଆପଣଙ୍କ ସହରରେ ତେଲ ମୂଲ୍ୟ କ’ଣ । ତୈଳ ମାର୍କେଟିଂ କମ୍ପାନୀ ପକ୍ଷରୁ ଆଜି ଜନତାଙ୍କୁ ଆଶ୍ୱସ୍ତି ମିଳିଛି । ପେଟ୍ରୋଲ-ଡିଜେଲ ଦରରେ କୌଣସି ବୃଦ୍ଧି କରାଯାଇନାହିଁ । ଦର ପୂର୍ବ ତୁଳନାରେ ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୯୪.୭୭ ଟଙ୍କା ରହିଛି । ଡିଜେଲ ଦର ୮୭.୬୭ ରହିଛି । ପୋର୍ଟ ବ୍ଲେୟାରରେ ପେଟ୍ରୋଲ ୮୨.୪୬ ଟଙ୍କା ଓ ଡିଜେଲ୍ ୭୮.୦୫ ଟଙ୍କାରେ ବିକ୍ରି ହେଉଛି ।
ଆପଣଙ୍କ ସହରରେ ଡିଜେଲ ଦର କେତେ ?
ମୁମ୍ବାଇ- ୯୩.୧୫ ଟଙ୍କା
କୋଲକାତା- ୯୦.୭୯ ଟଙ୍କା
ଚେନ୍ନାଇ-୯୨.୩୪ ଟଙ୍କା
ଅହମ୍ମଦାବାଦ-୯୦.୧୭ ଟଙ୍କା
ବେଙ୍ଗାଲୁରୁ- ୯୫.୭୦ ଟଙ୍କା
ଜୟପୁର-୮୩.୪୫ ଟଙ୍କା
ଇନ୍ଦୋର-୯୧.୮୮ ଟଙ୍କା
ପାଟନା-୯୩.୮୦ ଟଙ୍କା
ସୁରତ- ୮୯ ଟଙ୍କା
ନାସିକ-୮୯.୫୦ ଟଙ୍କା
ଆପଣଙ୍କ ସହରରେ ପେଟ୍ରୋଲ ଦର କେତେ ?
ନୂଆଦିଲ୍ଲୀ-୯୪.୭୨ ଟଙ୍କା
ମୁମ୍ବାଇ- ୧୦୪.୨୧ ଟଙ୍କା
କୋଲକାତା-୧୦୩.୯୪ ଟଙ୍କା
ଚେନ୍ନାଇ-୧୦୦.୭୫ ଟଙ୍କା
ଅହମ୍ମଦାବାଦ-୯୪.୪୯ ଟଙ୍କା
ବେଙ୍ଗାଲୁରୁ-୧୦୨.୯୨ ଟଙ୍କା
ହାଇଦ୍ରାବାଦ- ୧୦୭.୭୨ ଟଙ୍କା
ଜୟପୁର-୧୦୪.୭୨ ଟଙ୍କା
ଲକ୍ଷ୍ନୌ-୯୪.୬୯ ଟଙ୍କା
ପୁଣେ- ୧୦୪.୪୮ ଟଙ୍କା
ଚଣ୍ଡିଗଡ଼- ୯୪.୩୦ ଟଙ୍କା
ଇନ୍ଦୋର- ୧୦୬.୪୮ ଟଙ୍କା
ପାଟନା- ୧୦୫.୫୮ ଟଙ୍କା
ଏହା ବି ପଢନ୍ତୁ...West Bengal Result 2026; ଗଣନା ପୂର୍ବରୁ ଭବାନୀପୁରରେ ହଙ୍ଗାମା, ଟିଏମ୍ସି-ବିଜେପି ଏଜେଣ୍ଟ ମୁହାଁମୁହିଁ
ବଢିବ ପେଟ୍ରୋଲ-ଡିଜେଲ ଦର ? ସରକାରୀ ସୂତ୍ର ଅନୁସାରେ, ଆଗାମୀ ଦିନରେ ପେଟ୍ରୋଲ-ଡିଜେଲ ଦର ୪ରୁ୫ ଟଙ୍କା ଲିଟର ପଛା ବଢିପାରେ । ଏଲପିଜି ସିଲିଣ୍ଡର ଦର ବି ବଢିବାର ସମ୍ଭାବନା ଅଛି । ସର୍ବପ୍ରଥମେ ନାୟର ଏନର୍ଜି ପେଟ୍ରୋଲ-ଡିଜେଲ ଦର ବଢାଇଥିଲା । ମାର୍ଚ୍ଚରେ ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ବୃଦ୍ଧି କରିଥିଲା । ଯୁଦ୍ଧ ଭିତରେ ଅଶୋଧିକ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୧୦୦ ଡଲାର ଉପରେ ରହିଛି । ଯାହା ତୈଳ କମ୍ପାନୀଗୁଡିକ ଉପରେ ଯଥେଷ୍ଟ ଚାପ ପକାଇଛି ।