ପାରାଦ୍ଵୀପ,୨୨/୫ : ବନ୍ଦର ନିଷିଦ୍ଧାଞ୍ଚଳରେ ଫାଟିଲା ପେଟ୍ରୋଲ ପାଇପ । ବୋହିଗଲା ଲକ୍ଷାଧିକ ଲିଟର ପେଟ୍ରୋଲ। ଜାହାଜରୁ ପାଇପ ଯୋଗେ ପେଟ୍ରୋଲ ଯାଉଥିଲା ତୈଳ ଟର୍ମିନାଲକୁ । ଅଧିକ ପ୍ରେସର ଯୋଗୁଁ ପାଇପ ଫାଟି ଥିବା ଅନୁମାନ କରାଯାଉଛି ।
ଘଟଣାସ୍ଥଳରେ ପୋର୍ଟ ସିଆଇଏସଏଫ, ଅଗ୍ନିଶମ ବିଭାଗ, ଆଇଓସିଏଲ ଅଗ୍ନିଶମ ବିଭାଗ କର୍ମଚାରୀ। ନିଆଁ ଲାଗିବାର ସମ୍ଭାବନା ଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆଇଓସିଏଲ ତୈଳ ଟର୍ମିନାଲକୁ ତେଲ ଯାଉଥିବା ସୂଚନା ।