ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଆଜି ଫାଲଗୁନ ଅମାବାସ୍ୟା: ଦୁର୍ଲଭ ଶିବ ଯୋଗରେ କରନ୍ତୁ ମହାଦେବଙ୍କ ଆରାଧନା, ସମସ୍ତ ମନୋବାଞ୍ଛା ହେବ ପୂର୍ଣ୍ଣ

Published By : Harapriya Sethi | February 27, 2025 7:27 AM

ଚଳିତ ବର୍ଷ ଫାଲଗୁନ ଅମାବାସ୍ୟା ଫେବୃଆରୀ ୨୭ ତାରିଖ ଅର୍ଥାତ ଆଜି ପଡ଼ୁଛି । ଦିନ୍ଦୁ ଧର୍ମରେ ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି । ଏହି ପବିତ୍ର ତିଥିରେ କେବଳ ଗଙ୍ଗା ସ୍ନାନ କରାଯାଏ ନାହିଁ, ବରଂ ପୂଜା, ଜପ, ତପସ୍ୟା ଏବଂ ଦାନ ମଧ୍ୟ କରାଯାଏ । ଅମାବାସ୍ୟା ତିଥିରେ ପୂର୍ବପୁରୁଷଙ୍କୁ ନୈବେଦ୍ୟ ଏବଂ ପିଣ୍ଡଦାନ ମଧ୍ୟ କରାଯାଏ।

ଜ୍ୟୋତିର୍ବିଦଙ୍କ ମତରେ, ଫାଲଗୁନ ଅମାବାସ୍ୟାରେ ଅନେକ ଶୁଭ ଯୋଗ ସୃଷ୍ଟି ହେଉଛି । ଏହି ଯୋଗରେ ଦେବତାମାନଙ୍କ ଦେବତା ମହାଦେବଙ୍କୁ ପୂଜା କରିବା ଦ୍ୱାରା, ଭକ୍ତଙ୍କ ପ୍ରତ୍ୟେକ ଇଚ୍ଛା ପୂରଣ ହୋଇଥାଏ । ଏଥି ସହିତ, ଆପଣଙ୍କୁ ପିତୃ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ। ଆସନ୍ତୁ, ଫାଲଗୁଣ ଅମାବାସ୍ୟାର ଶୁଭ ସଂଯୋଗ ବିଷୟରେ ଜାଣିବା ।

ବୈଦିକ ପଞ୍ଚାଙ୍ଗ ଅନୁସାରେ, ଫାଲଗୁନ ଅମାବାସ୍ୟା ଫେବୃଆରୀ ୨୭ ତାରିଖ ସକାଳ ୮ଟା ୫୪ ରେ ଆରମ୍ଭ ହେବ । ଏହାର ପରଦିନ ଅର୍ଥାତ ଫେବୃଆରୀ ୨୮ ତାରିଖ ସକାଳ ୬ଟା ୧୪ ରେ ଶେଷ ହେବ । ଉଦୟ ତିଥି ଅନୁସାରେ, ଫାଲଗୁନ ଅମାବାସ୍ୟା ଫେବୃଆରୀ ୨୭ ତାରିଖରେ ପାଳନ ହେବ ।

ଫାଲଗୁନ ଅମାବାସ୍ୟାର ଶୁଭ ଯୋଗ-

ଫାଲଗୁନ ଅମାବାସ୍ୟାରେ ଶିବଯୋଗର ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି । ଏହି ସଂଯୋଗ ରାତି ୧୧ଟା ୪୧ରେ ସମାପ୍ତ ହେବ। ଏହା ପରେ ସାଧ୍ୟ ଯୋଗର ସଂଯୋଗ ହେବ। ଜ୍ୟୋତିଷମାନେ ଏହି ଶିବ ଯୋଗକୁ ଅତ୍ୟନ୍ତ ଶୁଭ ବୋଲି ମାନିଥାନ୍ତି । ଏହି ଯୋଗରେ ଗଙ୍ଗା ସ୍ନାନ କରି ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ସମସ୍ତ ପାପ ନଷ୍ଟ ହୋଇଥାଏ । ଏହା ସହିତ ସମସ୍ତ ମନୋବାଞ୍ଚା ମଧ୍ୟ ପୂରଣ ହୁଏ।

ଶିବବାସ ଯୋଗ-

ଫାଲଗୁନ ଅମାବାସ୍ୟାରେ ଶିବଯୋଗ ସହିତ, ଶିବବାସ ଯୋଗର ମଧ୍ୟ ସଂଯୋଗ ହେଉଛି । ଆଜି ସକାଳ ୮ଟା ୫୪ ରୁ ଶିବବାସ ଯୋଗ ଆରମ୍ଭ ହେବ । ଏହି ସମୟ ମଧ୍ୟରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ସହିତ କୈଳାସରେ ଏକାଠି ରହିବେ। ଏହି ସମୟରେ ଭଗବାନ ଶିବଙ୍କୁ ଅଭିଷେକ କରିବା ଦ୍ୱାରା ଭକ୍ତଙ୍କ ସୁଖ ଏବଂ ସୌଭାଗ୍ୟ ବୃଦ୍ଧି ପାଇବ । ଫାଲଗୁନ ଅମାବାସ୍ୟାରେ ଧନିଷ୍ଠା ଏବଂ ଶତଭିଷା ନକ୍ଷତ୍ର ସୃଷ୍ଟି ହେଉଛି । ଏତି ସହିତ ଅଭିଜିତ୍ ମୁହୂର୍ତ୍ତର ସଂଯୋଗ ମଧ୍ୟ ରହିଛି । ଅଭିଜିତ୍‌ ମୁହୂର୍ତ୍ତ ଦିନ ୧୨ଟା୧୧ ରୁ ଆରମ୍ଭ ହୋଇ ୧୨ ଟା ୫୭ ପର୍ଯ୍ୟନ୍ତ ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.