ପୁରୀ, ୧୯।୯: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ଶୁଭ୍ରାଂଶୁ ନାମକ ଜଣେ ଯୁବକ ଶ୍ରୀମନ୍ଦିରର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ମନ୍ଦିର ବେଢ଼ାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେପ୍ଟେମ୍ୱର ୪ରେ ମହାରାଷ୍ଟ୍ର ଭକ୍ତ ବୈଭବ ଦୁରେ ପାଟିଲ ମନ୍ଦିର ପରିସରରେ ଥିବା ଛାତ ଉପରେ ଛିଡ଼ା ହୋଇ ଫଟୋ ଉଠାଇଥିଲେ । ଯାହାକୁ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ।

ସେହିଭଳି ୭ ଫେବୃଆରୀରେ ଜଣେ ଯୁବକ ଉଠାଇଥିବା ମନ୍ଦିର ବେଢ଼ାର ଫଟୋ ଭାଇରାଲ ହୋଇଥିଲା । ୨୦୨୨ରେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ଖୁବ୍ ବିବାଦ ଦେଖାଦେଇଥିଲା । ଏହା ଏକ ପ୍ରଫେସନାଲ କ୍ୟାମେରାରେ ସୁଟ୍ କରାଯାଇଥିଲା । ତେବେ କେମିତି ଓ କିପରି ମୋବାଇଲ କିମ୍ବା କ୍ୟାମେରା ନେଇ ଶ୍ରୀମନ୍ଦିରରେ ପ୍ରବେଶ କଲେ ଯୁବକ ଜଣଙ୍କ, ତାକୁ ନେଇ ପ୍ରଶ୍ନ ଉଠିଛି । ବାରମ୍ବାର ବାରଣ ସତ୍ୱେ ଏପରି ତ୍ରୁଟି କିପରି ହେଉଛି, ତାକୁ ନେଇ ଉଠୁଛି ପ୍ରଶ୍ନ ।