ଯାଜପୁର ୦୭/୧୨: ନିଖୋଜ ପିହୁର ମାଆଙ୍କୁ ହତ୍ୟା ଧମକ। ଦେଢ଼ ମାସ ହେଲେ ଅଜଣା ନମ୍ବରରେ ହତ୍ୟା ଧମକ ଆସୁଥିବା ଅଭିଯୋଗ କଲେ ମୋନାଲିସା ନାୟକ। ଏଥି ସହିତ ଅଭଦ୍ର ଭାଷାରେ ଗାଳି ଗୁଲଜ କରୁଥିବା ଅଭିଯୋଗ ହୋଇଛି । ଜୀବନ ପ୍ରତି ବିପଦ ଥିବାରୁ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ୩ ତାରିଖରୁ ଅଭିଯୋଗ କରିଥିଲେ ମଧ୍ୟ ବିଞ୍ଝାରପୁର ପୁଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିବା ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ତେବେ ନ୍ୟାୟ ଦାବିରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଅନ୍ୟ ପଟେ ପୁଲିସ ଏତଲା ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରୁଥିବା ସୂଚନା ମିଳିଛି।