ନୂଆଦିଲ୍ଲୀ,୦୩/୦୯: ଭାରତ ରାଷ୍ଟ୍ର ସମିତି(ବିଆରଏସ୍‌)ର ଏମ୍‌ଏଲ୍‌ସି କେ. କବିତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ବିଆରଏସ୍‌ ସୁପ୍ରିମୋ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା ଦିନକ ପରେ ଇସ୍ତଫା ଦେଇଛନ୍ତି । ସେ କହିଛି, ମୋ ବିରୋଧରେ ଷଡ଼ଯନ୍ତ୍ର ହୋଇଛି । ବିଆରଏସ ଓ ମୋ ପରିବାରକୁ ଭାଙ୍ଗିବାକୁ ପ୍ଲାନ୍ ହୋଇଛି । ମୋ ବାପାଙ୍କ ଉପରେ ମୋତେ ଦଳରୁ ବହିଷ୍କାର କରିବା ପାଇଁ ଚାପ ପକାଯାଇଛି ବୋଲି ଅଭିଯୋଗ କରିଛନ୍ତି କବିତା ।

ମୋ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଚାଲିଛି...ଦଳରୁ ନିଲମ୍ବିନ ହେବାର ଦିନକ ପରେ କେ. କବିତା କହିଛନ୍ତି, '' ମୋତେ ଯେଉଁ ଦାୟିତ୍ୱ ମିଳିଥିଲା ତାକୁ ତୁଲାଇଛି । ମୁଁ ତେଲେଙ୍ଗାନାର ଲୋକଙ୍କ ସ୍ୱାର୍ଥ ବିରୁଦ୍ଧରେ କେବେ ବି କାମ କରିନାହିଁ, କିନ୍ତୁ BRSର କିଛି ନେତା ଯେଉଁମାନେ କେବଳ ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରନ୍ତି ଏବଂ ସ୍ୱାର୍ଥ ପାଇଁ ଭାବନ୍ତି, ସେମାନେ BRSରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ମୋ ବାପାଙ୍କ ଉପରେ ମୋତେ ଦଳରୁ ବହିଷ୍କାର କରିବା ପାଇଁ ଚାପ ପକାଇଛନ୍ତି । ମୁଁ ମୋ ବାପା, କେ. ଚନ୍ଦ୍ରଶେଖର ରାଓଙ୍କୁ ଅନୁରୋଧ କରୁଛି ଯେ ଆପଣ ଆପଣଙ୍କ ଚାରିପାଖରେ ଥିବା ନେତାମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ଖୋଜନ୍ତୁ । ସେମାନେ BRS ପରିବାରକୁ ଭାଙ୍ଗି ଦେଇଛନ୍ତି ଏବଂ ସେମାନେ ନିଜର ସ୍ୱାର୍ଥ ପାଇଁ ଏହା କରିଛନ୍ତି । ଯେପରି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି BRS ପରିବାରକୁ ଭାଙ୍ଗିବା ପାଇଁ ଦଳର ବିଶ୍ୱାସଘାତକମାନଙ୍କ ସହିତ ଏକାଠି ହୋଇଛନ୍ତି, ତେଲେଙ୍ଗାନାର ଲୋକମାନେ ଆପଣଙ୍କୁ କ୍ଷମା କରିବେ ନାହିଁ । ମୁଁ ତେଲେଙ୍ଗାନାର ଝିଅ । ଲୋକଙ୍କ ପାଇଁ ଲଢିଛି । ଲଠିମାଡ ଖାଇଛି, ଜେଲ ଯାଇଛି । ହେଲେ ମୋତେ ଦଳରୁ ବାହାର କରି ଦିଆଯାଇଛି । "

ଭାରତ ରାଷ୍ଟ୍ର ସମିତି ଏମ୍‌ଏଲ୍‌ସି କେ. କବିତାଙ୍କୁ ଗତକାଲି  ଦଳରୁ ନିଲମ୍ବନ କରାଯାଇଥିଲା । ବିଆରଏସ୍‌ ସୁପ୍ରିମୋ ତଥା କବିତାଙ୍କ ବାପା କେ.ଚନ୍ଦ୍ରଶେଖର ରାଓ(କେସିଆର୍‌) ଏହି ନିଷ୍ପତ୍ତି ନେଇଛନ୍ତି । ଦଳର ବରିଷ୍ଠ ନେତାଙ୍କ ବିରୋଧରେ ଖୋଲାଖୋଲି ଅଭିଯୋଗ ଆଣିବା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୋମବାର କେ.କବିତା ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ସହଯୋଗୀଙ୍କ ବିରୋଧରେ କେସିଆର୍‌ଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଥିବାର ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ, ଭାଇ କେଟି ରାମା ରାଓ(ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ) ବିଆରଏସ୍‌କୁ ବିଜେପିରେ ମିଶାଇବାକୁ ଲକ୍ଷ୍ୟ ରଖିଛନ୍ତି । ବରିଷ୍ଠ ନେତା ଟି ହରୀଶ ରାଓ ଓ ପୂର୍ବତନ ସାଂସଦ ମେଘା କୃଷ୍ଣ ରେଡ୍ଡୀ ତାଙ୍କ ପିତାଙ୍କୁ ଦୁର୍ନୀତି ମାମଲାରେ ଫଶାଇବାକୁ ଚାହୁଁଛନ୍ତି ।