ନୂଆଦିଲ୍ଲୀ,୨୫/୦୫; କକ୍ରୋଚ୍ ଜନତା ପାର୍ଟିକୁ ନେଇ ଚାଲିଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ସଂଗଠନର କାର୍ଯ୍ୟକଳାପ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଦାୟର କରାଯାଇଛି। ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା କକ୍ରୋଚ୍ ଜନତା ପାର୍ଟି (ସିଜେପି)କୁ ନେଇ ସୃଷ୍ଟ ବିବାଦ ଏବେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଏଥିରେ ଉକ୍ତ ସଂଗଠନ କାର୍ଯ୍ୟକଳାପ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ହୋଇଛି । ଏ ନେଇ ଏଏଫଆଇଆର ଦାୟର ସିବିଆଇ ଦ୍ୱାରା ତଦନ୍ତ କରାଇବା ଲାଗି ଦାବି କରାଯାଇଛି ।

ଜନସ୍ୱାର୍ଥ ମାମଲା (ପିଆଇଏଲ୍)ରେ ଅଭିଯୋଗ କରାଯାଇଛି କି ଆତ୍ମଘୋଷିତ ରାଜନୈତିକ ସଂଗଠନ ସୁପ୍ରିମକୋର୍ଟଙ୍କ ମୌଖିକ ଟିପ୍ପଣୀକୁ ଭୁଲ ଭାବେ ବ୍ୟବହାର କରାଯାଇଛି । ଏହା ବ୍ୟବସାୟିକ ଲାଭ ଉଠାଇବାକୁ ଚେଷ୍ଟ କରୁଛି । ତେଣୁ ଏହି ମାମଲାରେ ସ୍ୱତନ୍ତ୍ର ତଦନ୍ତ କରାଯିବା ଜରୁରି । ଆବେଦନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସମେତ ଏହି ମାମଲାର ଏକ ସ୍ୱାଧୀନ ତଦନ୍ତ ଏବଂ କଥିତ ନକଲି ଓକିଲ ଏବଂ ଆଇନ ବୃତ୍ତିରେ ନକଲି ଡିଗ୍ରୀଧାରୀମାନଙ୍କ ବିରୋଧରେ ତଦନ୍ତ ପାଇଁ ଦାବି କରାଯାଇଛି ।

ଏହା ବି ପଢନ୍ତୁ...WestBengal: 'ମନଇଚ୍ଛା ପୋଷାକ ପିନ୍ଧନ୍ତୁ, ଯେତେବେଳେ ଇଚ୍ଛା ବାହାରନ୍ତୁ'; ମହିଳାଙ୍କୁ ମନ୍ତ୍ରୀଙ୍କ ବାର୍ତ୍ତା  

ଅବେଦନକାରୀ ଦର୍ଶାଇଛନ୍ତି, ସିଜେପି ଭଳି ସଙ୍ଗଠନ ଏବଂ ପ୍ରତୀକାତ୍ମକ ଅଭିଯାନ ଅଦାଲତଙ୍କ ଟିପ୍ପଣୀକୁ ପ୍ରଚାର, ବ୍ୟବସାୟିକ ଗତିବିଧି ଏବଂ ଡିଜିଟାଲ ମାର୍କେଟିଂ ନିମନ୍ତେ ବ୍ୟବହାର କରାଯାଉଛି । ଆବେଦନରେ ଏହାକୁ ସାମ୍ବିଧାନିକ ପ୍ରକ୍ରିୟାଗୁଡ଼ିକର ବିପଜ୍ଜନକ ବ୍ୟବସାୟୀକରଣ ବିବେଚନା କରାଯାଇଛି । ଏହା ପୂର୍ବରୁ ସିଜେପିର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୱେବସାଇଟ ବନ୍ଦ କରାଯାଇଥିବା ନେଇ ଏହାର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଅଭିଯୋଗ କରିଥିଲେ । ତାଙ୍କ ଅନୁସାରେ, ଏବେ ସଙ୍ଗଠନ ନିଜର କୌଣସି ଡିଜିଟାଲ ମଞ୍ଚର ବ୍ୟବହାର କରିପାରୁ ନାହିଁ । ସରକାର କକ୍ରୋଚକୁ ଏତେ ଡରୁଛନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ ।

 

 

ଏହା ବି ପଢନ୍ତୁ...Cockroach Janta Party: ଏକ୍ସ, ଇନ୍ଷ୍ଟା ପରେ ୱେବସାଇଟ୍ ବ୍ୟାନ୍...କାହିଁକି 'କକ୍ରୋଚ୍ ଜନତା ପାର୍ଟି'କୁ ଏତେ ଭୟ ? ପାଉଣ୍ଡରଙ୍କ ଘର ବାହାରେ ପୁଲିସ୍ ଛାଉଣି