ନୂଆଦିଲ୍ଲୀ,୨୪/୦୫; ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ 'ଅସରପା' ଟିପ୍ପଣୀରୁ ଜନ୍ମ ନିଏ ପାର୍ଟି । ରାତାରାତି ଲୋକପ୍ରିୟତା ହାସଲ କରେ । ଏକ୍ସରେ ଫଲୋଅର୍ସ ବଢି ବଢି ଚାଲନ୍ତି । ଇନଷ୍ଟାରେ କୋଟି କୋଟି ଅନୁସରଣକାରୀ ବଢି ଚାଲନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ ଚର୍ଚ୍ଚା କକ୍ରୋଚ୍ ଜନତା ପାର୍ଟି । ଏ ଦଳକୁ କିଏ ଡରୁଛି ? ସିଜେପି କାହା ପାଇଁ ଅଡୁଆ ? ଏତେ ଲୋକପ୍ରିୟତା ବଢିଲା ଯେ ସୁରକ୍ଷା କାରଣ ଦର୍ଶାଇ ଧିରେ ଧିରେ କକ୍ରୋଚ୍ ଜନତା ପାର୍ଟିର ସାଇଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ପ୍ରଥମେ ସିଜେପି ଏକ୍ସ ହ୍ୟାଣ୍ଡେଲକୁ ବ୍ୟାନ୍ କରାଗଲା । ଏହାପରେ ଫାଉଣ୍ଡର ଅଭିଜିତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଡ ହ୍ୟାକ୍ ହେଲା । ଏବେ ସିଜେପିର ୱେବସାଇଟ ବି ବ୍ୟାନ୍ ହୋଇଛି । ଖାଲି ସେତିକି ନୁହେଁ ଫାଉଣ୍ଡର ଅଭିଜିତ୍ ଦୀପକେଙ୍କ ମହାରାଷ୍ଟ୍ରରେ ତାଙ୍କ ଘର ବାହାରେ ପୁଲିସ ମୁତୟନ କରାଯାଇଛି । ଦୀପକେ ଏହାକୁ ଏକ ଏକଛତ୍ରବାଦ ବୋଲି କହିଛନ୍ତି । ଏବେ ପ୍ରଶ୍ନ କାହା ବାଟରେ କଣ୍ଟା ହୋଇଛି କକ୍ରୋଚ୍ ଜନତା ପାର୍ଟି ?
ପାର୍ଟି ଫାଉଣ୍ଡର ଅଭିଜିତ୍ ଦାବି କରିଛନ୍ତି, ତାଙ୍କ ବ୍ୟକ୍ତିଗତ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ମଧ୍ୟ ହ୍ୟାକ୍ ହୋଇଛି । ଦଳର ୱେବସାଇଟ୍ ବନ୍ଦ କରିବା ଏକ ଏକଛତ୍ରବାଦୀ ଶାସନ । ୱେବସାଇଟ୍ ମାଧ୍ୟମରେ ୧୦ ଲକ୍ଷ ଲୋକ ପଞ୍ଜିକୃତ ହୋଇଛନ୍ତି । ଦୀପକେ ତାଙ୍କ ଏକ୍ସ ପୋଷ୍ଟରେ କହିଛନ୍ତି ସରକାର ଏତେ ଭୟଭୀତ କାହିଁକି ? ଏହି ପ୍ରକାରର ଏକଛତ୍ରବାଦୀ ମନୋଭାବ ଦେଶର ଯୁବପିଢିଙ୍କ ଆଖି ଖୋଲି ଦେଉଛି । ଏବେ ଆମେ ଏକ ନୂଆ ଘରେ କାମ କରିବୁ କାରଣ କକ୍ରୋଚ୍ କେବେ ମରେ ନାହିଁ ।
ସାରା ଦେଶରେ ଚର୍ଚ୍ଚାରେ ଥିବା କକ୍ରୋଚ ଜନତା ପାର୍ଟି (ସିଜେପି)ର ୱେବ୍ସାଇଟ ବନ୍ଦ । ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରାଯାଇଥିବା ଅଭିଯୋଗ ହୋଇଛି । ସରକାର ହିଁ ଏହା କରାଇଥିବା ସିଜେପି ଦାବି କରିଛି । ଶନିବାର ସକାଳେ ପାର୍ଟି ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଥିଲା ଯେ, ସିଜେପିର ଇନଷ୍ଟାଗ୍ରାମ ଆକାଉଣ୍ଟ ଆକ୍ସେସ ହୋଇପାରୁନି । ଏହା ପରେ ପାର୍ଟି ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ୍ସରେ ଏକ ପୋଷ୍ଟ କରି କହିଥିଲେ, ସରକାର ଆମ ୱେବସାଇଟ ବନ୍ଦ କରିଦେଇଛନ୍ତି । ସେଥିରେ ୧୦ ଲକ୍ଷ ଲୋକ ରେଜିଷ୍ଟ୍ରେସନ କରାଇଥିଲେ । ୬ ଲକ୍ଷ ଲୋକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଥିବା ପ୍ରସ୍ତାବରେ ସ୍ୱାକ୍ଷର କରିଥିଲେ । ଅଭିଜିତ ଲେଖିଛନ୍ତି, ‘ସରକାର କକ୍ରୋଚକୁ ଏତେ ଡରୁଛନ୍ତି କାହିଁକି ? କିନ୍ତୁ ଏହି ଏକଛତ୍ରବାଦ ଆଭିମୁଖ୍ୟ ଭାରତର ଯୁବବର୍ଗଙ୍କ ଆଖି ଖୋଲୁଛି । ଆପଣ ଆକାଉଣ୍ଟ ହ୍ୟାକ୍ କରି ତାହା ଉପରେ ରୋକ ଲଗାଇପାରନ୍ତି କିନ୍ତୁ ଆପଣ ଏହି ଆନ୍ଦୋଳନକୁ ହ୍ୟାକ୍ କରିପାରିବେନି । ଆମର ଏକମାତ୍ର ଦାବି ହେଉଛି ଆମମାନଙ୍କର ଭଲ ଭବିଷ୍ୟତ । କିନ୍ତୁ ଏତେ ସହଜରେ ଆପଣ ଏଥିରୁ ମୁକ୍ତି ପାଇପାରିବେନି । ଆମେ ଏବେ ନୂଆ ଘରେ କାମ କରୁଛୁ । କକ୍ରୋଚ କେବେ ମରନ୍ତିନି ।’ ପରିବେଶକର୍ମୀ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗ୍ଚୁକ ‘କକ୍ରୋଚ ଆନ୍ଦୋଳନ’କୁ ସମର୍ଥନ କରିଛନ୍ତି । ସେ କହିଛନ୍ତି, ‘ମୁଁ ନା ବେକାରୀ, ନା ଅଳସୁଆ । ସେଥିପାଇଁ ପାର୍ଟିର ସଦସ୍ୟ ବନିପାରିବିନି । କିନ୍ତୁ ନିଜକୁ ଜଣେ ସମ୍ମାନଜନକ କକ୍ରୋଚ ମାନୁଛି । ଏହି ଅଭିଯାନକୁ ବିପଦ ଭାବେ ନୁହେଁ ବରଂ ଗଣତାନ୍ତ୍ରିକ ଫିଡ୍ବ୍ୟାକ୍ ଭାବେ ଦେଖା ଯିବା ଉଚିତ ।
ଏହା ବି ପଢନ୍ତୁ...Abhijeet Dipke Controversy: କକ୍ରୋଚ୍ ଜନତା ପାର୍ଟିର ଫାଉଣ୍ଡର ଅଭିଜିତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ହ୍ୟାକ୍
ଦୀପକେଙ୍କ ଘର ବାହାରେ ପୁଲିସ୍ ମୁତୟନ- ଶନିବାର ସୁଦ୍ଧା ଇନଷ୍ଚାଗ୍ରାମରେ ସିଜେପି ୨.୨ କୋଟି ଫଲୋଅର୍ସ ହୋଇଥିଲେ । ବିଜେପିର ଇନଷ୍ଚାରେ ୯୨ ଲକ୍ଷ ଫଲୋଅର୍ସ ଅଛନ୍ତି । ଅନ୍ୟପକ୍ଷରେ କଂଗ୍ରେସର ପ୍ରାୟ ୧ କୋଟି ୩୪ ଲକ୍ଷ ଫଲୋଅର୍ସ ଅଛନ୍ତି । ମହାରାଷ୍ଟ୍ର ହିଙ୍ଗୋଲି ଜିଲ୍ଲା ଡେପୁଟି କମିଶନର ଅଫ୍ ପୁଲିସ୍ ପଙ୍କଜ ଅତୁଲକର କହିଛନ୍ତି କକ୍ରୋଚ୍ ଜନତା ପାର୍ଟି ପ୍ରତିଷ୍ଠାତା ଅଭିଜିତଙ୍କ ଘର ବାହାରେ ପୁଲିସ ମୁତୟନ କରାଯାଇଛି । ସେ ବର୍ତ୍ତମାନ ଆମେରିକାରେ ଅଛନ୍ତି । ଯେଉଁଠାରେ ସେ ପାଠ ପଢୁଛନ୍ତି । ପୂର୍ବରୁ ଦୀପକେଙ୍କୁ ହତ୍ୟା ଧମକ ମିଳିଥିଲା । ଏକ୍ସରେ ଏକ ଧମକପୂର୍ଣ୍ଣ ମେସେଜର ସ୍କ୍ରିନସଟ୍ ସେୟାର କରିଥିଲେ ।