କୋଲକାତା,୨୫/୦୫; ପଶ୍ଚିମବଙ୍ଗର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଗ୍ନିମିତ୍ରା ପାଲ୍ ରାଜ୍ୟର ମହିଳାମାନଙ୍କୁ କହିଛନ୍ତି, ପଶ୍ଚିମବଙ୍ଗର ମା' ଏବଂ ଭଉଣୀମାନେ ଯେତେବେଳେ ଇଚ୍ଛା ବାହାରକୁ ଯାଇପାରିବେ, ଯେକୌଣସି ପୋଷାକ ପିନ୍ଧିବାକୁ ଇଛା ପିନ୍ଧିପାରିବେ ଏବଂ ଯେତେବେଳେ ଇଚ୍ଛା ଖାଦ୍ୟ ଖାଇବାକୁ ବାହାରକୁ ଯାଇ ଖାଇପାରିବେ । କେହି ଆପଣଙ୍କୁ କ'ଣ ପିନ୍ଧିବେ, କ'ଣ ଖାଇବେ, କେବେ ବାହାରକୁ ବାହାରିବା ଉଚିତ୍, କିମ୍ୱା କେବେ ବାହାରକୁ ନ ଯିବା ଉଚିତ୍ ତାହା ନିର୍ଦ୍ଦେଶ ଦେବେ ନାହିଁ ।
ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ କହିଛନ୍ତି, ମହିଳା ସୁରକ୍ଷା ପାଇଁ କୌଣସି ସମର୍ପିତ ହେଲ୍ପଲାଇନ୍ ନମ୍ୱର ନଥିଲା । ମୁଁ ଏହି ପ୍ରସଙ୍ଗକୁ ଅନେକ ଥର ଉଠାଇଥିଲି । ଏବେ ଏହି ହେଲ୍ପଲାଇନ୍ ନମ୍ୱର ଖୁବ୍ ଶୀଘ୍ର ଆରମ୍ଭ ହେବ । ଏହା ବ୍ୟତୀତ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ମହିଳାମାନଙ୍କ ବିରୋଧରେ ହିଂସା ଜଡିତ ମାମଲାରେ ‘ଶୂନ୍ୟ ଏଫ୍ଆଇଆର୍' ପଞ୍ଜିକୃତ ହେବ । କେବଳ ଅଗ୍ନିମିତ୍ରା ନୁହନ୍ତି, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଘୋଷଣା କରିଛନ୍ତି ଯେ ପୂର୍ବ ସରକାରଙ୍କ କାର୍ଯ୍ୟକାଳରେ ମହିଳାମାନଙ୍କ ବିରୋଧରେ ହୋଇଥିବା ଅତ୍ୟାଚାର ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେଥିପାଇଁ ମହିଳାମାନଙ୍କ ବିରୋଧରେ ଅପରାଧର ସମାଧାନ ପାଇଁ ଗଠିତ କମିଶନର ମୁଖ୍ୟ ଭାବରେ ଆଇପିଏସ୍ ଅଧିକାରୀ ଦମୟନ୍ତୀ ସେନଙ୍କୁ ନିଯୁକ୍ତ କରାଯାଇଛି ।
ଏହା ବି ପଢନ୍ତୁ...Fuel Price Hike: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୋଗୁଛି ଭାରତ; ୧୦ ଦିନରେ ୪ର୍ଥ ଝଟକା, ପୁଣି ବଢିଲା ପେଟ୍ରୋଲ୍-ଡିଜେଲ୍ ଦର
ସୂଚନାଯୋଗ୍ୟ ଯେ, ପାର୍କ ଷ୍ଟ୍ରିଟର "ସଂଗଠିତ ଘଟଣା' ହେଉ କିମ୍ୱା ଆରଜି କର ହସ୍ପିଟାଲ ଘଟଣା ପରେ "ନାଇଟ୍ ସିଫ୍ଟ' ବିବାଦ । ମମତା ମହିଳାଙ୍କୁ ସୁରକ୍ଷାର ପ୍ରତିଶ୍ରୁତି ଦେବା ପରିବର୍ତ୍ତେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ଯେ ଯଦି ସମ୍ଭବ ହୁଏ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ରାତିରେ ଡ୍ୟୁଟି ଦିଆନଯାଉ । ରାଜ୍ୟରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଶୁଭେନ୍ଦୁ ସରକାର ଏକ କମିଟି ଗଠନ କରିଛନ୍ତି । ଯାହାର ନେତୃତ୍ୱ ନେବେ ଆଇପିଏସ ଅଫିସର ଦମୟନ୍ତୀ ସେନ୍ । ଜୁନ୍ ୧ରୁ, ଏହି କମିଟି ରାଜ୍ୟର ବିଭିନ୍ନ ପୁଲିସ ଷ୍ଟେସନ ପରିଦର୍ଶନ କରିବ ଏବଂ ସାଧାରଣ ଶୁଣାଣି ପରି ସିଧାସଳଖ ମହିଳାମାନଙ୍କଠାରୁ ଅଭିଯୋଗ ପଞ୍ଜିକରଣ କରିବ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର 'ସୁପରକପ' ଭାବରେ ଜଣାଶୁଣା ଦମୟନ୍ତ୍ରୀ ସେନଙ୍କୁ ମହିଳା ଏବଂ ଶିଶୁଙ୍କ ବିରୋଧରେ ଅପରାଧ ତଦନ୍ତ ପାଇଁ ଗଠିତ କମିଟିର ମେମ୍ବର ସେକ୍ରେଟାରୀ ନିଯୁକ୍ତ କରିଛନ୍ତି । କମିଟିର ଅଧ୍ୟକ୍ଷତା କରିବେ ଅବସରପ୍ରାପ୍ତ ବିଚାରପତି ସମାପ୍ତି ଚାଟାର୍ଜୀ ।