ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପିଏମ୍‌ ଆବାସ ଯୋଜନା ସହରାଞ୍ଚଳ ୨.୦,ଯୋଡ଼ି ହେବେ ଆଉ ୫ ଲକ୍ଷ ହିତାଧିକାରୀ

Published By : Prameya | February 17, 2025 11:56 AM

ଭୁବନେଶ୍ୱ, ୧୭/୦୨: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (ପିଏମ୍‌ଏୱାଇ-ୟୁ) ରେ ରାଜ୍ୟରେ ୧.୮ ଲକ୍ଷ ବାସଗୃହ  ମଞ୍ଜୁର ହୋଇଥିଲା । ୨୦୨୩- ୨୪ରେ ପ୍ରାୟ ୧.୩ ଲକ୍ଷ ଘର ସମ୍ପୂର୍ଣ୍ଣ  ହୋଇଛି । ପିଏମ୍‌ଏୱାଇ ୨.୦ରେ ଏହି  ଧାରାକୁ ଆହୁରି ଦୃଢ଼ କରିବା ଲାଗି  ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।  ଏହି ଯୋଜନା ସହ ଆଉ ୫ ଲକ୍ଷ  ହିତାଧିକାରୀ ଯୋଡ଼ି ହେବେ ବୋଲି  ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ  କୁହାଯାଇଛି ।  

ଏହି ରିପୋର୍ଟ ମୁତାବକ, ଏବେ  ରାଜ୍ୟରେ ସହରୀକରଣ ଧାରା  ତ୍ୱରାନ୍ୱିତ ହୋଇଛି । ୨୦୨୧ରେ ଏହା  ୧୮.୫% ରହିଥିବା ବେଳେ ୨୦୩୬  ବେଳକୁ ୨୧.୧%କୁ ବଢ଼ିବ ବୋଲି  ଆକଳନ କରାଯାଇଛି । ଏହାକୁ  ନଜରରେ ରଖି ରାଜ୍ୟ ସରକାର  ବାସଗୃହ, ପାନୀୟ ଜଳ ଯୋଗାଣ,  ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା  ବ୍ୟବସ୍ଥାକୁ ମଧ୍ୟ ବ୍ୟବସ୍ଥିତ କରୁଛନ୍ତି । 

ସହରାଞ୍ଚଳରେ ୧୦୦% ପାନୀୟ  ଜଳ ଯୋଗାଣ ବ୍ୟବସ୍ଥାକୁ ପ୍ରାଥମିକତା  ଦିଆଯାଇଛି । ୧୦୯ ସହରାଞ୍ଚଳ  ସ୍ଥାନିୟ ନିକାୟ ସାର୍ବଜନୀନ ଲକ୍ଷ୍ୟ  ହାସଲ କରିବାକୁ ସକ୍ଷମ ହୋଇଛନ୍ତି ।  ଜଳସାଥୀ କାର୍ଯ୍ୟକ୍ରମ ଦ୍ୱାରା ୱାଟ୍‌କୋ  ଏବଂ ପିଏଚ୍‌ଇଓ ପାନିୟ ଜଳ ଯୋଗାଣ  ଦିଗରେ ଏବେ କାର୍ଯ୍ୟକ୍ରମ ଜାରି  ରଖିଛନ୍ତି । ସ୍ୱଚ୍ଛ ଏବଂ ନିରାପଦ ପାନୀୟ  ଜଳ ଯୋଗାଣ ଦିଗରେ ୨୦୨୩-୨୪ରେ  ୬୦,୬୫୮ ଜଳ ପରୀକ୍ଷଣ କରାଯାଇଛି । 

୧୨ ଏସ୍‌ଟିପି ଏବଂ ୧୧୨  ଏଫ୍‌ଏସ୍‌ଟିପି ଜରିଆରେ ଯଥାକ୍ରମେ  ୩୭୩.୫ ଏମ୍‌ଏଲ୍‌ଡି ଏବଂ ୦.୩  ଏମ୍‌ଏଲ୍‌ଡି ବର୍ଜ୍ୟବସ୍ତୁ ପରିଚାଳନା କରାଯାଇଛି । ସହରାଞ୍ଚଳ ପରିମଳ  ବ୍ୟବସ୍ଥାରେ ଆମ ସହର ଆପ୍ଲିକେସନ  ଦ୍ୱାରା ୫୯୮୫ ଏସ୍‌ଏଚ୍‌ଜି ମହିଳାଙ୍କୁ  କଠିନ ବର୍ଜ୍ୟବସ୍ତୁ ପରିଚାଳନା ଲାଗି  ନିୟୋଜିତ କରାଯାଇଛି । ଗରିମା ସ୍କିମ୍‌  ଦ୍ୱାରା କୋର ସାନିଟେସନ ୱାର୍କରଙ୍କୁ  ନିରାପତ୍ତା ତାଲିମ ଏବଂ ବିଭିନ୍ନ ଉପକରଣ ପ୍ରଦାନ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.