ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍ ଇଣ୍ଡିଆକୁ ଟି-୨୦ ବିଶ୍ୱକପ୍ ବିଜୟରେ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି- ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଜିତିବା ନେଇ ଭାରତୀୟ ଟିମ ହାର୍ଦ୍ଦିକ ଶୁଭେଚ୍ଛା, ଏହି ଆକର୍ଷଣୀୟ ବିଜୟ ଅସାଧାରଣ କୌଶଳ , ଦୃଢ ସଂକଳ୍ପ ଓ ଟିମ୍‌ ୱାର୍କର ପ୍ରତୀକ। ସେମାନେ ପୂରା ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ସାହସର ପ୍ରଦର୍ଶନ କରିଛନ୍ତି। ଏହି ବିଜୟ ପ୍ରତି ଭାରତୀୟଙ୍କ ହୃଦୟକୁ ଗର୍ବ ଓ ଖୁସରେ ଭରି ଦେଇଛି। ସାବାସ୍ , ଟିମ୍ ଇଣ୍ଡିଆ। 

ଏହା ସହ ମଧ୍ୟ ପଢନ୍ତୁ : ନ୍ୟୁଜିଲାଣ୍ଡକୁ ହରାଇ ତୃତୀୟଥର ଟି-୨୦ ବିଶ୍ବକପ ଜିତିଲା ଭାରତ

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଟିମ୍‌ ଇଣ୍ଡିଆକୁ ଟି-୨୦ ବିଶ୍ୱକପ୍‌ ଉପରେ ଶୁଭେଚ୍ଛା ଦେଇଛନ୍ତି। ସୋସିଆଲ ମିଡ଼ିଆ ସାଇଟ୍‌ ଏକ୍ସରେ ସେ ଲେଖିଛନ୍ତି , ପୁଣି ଥରେ ଚାମ୍ପିଅନ । ଆମର ଭାରତୀୟ ଟିମ୍ ପାଇଁ ଏହା ଏକ ଆକର୍ଷଣୀୟ ବିଜୟ ଥିଲା। ଯେଉଁଥିରେ ସଞ୍ଜୁ ସାମସନ ଓ ଜସପ୍ରୀତ ବୁମରାହଙ୍କ ପୂରା ଟୁର୍ଣ୍ଣାମେଣ୍ଟରେ ସୁନ୍ଦର ପ୍ରଦର୍ଶନ ପାଇଁ ବିଶେଷ ପ୍ରଶଂସନୀୟ। ଟିମ୍‌ ଇଣ୍ଡିଆକୁ ଘରୋଇ ମୈଦାନରେ ଟ୍ରଫି ବଜାୟ ରଖିବା ଓ ଦେଶକୁ ଆଉ ଏକ ଅବିସ୍ମରଣୀୟ କ୍ଷଣ ଦେବା ପାଇଁ ଶୁଭେଚ୍ଛା ।​​​​​​