PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ଜାତୀୟ ଫିଲ୍ମ ମ୍ୟୁଜିୟମ ଉଦ୍‌ଘାଟନ କଲେ ମୋଦି

ମୁମ୍ବାଇ,୧୯ ।୧(ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇରେ ପ୍ରଥମ ଜାତୀୟ ଫିଲ୍ମ ମ୍ୟୁଜିୟମ (ଏନ୍‌ଏମ୍‌ଆଇସି)ଉଦ୍‌ଘାଟନ କରିଛନ୍ତି । କହିଛନ୍ତି ସିନେମା ଓ ସମାଜ ପରସ୍ପରର ପ୍ରତିଫଳନ । ସମାଜରେ ଯାହା ଘଟୁଛି ତାହା ଫିଲ୍ମରେ ଦେଖିବାକୁ ମିଳୁଛି ଏବଂ ଫିଲ୍ମରେ ଦେଖିବାକୁ ମିଳୁଥିବା ଦୃଶ୍ୟ ସମାଜରେ ମଧ୍ୟ ଘଟୁଛି । ଆଜିର ସିନେମା ସମସ୍ୟା ସମାଧାନର ବାଟ ଦେଖାଇଛି । ଭାରତ ବଦଳୁଛି, ତା ସହିତ ସମାଧାନର ବାଟ ବାହାରୁଛି । ଯେଉଁଠାରେ ସମସ୍ୟା ଅଛି, ସେଠାରେ ସମାଧାନ ରହିଛି । ଫିଲ୍ମ ଡିଭିଜନ କ୍ୟାମ୍ପସରେ ଊନବିଂଶ ଶତାବ୍ଦୀର ଐତିହାସିକ ପ୍ରାସାଦ ଗୁଲସନ ମହଲ ଓ ଏକ ନୂଆ ଅଟ୍ଟାଳିକାକୁ ନେଇ ୧୪୦ କୋଟି ୬୧ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ମ୍ୟୁଜିୟମ । ଏଠାରେ ଦାଦାସାହେବ ଫାଲ୍‌କେଙ୍କ ରାଜା ହରିଶ୍ଚନ୍ଦ୍ର ଓ କାଳିୟ ମର୍ଦ୍ଦନ ଫିଲ୍ମର ଦୃଶ୍ୟ, ପୁରୁଣା କ୍ୟାମେରା, ସୁଟିଂ ଉପକରଣ ଓ ବିରଳ ଫଟୋଗ୍ରାଫ, ହିନ୍ଦୀ ଓ ଆଞ୍ଚଳିକ ଭାଷାରେ ନିର୍ମିତ ଫିଲ୍ମ ପୋଷ୍ଟର, ବୁକଲେଟ, ଲବିକାର୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ସ୍ଥାନ ପାଇଛି । ଭାରତୀୟ ସିନେମା ଗତ ଏକ ଶତାବ୍ଦୀ ଭିତରେ କିଭଳି ବିକଶିତ ହୋଇଛି ତାହାର ଫଟୋଚିତ୍ର ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ସିବିଏଫସି ମୁଖ୍ୟ ପ୍ରଶୂନ ଯୋଶୀ, ଗାୟିକା ଆଶା ଭୋଁସଲେ, ଏ.ଆର ରହମନ, ବରିଷ୍ଠ ଅଭିନେତା ମନୋଜ କୁମାର, ଜିତେନ୍ଦ୍ର, ରଣଧୀର କପୁର, ଆମିର ଖାନ, କଙ୍ଗନା ରାଣାୱତ ଉପସ୍ଥିତ ଥିଲେ ।